ରୋଷେଇ ଘରର ଔଷଧ

ଆପଣ ଜାଣନ୍ତି କି ରୋଷେଇ ଘରେ ନିତ୍ୟ ବ୍ୟବହୃତ ହେଉଥିବା ଏଭଳି କେତେକ ଖାଦ୍ୟଦ୍ରବ୍ୟ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏଥିରେ ଥିବା ଔଷଧୀୟ ଗୁଣ ପାଇଁ ଏହା ଆମର ଅନେକ ଉପକାରରେ ଆସିଥାଏ। ଯେମିତି କି:

ଅଁଳା: ଭିଟାମିନ୍‌ ସି, ଆଣ୍ଟିଅକ୍ସିଡାଣ୍ଟ ଓ ମିନେରାଲ୍ସରେ ଭରା ଅଁଳା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ବ୍ରଣ ସମସ୍ୟାରୁ ମୁକ୍ତି, କ୍ୟାନ୍‌ସର ସହ ଲଢିବା ତଥା କେଶରେ ପ୍ରାକୃତିକ ଚମକ୍‌ ଆଣିବାରେ ବେଶ୍‌ ଉପକାରୀ ହୋଇଥାଏ।

ଡାଲ୍‌ଚିନି: କୋଲେଷ୍ଟରଲ୍‌ ଓ ବ୍ଲଡ୍‌ ସୁଗାର୍‌କୁ ନିୟନ୍ତ୍ରଣରେ ରଖିବା ସହ ଓଜନ କମାଇବାରେ ଏହା ସହାୟକ ହୋଇଥାଏ।

ଅଦା-ରସୁଣ: ସ୍ମରଣଶକ୍ତି ଓ ଭୋକ ବଢାଇବା, ଗ୍ୟାସ୍‌, ଆର୍ଥ୍ରାଇଟିସ୍‌, ସ୍ପଣ୍ଡିଲାଇଟ୍ସ, ଥଣ୍ଡା କାଶରୁ ଅଦା ଅନେକାଂଶରେ ମୁକ୍ତି ଦେଇଥାଏ। ରସୁଣ କୋଲେଷ୍ଟରଲ୍‌, ବ୍ଲଡ୍‌ ପ୍ରେସର୍‌କୁ ନିୟନ୍ତ୍ରଣରେ ରଖିବା ସହ ଥଣ୍ଡାଜନିତ ରୋଗରୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ।

ମହୁ: ମହୁ ଓ ଅଦା ରସ ଖାଇଲେ ଥଣ୍ଡାକାଶରୁ କିଛି ମାତ୍ରାରେ ଉପଶମ ମିଳେ। ଏହା ହିମୋଗ୍ଲୋବିନ୍‌କୁ ବି ବଢ଼ାଇବାରେ ସାହାଯ୍ୟ କରେ। ଖଣ୍ଡିଆ କିମ୍ବା ପୋଡାଜଳା ସ୍ଥାନରେ ମହୁ ଲଗାଇଲେ ଆରାମ ମିଳେ।

ଗୁଡ: ଥଣ୍ଡା ସମସ୍ୟା ସହିତ ଗଳା ଓ ପେଟ ସମ୍ବନ୍ଧୀୟ ନାନାଦି ରୋଗରୁ ଏହା ଉପଶମ ଦେଇଥାଏ। ଥକ୍କାପଣ ବି ଦୂର କରିଥାଏ।

ଲେମ୍ବୁ: ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ, ଫ୍ରେଶ୍‌ ଲାଗେ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା, କୋଲେଷ୍ଟରଲ୍‌କୁ ନିୟନ୍ତ୍ରଣରେ ରଖିବାରେ ବି ଏହା ସାହାଯ୍ୟ କରେ।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକ୍ଟେରିଆ ରୋକିବାର ସରଳ ଉପାୟ

ବ୍ୟାକ୍ଟେରିଆ ନିଜର କାୟାବିସ୍ତାର କଲେ ଆମେ କେତେକ ରୋଗର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ନିୟନ୍ତ୍ରଣ କରିବାର ଏକ ସରଳ ଉପାୟ ରହିଛି। ଏ ସମ୍ପର୍କିତ...

ଦୂରସ୍ତାନକୁ ଯାତ୍ରା କରୁଥିଲେ

ଯାତ୍ରା ସର୍ବଦା ଆନନ୍ଦ ଦାୟକ ଓ ରୋମାଞ୍ଚକର ହୋଇଥାଏ। ମାତ୍ର ଏକୁଟିଆ ଯାତ୍ରା ଅନେକ କଷ୍ଟଦାୟକ। ଆଉ ଏହି ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ...

କ’ଣ କରେ ଘିଅ

ଘିଅ (ଗୁଆଘିଅ)ର ଅନେକ ଫାଇଦା ରହିଛି। କିନ୍ତୁ ସାଧାରଣତଃ ଲୋକେ ଭାବିଥାନ୍ତି କି ଘିଅ ଖାଇଲେ ଓଜନ ବୃଦ୍ଧି ହୋଇଥାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌...

କିଡ୍‌ନୀ ଖରାପ ହେଲେ ଦେଖାଦେଇଥାଏ ଏସବୁ ଲକ୍ଷଣ

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ସାବଧାନ ହେବା ନିହାତି ଜରୁରୀ। ପ୍ରାରମ୍ଭିକ ସ୍ତରରେ କିଡ୍‌ନୀ ଖରାପ ହେଲେ ଜଣାପଡ଼ି ନ ଥାଏ। ମାତ୍ର ଯେତେବେଳେ ଜଣାପଡ଼େ...

ବ୍ଲଡପ୍ରେସର

ଆମ ଶରୀରରେ ରକ୍ତ ସଂଚାଳନ ସକ୍ରିୟ ରହିବା ଦରକାର। ଏଥିରେ ଅସନ୍ତୁଳନ ପରିଲକ୍ଷିତ ହେଲେ ତାହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଅସନ୍ତୁଳିତ ରକ୍ତ ସଂଚାଳନକୁ...

ସ୍ମରଣ ଶକ୍ତି ବଢାଏ ସୁଖ ନିଦ୍ରା

ରାତିର ଅଧୁରା ନିଦ ଅନେକ ରୋଗର କାରଣ ସାଜିଥାଏ। ଏବେ ସ୍ନାୟୁ ବୈଜ୍ଞାନିକ ଦାବି କରିଛନ୍ତି, ରାତିର ସୁନିଦ୍ରା ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ସହ ସ୍ମରଣ...

ପୋଷା ପ୍ରାଣୀ ବି ମନୁଷ୍ୟକୁ ରଖିଥାନ୍ତିି ସୁସ୍ଥ !

ଓ୍ବାଶିଂଟନ,୮।୩ : କେତେକ ଲୋକଙ୍କର ଘରେ ପୋଷା ପ୍ରାଣୀ ପାଳିବା ସଉକ ରହିଥାଏ। କେହିକେହି କୁକୁର, ବିଲେଇ, ଠେକୁଆ, ଶୁଆ, କଇଁଛ ଆଦି ପ୍ରାଣୀ ଘରେ...

ଅର୍ଶ ସମସ୍ୟା ଦୂରକରେ ବାସି ଭାତ

ଭାତ ବଳିଗଲେ ବା ବାସି ହୋଇଗଲେ ଏହାକୁ ଅନେକ ଲୋକ ଫୋପାଡି ଦେଇଥାଆନ୍ତି। ହେଲେ ଏହା ଶରୀର ପାଇଁ ବେଶ୍‌ ଉପକାରୀ ବୋଲି ଗବେଷକମାନେ ମତ...

Advertisement
Archives

Model This Week