Posted inଜାତୀୟ

‘ଚୁମ୍ବନ ଦେବା ଯୌନ ଅପରାଧ ନୁହେଁ’

ପୁଣେ,୧୫।୫: ଏକ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଣେ ୧୪ ବର୍ଷର ବାଳକଙ୍କୁ ଯୌନ ନିର୍ଯାତନା ମାମଲାରେ କୋର୍ଟ ଜାମିନ ପ୍ରଦାନ କରି କହିଛନ୍ତି। ଚୁମ୍ବନ ଦେବା ଏବଂ ପ୍ରେମ କରିବା ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ ଅନୁଯାୟୀ ସ୍ବାଭାବିକ ଅପରାଧ ନୁହେଁ।
ଜଷ୍ଟିସ ଅନୁଜା ପ୍ରଭୁଦେଶାଇ ଏହି ମାମଲାର ଶୁଣାଣି କରି କହିଛନ୍ତି, ବାଳକଙ୍କ ବିବୃତି ତଥା ପ୍ରଥମ ସୂଚନା ରିପୋର୍ଟ (ଏଫ୍‌ଆଇଆର) ଅନୁସାରେ ଅଭିଯୁକ୍ତ ପୀଡିତଙ୍କ ପ୍ରାଇଭେଟ୍‌ ପାର୍ଟକୁ ଛୁଇଁଥିଲେ ଏବଂ ଓଠରେ ଚୁମ୍ବନ ଦେଇଥିଲେ। ମୋ ମତରେ, ଏହା ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭ ଅନୁଯାୟୀ ଏକ ଅପରାଧ ନୁହେଁ ।
ଏଫ୍‌ଆଇଆର୍‌ ଅନୁଯାୟୀ, ବାଳକଙ୍କ ବାପା ତାଙ୍କ ଆଲମାରିରୁ କିଛି ଟଙ୍କା ହଜିଯାଇଥିବା ଦେଖିବାକୁ ପାଇଥିଲେ। ନାବାଳକ ପୁଅ ବାପାଙ୍କୁ କହିଥିଲେ ଯେ, ସେ ଏକ ଅନ୍‌ଲାଇନ ଗେମ ରିଚାର୍ଜ କରିବାକୁ ଜଣଙ୍କୁ ଟଙ୍କା ଦେଇଛନ୍ତି। ସେ ତାଙ୍କ ପିତାଙ୍କୁ ମଧ୍ୟ କହିଥିଲେ ଯେ, ସେହି ବ୍ୟକ୍ତି ଜଣକ ତାଙ୍କୁ ଚୁମ୍ବନ ଦେଇ ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ସ୍ପର୍ଶ କରିଥିଲେ।
ବାପା ପୋଲିସ ପାଖକୁ ଯାଇ ପୋକ୍‌ସୋ ଆକ୍ଟ ଏବଂ ଧାରା ୩୭୭ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରିଥିଲେ। ଜଷ୍ଟିସ ପ୍ରଭୁଦେଶାଇ କହିଛନ୍ତି, ବାଳକଟିର ଡାକ୍ତରୀ ପରୀକ୍ଷାରେ ଯୌନ ନିର୍ଯାତନାକୁ ନିଶ୍ଚିତ କରି ନାହିଁ। ଅଭିଯୁକ୍ତ ଏକ ବର୍ଷ ଜେଲରେ ରହିଛନ୍ତି, ତେଣୁ ସେ ଜାମିନ ପାଇବାକୁ ହକ୍‌ଦାର। ଅଦାଲତ ଉକ୍ତ ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କାରେ ଜାମିନ ପ୍ରଦାନ କରିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର: ୬ରୁ ୧୯ ଜୁଲାଇ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ, ଜାଣନ୍ତୁ କେବେ ଖୋଲିବ…

ନୂଆଦିଲ୍ଲୀ,୧।୭: କଶ୍ମୀର ଉପତ୍ୟକାରେ ବଢୁଥିବା ଗରମ ଓ ଗୁଳୁଗୁଳି ମଧ୍ୟରେ ସ୍କୁଲ ପିଲାମାନଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ଆସିଛି। ଜମ୍ମୁ-କଶ୍ମୀର ସରକାର କଶ୍ମୀର…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri