Posted inଖେଳ

ବର୍ଷା ଯୋଗୁ ଡିଏଲଏସ ନିୟମରେ କେକେଆର ୭ ରନ୍‌ରେ ହାରିଲା…

ମୋହାଲି,୧।୪ : ଡବଲ ହେଡର୍‌ର ପ୍ରଥମ ମ୍ୟାଚ ପଞ୍ଜାବ କିଙ୍ଗସ(ପିବିକେଏସ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ପଞ୍ଜାବର ଘରୋଇ ଗ୍ରାଉଣ୍ଡ ମୋହାଲିରେ ଖେଳାଯାଥିବା ମ୍ୟାଚରେ ବର୍ଷା ଯୋଗୁ ଡିଏଲଏସ ନିୟମରେ କେକେଆର୍‌ ୭ ରନରେ ହାରିଛି। କେକେଆରର ୧୬ ଓଭର ଖେଳ ପରେ ବର୍ଷା ହୋଇଥିଲା।

ଡିଏଲଏସ ନିୟମ ଅନୁସାରେ ୧୬ ଓଭରବେଳକୁ ପଞ୍ଜାବ କିଙ୍ଗସ ୧୫୩ କରିଥିଲା। ମାତ୍ର କେକେଆର ୧୬ ଓଭରରେ ୭ ଓ୍ବିକେଟ ହରାଇ ୧୪୬ ରନ୍‌ କରିଥିଲା।

ପଞ୍ଜାବର ଅଧିନାୟକ ଶିଖର ଧାୱନଙ୍କ ନେତୃତ୍‌ରେ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। କେକେଆର୍‌ର ଅଧିନାୟକ ନୀତୀଶ ରାଣାଙ୍କ ନେତୃତ୍ୱରେ ଦଳ ବୋଲିଂ କରିଥିଲା। ପଞ୍ଜାବ କିଙ୍ଗସ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୯୧ ରନ୍‌ କରିଥିଲା। ଫଳରେ କେକେଆର ପାଇଁ ବିଜୟ ଲକ୍ଷ୍ୟ ୧୯୨ ରନ୍‌ ରହିଥିଲା। ପଞ୍ଜାବ କିଙ୍ଗସ ପକ୍ଷରୁ ପ୍ରଭସିମରନ୍‌ ସିଂ ୨୩ ରନ୍‌ କରିଥିବାବେଳେ ଶେଖର ଧାଓ୍ବନ ୪୦, ଭାନୁକା ରାଜପାକ୍ଷେ ୫୦, ଜିତେଶ ଶର୍ମା ୨୧, ସିକନ୍ଦର ରାଜା ୧୬, ସାମ କୁରାନ ଏବଂ ଶାହାରୁଖ ଖାନ ରନ୍‌ କରିଥିଲେ। ସେହିପରି କେକେଆର ପକ୍ଷରୁ ରହମାନୁଲ୍ଲା ଗୁରବାଜ ୨୨ ରନ୍‌ କରିଥିବାବେଳେ ଭେଙ୍କଟେଶ ଆୟାର ୩୪ ରନ୍‌, ନୀତୀଶ ରାଣା ୨୪, ଆଣ୍ଡ୍ରେ ରସେଲ ୩୫ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ପୁଣି ଝଟ୍‌କା, ମ୍ୟାଚ୍‌ ଅଧାରୁ ପଡିଆ ଛାଡି ଚାଲିଗଲେ ଏହି କ୍ରିକେଟର୍‌

ବ୍ରିସବେନ୍‌,୧୫।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ ବ୍ରିସବେନରେ ଆରମ୍ଭ ହୋଇଛି। ସିରିଜର ଏହି ନିର୍ଣ୍ଣାୟକ ମ୍ୟାଚରେ ଭାରତୀୟ ଦଳ...

ସିରିଜ୍‌ କବ୍‌ଜା କଲା ଭାରତ

ଡବ୍‌ଲିନ୍‌,୨୦ା୮: ଡବଲିନ୍‌ ଦ ଭିଲେଜ୍‌ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ୩୩ ରନ୍‌ରେ ବିଜୟୀ ହୋଇଛି। ଫଳରେ ୩...

୨୦୧୩ଠାରୁ ଭାରତୀୟ ଦଳ ଜିତିପାରୁନାହିଁ ଆଇସିସି ଇଭେଣ୍ଟ

ଭାରତୀୟ ମହିଳା ଦଳ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜୟ ବରଣ କରି ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଟାଇଟଲ ହାତେଇବାରେ ସଫଳ ହୋଇନାହିଁ। ଫଳରେ ୨୦୧୩ଠାରୁ...

ଭାରତୀୟ ଦଳ ପାଇଁ ଖରାପ ଖବର,ହସ୍ପିଟାଲ ଗଲେ ଏହି ଖେଳାଳି

ଚେନ୍ନାଇ,୧୬।୨: ଚେନ୍ନାଇ ଟେଷ୍ଟରେ ଭାରତୀୟ ଦଳ ବିଜୟ ଆଡକୁ ଗତି କରିଛି। ଏହି ଟେଷ୍ଟରେ ଯଦିଓ ଭାରତ ବିଜୟ ସୁନିଶ୍ଚିତ ରହିଛି, କିନ୍ତୁ ଭାରତୀୟ ଦଳ...

ଗୋଆ, ତେଲଙ୍ଗାନା, ରାଜସ୍ଥାନ ସେମିରେ

ଅନୁଗୋଳ ଅଫିସ, ୫ା୧୧: ଅନୁଗୋଳ ସହର କଦମ ପଡ଼ିଆଠାରେ ବାଜି ରାଉତ କପ୍‌ ଜାତୀୟ ଫୁଟବଲ ଟୁର୍ନାମେଣ୍ଟର ୩ଟି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଶୁକ୍ରବାର ଅନୁଷ୍ଠିତ...

ଏସଆରଏଚ ବନାମ ଆରଆର: ଭୁବନେଶ୍ୱର କୁମାର ସଞ୍ଜୁ ସାମସନ ମୁକାବିଲା…

ହାଇଦ୍ରାବାଦ,୨।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ଚତୁର୍ଥ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟିଡିୟମରେ...

କମିନି କୋହଲିଙ୍କ ଆଧିପତ୍ୟ, ପଡିଆରେ ଜବରଦସ୍ତି ରୋହିତଙ୍କୁ ଏମିତି କାମ କରିବାକୁ କଲେ ବାଧ୍ୟ: ଦେଖନ୍ତୁ ଭିଡିଓ

ଅହମଦାବାଦ୍‌,୭।୨: ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରିଛି ଭାରତ। ଏହା ସହିତ ଦଳ ସିରିଜରେ ୧-୦ ରେ...

ହୁଡାଙ୍କ ଛକାରେ ପୋଲିସକର୍ମୀ ଆହତ

କୋଲକତା,୨୬।୫: ଆଇପିଏଲ ୨୦୨୨ରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି) ୧୪ ରନ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ଠାରୁ ପରାସ୍ତ ହୋଇ ଚଳିତ...

Advertisement
Archives

Model This Week