କିଚେନ ଗାର୍ଡେନ ଡେ’

ଭୁବନେଶ୍ୱର, ୨୬।୮(ଅସମାପିକା ସାହୁ): ଆଜି ଓ୍ବାର୍ଲଡ କିଚେନ ଗାର୍ଡେନ ଡେ’। ପ୍ରତିବର୍ଷ ଅଗଷ୍ଟ ଶେଷ ରବିବାର ଏହି ଦିବସ ଭାବେ ପାଳନ କରାଯାଏ। ଆଜିକାଲିର ଫ୍ୟାଶନ ଯୁଗରେ ଗାର୍ଡେନ କରିବା ଏକ ସଉକ ପାଲଟିଲାଣି। ସହରରେ ଏହି କିଚେନ ଗାର୍ଡେନ ବହୁଳଭାବେ ଦେଖିବାକୁ ମିଳୁଛି। ଛାତ ଉପରେ ନିଆରା ପ୍ରଣାଳୀରେ ବିଭିନ୍ନ ପ୍ରକାର ପନିପରିବାଠାରୁ ଆରମ୍ଭକରି ଫଳ ପର୍ଯ୍ୟନ୍ତ ଗଛ ଲଗାଉଛନ୍ତି ଲୋକେ। କୋଠାଘରର କଙ୍କ୍ରିଟ୍‌ ଛାତକୁ କିଚେନ ଗାର୍ଡେନରେ ପରିଣତ କରିବା ଏବେ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ମଧ୍ୟ ସୃଷ୍ଟି କରୁଛି। କିଏ କେତେ ଅଧିକ ପ୍ରକାରର ଗଛ ଏବଂ ସୁସ୍ଥ ଗଛ କରିପାରିବ ତାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ପୂର୍ବରୁ କେବଳ ଫୁଲଗଛ ଲଗାଉଥିବା ଲୋକେ ଏବେ ପନିପରିବା ଗଛ ଲଗାଇବାକୁ ବି ପସନ୍ଦ କଲେଣି। କେବଳ ପନିପରିବା ନୁହେଁ ଫଳ, ଔଷଧୀୟ ଗଛ ମଧ୍ୟ ଲଗାଉଛନ୍ତି। ରାସାୟନିକ ସାର ବଦଳରେ ହାତତିଆରି ଖତ ବ୍ୟବହାର କରୁଛନ୍ତି। ଗୋବର, ଗାଈମୂତ୍ର ଏବଂ ଗୁଡ଼ ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରୁଛନ୍ତି, ଯାହାକୁ ବ୍ୟବହାର କଲେ ଗଛ ସୁସ୍ଥ ରହିବ ବୋଲି ଲୋକେ କହୁଛନ୍ତି। ରାଜଧାନୀରେ ଚାକିରି କରୁଥିବା ଲୋକଟିଏ ମଧ୍ୟ ନିଜ କର୍ମମୟ ଜୀବନରୁ ସମୟ କାଢ଼ି ଏବେ ରୁଫ୍‌ଟପ୍‌ ଗାର୍ଡେନ କରିବା ପାଇଁ ଆଗେଇ ଆସୁଛି। କାରଣ ଏବେ ଲୋକେ ବୁଝିଲେଣି ଯେ ବଜାରରେ ମିଳୁଥିବା ପନିପରିବାଠାରୁ ଆରମ୍ଭକରି ଫଳ ପର୍ଯ୍ୟନ୍ତ ସବୁଥିରେ ରାସାୟନିକ ସାର ବ୍ୟବହାର କରାଯାଉଛି, ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ ନିଜେ ଲଗାଇଥିବା ଗଛରୁ ପନିପରିବା ଖାଇଲେ ସୁସ୍ଥ ରହିପାରିବା ବୋଲି ସେମାନେ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ଭୁବନେଶ୍ୱର ଚିନ୍ତାମଣିଶ୍ୱରର ରଶ୍ମିରେଖା ସାହୁ କହିଛନ୍ତି, ମୁଁ ଏବଂ ମୋ ସ୍ବାମୀ ପ୍ରଥମେ ପ୍ରଥମେ ବିଭିନ୍ନ ପ୍ରକାର ଫୁଲଗଛ ଲଗାଉଥିଲୁ। ଯେତେବେଳେ ସେଥିରେ ଆମେ ସଫଳ ହେଲୁ ଧୀରେ ଧୀରେ ପନିପରିବା ଗଛ ଲଗାଇବା ପାଇଁ ଇଚ୍ଛା ପ୍ରକାଶ କଲୁ। ଛାତ ଉପରେ ବାଇଗଣ, ଲେମ୍ବୁ, ଲଙ୍କା, ଭେଣ୍ଡି, ଶାଗ ଭଳି ପରିବା ଲଗାଇବା ସହିତ ବାରମାସୀ ଆମ୍ବଗଛ ମଧ୍ୟ ଲଗାଉଛୁ। ଏବେ ଷ୍ଟ୍ରବେରି ଗଛ ଲଗାଇଛୁ, ଯେଉଁଥିରେ ଏକାଥରକେ ୫ଟି ଫଳ ଧରୁଛି। ଆଉ ଛାତ ଉପରୁ ନିଜେ ତୋଳିଆଣି ଖାଇବାର ଖୁସି ମଧ୍ୟ ଅଲଗା।


Enter your email to get our daily news in your inbox.

All Right Reserved By Dharitri.Com

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…

Nana Lover Story: ଏହି ଅଭିନେତ୍ରୀଙ୍କ ପ୍ରେମରେ ଦିୱାନା ଥିଲେ ନାନା!, ରାଇଟର କଲେ ଖୁଲାସା…

ମୁମ୍ୱାଇ: ବଲିଉଡର ଦିଗ୍‌ଜ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ନିଜ ଦୀର୍ଘ ଅଭିନୟ କ୍ୟାରିୟରରେ ନାନା ପାଟେକରଙ୍କ ନାଁ କିଛି…

୧୩ ବର୍ଷ ବୟସରେ କମାଉଥିଲେ ୩୫ ଟଙ୍କା! ପ୍ରତିଦିନ ୮ କିମି ପାଦରେ ଚାଲି କେଉଁଠିକୁ ଯାଉଥିଲେ ନାନା ପାଟେକର?

ମୁମ୍ୱାଇ: ଦିଗ୍‌ଜ ଅଭିନେତା ବିଶ୍ୱନାଥ ପାଟେକର (ନାନା ପାଟେକର) ଆଜି ୮ ଅକ୍ଟୋବର ୨୦୨୬ରେ ୭୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦଘାତ (କାର୍ଡିଆକ ଆରେଷ୍ଟ)…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?