କିଟ୍‌ର ବିଭିନ୍ନ ଷ୍ଟାଡିୟମ ଲୋକାର୍ପିତ

ଭୁବନେଶ୍ୱର,୧୮।୨ (କ୍ରୀଡ଼ା ପ୍ରତିନିଧି): କିସ୍‌ ବିଶ୍ୱବିଦ୍ୟାଳୟ ୨ୟ ଏବଂ କିସ୍‌-ଭୁବନେଶ୍ୱରର ୪ର୍ଥ କ୍ୟାମ୍ପସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ଏଥିସହ ଭାରତର ବିଶିଷ୍ଟ କ୍ରୀଡ଼ା ପ୍ରତିଭା ଓ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କିଟ୍‌ର ବିଭିନ୍ନ ଷ୍ଟାଡିୟମ ଓ ଭିତ୍ତିଭୂମିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ପୂର୍ବରୁ କିସ୍‌-ଭୁବନେଶ୍ୱର ଓ କିସ୍‌ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍‌ ଥିବା ବେଳେ ଏବେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‌ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଏହି କ୍ୟାମ୍ପସରେ ଏକାଡେମିକ୍‌ ବିଲ୍‌ଡିଂ, ବୃହତ୍‌ ଲାଇବ୍ରେରି, ୩ ହଜାର ଛାତ୍ର ରହିବା ଭଳି ଛାତ୍ରାବାସ, ୩ ହଜାର ଛାତ୍ରୀ ରହିବା ଭଳି ଛାତ୍ରୀନିବାସର ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ବିଏମ୍‌ସି ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କିଟ୍‌-କିସ୍‌ରେ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ବହୁ ଉପଯୋଗୀ ଇନ୍‌ଡୋର ଷ୍ଟାଡିୟମ ଓ କିଟ୍‌ କ୍ରିକେଟ ଷ୍ଟାଡିୟମ, ଦିଲୀପ ତିର୍କୀ ହକି ଷ୍ଟାଡିୟମ, ଅଭିନବ ବିନ୍ଦ୍ରା ଇନ୍‌ଡୋର ଶୁଟିଂ ରେଞ୍ଜ, ରାହୁଲ ବୋଷ ରଗ୍‌ବୀ ଷ୍ଟାଡିୟମ, ଦେବାଶିଷ ଓ ଶିବସୁନ୍ଦର ଷ୍ଟାଣ୍ଡ, ବିଶ୍ୱନାଥନ୍‌ ଆନନ୍ଦ ଅନ୍ତର୍ଜାତୀୟ ଚେସ୍‌ ହଲ୍‌, ଲିଆଣ୍ଡର ପେସ୍‌ ଟେନିସ୍‌ ଷ୍ଟାଡିୟମ, ଦୂତି ଚାନ୍ଦ ଆଥ୍‌ଲେଟିକ ଷ୍ଟାଡିୟମ, ଅମିୟ ମଲ୍ଲିକ୍‌ ଆଥ୍‌ଲେଟିକ ଷ୍ଟାଣ୍ଡ, ଶ୍ରାବଣୀ ନନ୍ଦ ଷ୍ଟାଣ୍ଡ, ମିନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍‌, ପ୍ରମୋଦ ଭଗତ ବ୍ୟାଡ୍‌ମିଣ୍ଟନ ଇନ୍‌ଡୋର ହଲ୍‌, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଫୁଟବଲ ଷ୍ଟାଡିୟମ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏଥିରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଆର୍‌. ଭିନିଲ୍‌ କ୍ରିଷ୍ଣା, ପଦ୍ମଭୂଷଣ ଲିଆଣ୍ଡର ପେସ୍‌, ରଗ୍‌ବୀ ଇଣ୍ଡିଆ ସଭାପତି ରାହୁଲ ବୋଷ, ହକି ଇଣ୍ଡିଆ ସଭାପତି ଦିଲ୍ଲିପ ର୍ତିକୀ, ଅଲିମ୍ପିଆନ ଦୂତି ଚାନ୍ଦ, ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି, ଅର୍ଜୁନ ପୁରସ୍କାରପ୍ରାପ୍ତ ସାଇକ୍ଲିଷ୍ଟ ମିନତି ମହାପାତ୍ର, ଆଥଲେଟ୍‌ ଅମୀୟ ମଲ୍ଲିକ, ସର୍ବଭାରତୀୟ ଚେସ୍‌ ଫେଡେରେଶନ ସମ୍ପାଦକ ଭରତ ସିଂ ଚୌହାନ, ଅନ୍ତର୍ଜାତୀୟ ମହିଳା ଫୁଟବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟପ୍ରମୁଖ ଉପସ୍ଥିତ ଥିଲେ। ପଦ୍ମ ବିଭୂଷଣ ବିଶ୍ୱନାଥନ୍‌ ଆନନ୍ଦ, ପଦ୍ମଭୂଷଣ ଅଭିନବ ବିନ୍ଦ୍ରା, ଅଲିମ୍ପିଆନ ଶ୍ରାବଣୀ ନନ୍ଦ ଏବଂ ପାରା ଅଲିମ୍ପିଆନ ପ୍ରମୋଦ ଭଗତ ପ୍ରମୁଖ ଭର୍ଚୁଆଲରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହିସବୁ ଭିତ୍ତିଭୂମିର ଲୋକାର୍ପଣ କରିଥିବାରୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କିଟ୍‌ ଓ କିସ୍‌ରେ ଏତେଗୁଡିଏ କ୍ରୀଡ଼ା ଭିତ୍ତିଭୂମିକୁ ଏକାଥରକେ ଦେଶର ଖ୍ୟାତିସମ୍ପନ୍ନ କ୍ରୀଡ଼ା ପ୍ରତିଭାଙ୍କ ନାମରେ ଉତ୍ସର୍ଗ କରାଯିବା ସମଗ୍ର ଦେଶରେ ଅନନ୍ୟ। ଏହା କ୍ରୀଡ଼ା କ୍ଷେତ୍ରରେ ଏକ ମାଇଲ୍‌ ଖୁଣ୍ଟ ହୋଇ ରହିବ ବୋଲି ଅଚ୍ୟୁତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?