Posted inଖେଳ

କିସ୍‌ ବାଳିକା ଓ ବାଳକ ବର୍ଗରେ ଚାମ୍ପିୟନ

ଖୁଣ୍ଟା,୧୧ା୧୨(ଦେବରଞ୍ଜନ ବେହେରା) : ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଭୋଳାଗଡ଼ିଆ ପଞ୍ଚାୟତସ୍ଥିତ ମିନି ଷ୍ଟାଡିୟମଠାରେ ଓଡ଼ିଶା ସରକାର ଏବଂ ଓଡ଼ିଶା ରଗବୀ ଆସୋସିଏଶନ ପକ୍ଷରୁ ମୟୂରଭଞ୍ଜ ଜିଲା ରଗବୀ ଫୁଟବଲ ଆସୋସିଏଶନ ଆନୁକୁଲ୍ୟରେ ୮ମ ବାର୍ଷିକ ରାଜ୍ୟସ୍ତରୀୟ ସବ୍‌ ଜୁନିୟର ରଗବୀ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ, ବାଲେଶ୍ୱର,ଯାଜପୁର, ଗଞ୍ଜାମ, କେନ୍ଦୁଝର, କିସ ଭୁବନେଶ୍ୱର ଓ ସମ୍ବଲପୁର ଆଦି ମୋଟ ୨୪ ବାଳିକା, ବାଳକ ଟିମ୍‌ ଅଂଶ ଗ୍ରହଣ କରିଥିଲେ। ୧୪ ବର୍ଷରୁ କମ୍‌ ବାଳିକା ବର୍ଗ ଫାଇନାଲ ମ୍ୟାଚ କିସ୍‌ ଓ ମୟୂରଭଞ୍ଜ ରଗବୀ ଟିମ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କିସ୍‌ ଟିମ୍‌ ୨୦-୦ ପଏଣ୍ଟରେ ଚାମ୍ପିୟନ ହୋଇଥିଲା। ସେହିପରି ୧୪ ବର୍ଷରୁ କମ୍‌ ବାଳକ ବର୍ଗରେ କିସ୍‌ ଓ ଯାଜପୁର ରଗବୀ ଫୁଟବଲ ଟିମ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଲା। ଏଥିରେ କିସ୍‌ ଟିମ୍‌ ୧୫-୦ ପଏଣ୍ଟରେ ଚାମ୍ପିୟନ ହୋଇଥିଲା।
ଉଦ୍‌ଯାପାନୀ ଉତ୍ସବରେ ଅତିଥି ଭାବେ ଜିଲା ରଗବୀ ଟିମ୍‌ର ଆମ୍ବାସଡର ତଥା ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି , ଖୁଣ୍ଟା ବ୍ଲକ ଅଧ୍ୟକ୍ଷା ସୁଧନ୍ୟା ନାଏକ, ଜିଲା କ୍ରୀଡ଼ା ଅଧିକାରୀ ଅବନୀ ମହାନ୍ତି, ଓଡ଼ିଶା ରଗବୀ ଫୁଟବଲ ଏସୋସିଏସନର ଜେନରାଲ ସେକ୍ରେଟାରୀ ଉପେନ୍ଦ୍ର କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ସୁଶାନ୍ତ ସାହୁ, ଭାରତୀୟ ରଗବୀ ଫୁଟବଲର ଆସିଷ୍ଟାଣ୍ଡ କୋଚ଼ ମାନସ କୁମାର ଜେନା, ଜିଲା ରଗବୀ ଫୁଟବଲ ଆସୋସିଏସନର ସଭାପତି ସୁନାରାମ କିସ୍କୁୁ ଓ ସମ୍ପାଦକ ଜେ. ସୁୁଶିଲ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri