Posted inଖେଳ

କେକେଆରରେ ଗମ୍ଭୀରଙ୍କ ସ୍ଥାନ ନେବେ ଦ୍ରାବିଡ!, ଜାଣନ୍ତୁ କ’ଣ କହିଲା କୋଲକାତା

ନୂଆଦିଲ୍ଲୀ,୯।୭: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଟି -୨୦ ବିଶ୍ୱକପ ୨୦୨୪ ପରେ ସେ ଥଟ୍ଟା କରି କହିଥିଲେ ଯେ, ବର୍ତ୍ତମାନ ସେ ବେରୋଜଗାର ରହିବେ। କିନ୍ତୁ ଏହା ଘଟୁଥିବା ପରି ମନେ ହେଉନାହିଁ । ଏକ ରିପୋର୍ଟ ଅନୁଯାୟୀ, କୋଲକାତା ନାଇଟ ରାଇଡର୍ସ ଦ୍ରାବିଡଙ୍କ ସହ ଯୋଗାଯୋଗ କରିଛି। କେକେଆର ଦ୍ରାବିଡଙ୍କୁ ମେଣ୍ଟର ପଦ ଦେବାକୁ ଚାହୁଁଛି। ଗୌତମ ଗମ୍ଭୀରଙ୍କ ବିଷୟରେ ଆଲୋଚନା ହେଉଛି ଯେ ସେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବାକୁ ଯାଉଛନ୍ତି। ତେଣୁ ତାଙ୍କ ସ୍ଥାନ ଖାଲି ହେବାକୁ ଯାଉଛି।

ଖବର ଅନୁଯାୟୀ, କେକେଆର ଦ୍ରାବିଡଙ୍କୁ ପ୍ରସ୍ତାବ ଦେଇଛି। ଦଳ ଦ୍ରାବିଡଙ୍କୁ ମେଣ୍ଟର କରିବାକୁ ଚାହୁଁଛି। ବାସ୍ତବରେ ଚୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବାର ଖବର ରହିଛି। ଯଦି ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହୁଅନ୍ତି, ତେବେ କେକେଆରରେ ତାଙ୍କର ସ୍ଥାନ ଖାଲି ହୋଇଯିବ। ତେଣୁ କେକେଆର ତାଙ୍କ ସ୍ଥାନରେ ଦଳରେ ଜଣେ ଭେଟେରାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହରଭଜନ, ଯୁବରାଜଙ୍କୁ ସମାଲୋଚନା

ନୂଆଦିଲ୍ଳୀ,୧୬ା୭: ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ, ଯୁବରାଜ ସିଂ ଓ ସୁରେଶ ରାଇନାଙ୍କୁ ସମାଲୋଚନା...

ଇତିହାସରେ ପ୍ରଥମଥର ୬ ଜଣଙ୍କୁ ଗୋଲ୍ଡେନ୍‌ ବଲ୍‌

ବର୍ଲିନ୍‌,୧୬ା୭: ଜର୍ମାନୀରେ ଅନୁଷ୍ଠିତ ୟୁରୋ କପ୍‌ ୨୦୨୪ ଶେଷ ହୋଇଛି। ଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ସ୍ପେନ୍‌ ଚାମ୍ପିୟନ ହୋଇଛି। ତେବେ ଟୁର୍ନାମେଣ୍ଟ ଇତିହାସରେ...

ତାରକା ଫରଓ୍ବାର୍ଡ ଥୋମାସ ମୁଲରଙ୍କ ଅବସର

ମ୍ୟୁନିଚ୍‌(ଜର୍ମାନୀ),୧୬।୭: ଅନ୍ତର୍ଜାତୀୟ ଫୁଟବଲରୁ ଜର୍ମାନୀର ତାରକା ଫରଓ୍ବାର୍ଡ ଥୋମାସ ମୁଲର ସୋମବାର ଅବସର ଘୋଷଣା କରିଛନ୍ତି। ଫଳରେ ୨୦୧୪ ବିଶ୍ୱକପ ଟାଇଟଲ ସହ ତାଙ୍କ ୧୪...

ମ୍ୟାଚ୍‌ ମଝିରେ ମେସି ଆହତ

ମିୟାମି ଗାର୍ଡେନ୍ସ, ୧୬ା୭: ରକ୍‌ ଗାର୍ଡେନ୍‌ ଷ୍ଟାଡିୟମରେ ଖେଳାଯାଇଥିବା କୋପା ଆମେରିକା ଫାଇନାଲ ମ୍ୟାଚ୍‌ରେ ଆହତ ହୋଇଛନ୍ତି ଆର୍ଜେଣ୍ଟିନାର ଲିଓନେଲ ମେସି। ଫାଇନାଲ ମ୍ୟାଚ୍‌ ପୂର୍ବରୁ...

ଟାଇଟଲ ବିଜୟରେ ଆର୍ଜେଣ୍ଟିନାର ରେକର୍ଡ

ମିୟାମି ଗାର୍ଡେନ୍ସ, ୧୬ା୭: ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ସୋମବାର କଲମ୍ବିଆକୁ ୧-୦ ଗୋଲରେ ପରାସ୍ତ କରି କୋପା ଆମେରିକା ଫୁଟବଲ ୨୦୨୪ ବିଜୟୀ ହୋଇଛି। ଏହା...

ହୃଦୟକୁ ଛୁଇଁଯିବ ରୋହିତଙ୍କ ଏହି ବୟାନ

ନୂଆଦିଲ୍ଲୀ,୧୫।୭: ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ଶୈଳୀ ଅତ୍ୟନ୍ତ ଅନନ୍ୟ। ‘ହିଟମ୍ୟାନ’ ଭାବରେ ଜଣାଶୁଣା ରୋହିତ ପ୍ରାୟତଃ ମ୍ୟାଚ ସମୟରେ ତାଙ୍କ ସାଥୀ ଖେଳାଳିଙ୍କ ସହ...

ଅନନ୍ତ-ରାଧିକାଙ୍କ ବିବାହରେ କାହିଁକି ସାମିଲ ହେଲେନି କୋହଲି-ରୋହିତ, ସାମ୍ନାକୁ ଆସିଲା ଏହି ବଡ଼ କାରଣ

ନୂଆଦିଲ୍ଲୀ,୧୫।୭: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ୧୨ ଜୁଲାଇରେ ବହୁ ଧୂମଧାମରେ ଅନୁଷ୍ଠତ ହୋଇଯାଇଛି। ଏହି ବିବାହରେ ଅତିଥିମାନଙ୍କ ଆଗମନ କିଛି ଦିନ...

‘କ୍ଷମା ମାଗନ୍ତୁ…’ ତୌବା ତୌବା ଗୀତରେ ଡ୍ୟାନ୍ସ କରି ଫସିଲେ ଯୁବରାଜ, ହରଭଜନ, ରାଇନା, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୫।୭: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ, ହରଭଜନ ସିଂ ଏବଂ ସୁରେଶ ରାଇନାଙ୍କ ତୌବା ତୌବା ଗୀତର ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri