Posted inଜାତୀୟ

ଶୀଘ୍ର ଶେଷ ହୋଇପାରେ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ,୬ ।୧୨: ବର୍ଷକରୁ ଊର୍ଦ୍ଧ୍ୱ ସମୟ ଧରି ଜାରି ରହିଥିବା କୃଷକ ଆନ୍ଦୋଳନ ଶୀଘ୍ର ଶେଷ ହୋଇପାରେ ବୋଲି ଅନୁମାନ କରାଯାଇଛି । ମୃତ କୃଷକଙ୍କ ପରିବାରକୁ ଅନୁକମ୍ପା ରାଶି ବ୍ୟତୀତ ଅନ୍ୟ ସମସ୍ତ ଦାବି ଧୀରେ ଧୀରେ ପୂରଣ ହେଉଥିବା ଜଣାପଡିଛି । କୃଷକ ଆନ୍ଦୋଳନର ସମାଧାନ ଦାୟିତ୍ୱ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଦିଆଯିବା ପରେ ପରଦା ପଛରେ କୃଷକ ସଙ୍ଗଠନ ସହ ସରକାରଙ୍କର ବହୁଥର କଥା ହୋଇଥିବା ଜଣାପଡିଛି । ଏହା ଉପରେ ସୋମବାର ସାର୍ବଜନିକ ଭାବେ କଥା ହେବାର ଅଛି ବୋଲି ସୂଚନା ମିଳିଛି । ପରଦା ପଛରେ କଥାବାର୍ତ୍ତା ସମୟରେ ଲଖିମପୁର ଖେରି ମାମଲାରେ ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫାକୁ ଅଧିକ ଜୋର ନ ଦେବାକୁ ଭରସା ଦିଆଯାଇଛି । ଏମ୍‌ଏସ୍‌ପିକୁ ନେଇ ଗଠିତ ହେବାକୁ ଥିବା କମିଟି ନିକଟକୁ ପଠାଇବା ଓ କୃଷକଙ୍କ ବିରୋଧରେ ହୋଇଥିବା ମାମଲାକୁ ଉଠାଇ ନେବା ଉପରେ ସହମତି ପ୍ରକାଶ ପାଇଛି । ଏଥିରୁ ଅନୁମାନ କରାଯାଉଛି କି କୃଷକ ଆନ୍ଦୋଳନ ଶୀଘ୍ର ଶେଷ ହୋଇପାରେ । ହେଲେ ଏବେ ମୃତ କୃଷକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନକୁ ନେଇ ମନ୍ଥନ ଚାଲିଛି । କେନ୍ଦ୍ର ଏହାକୁ ରାଜ୍ୟ ସରକାରଙ୍କ ଉପରେ ଛାଡି ଦେଇଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବ ରେଲଓ୍ବେ

ନୂଆଦିଲ୍ଲୀ,୧୪।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଲଓ୍ବେ ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବା ଲାଗି...

କାନ୍ସରେ ‘ପାରାସାଇଟ୍‌’କୁ ସ୍ବର୍ଣ୍ଣ

କାନ୍ସ,୨୭ା୫(ପି.ଟି): ଦକ୍ଷିଣ କୋରୀୟ ନିର୍ଦ୍ଦେଶକ ବଙ୍ଗ୍‌ ଜୁନ୍‌ ହୋଙ୍କ ‘ପାରାସାଇଟ୍‌’ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ବର୍ଣ୍ଣ ପଦକ ଲାଭ କରିଛି। ଶନିବାର ସନ୍ଧ୍ୟାରେ ୭୨ତମ କାନ୍ସ...

ପିଇବା ପାଣି ପାଲଟିଲା ବରଫ, ମରୁଭୂମିରେ ତୁଷାରପାତ…

ନୂଆଦିଲ୍ଲୀ, ୨୧।୧୨: ସମଗ୍ର ଉତ୍ତର ଭାରତ ପ୍ରବଳ ଥଣ୍ଡାରେ ଥରୁଛି। ପାହାଡ଼ିଆ ଅଞ୍ଚଳରେ ପର୍ବତ ଉପରେ ତୁଷାରପାତ ଆରମ୍ଭ ହୋଇଛି। ରାଜସ୍ଥାନର ବହୁ ସ୍ଥାନରେ ତାପମାତ୍ରା...

ବାଂଲାଦେଶରୁ ୧୬୯ ଭାରତୀୟଙ୍କୁ ଏୟାର ଲିଫ୍ଟ୍‌ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୯।୫: ବାଂଲାଦେଶରେ ଥିବା ୧୬୯ ଭାରତୀୟଙ୍କୁ ଏୟାର ଇଣ୍ଡିଆ ପକ୍ଷରୁ ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଏୟାର ଲିଫ୍ଟ କରାଯିବ। ସେମାନେ ଢ଼ାକାରୁ ଆସି ଜମ୍ମୁ-କଶ୍ମୀରର...

କର୍ନାଟକ ଉପ ନିର୍ବାଚନ ପାଇଁ ଜେଡି(ଏସ୍‌)ର ପ୍ରାର୍ଥୀ ଘୋଷଣା

ବେଙ୍ଗାଲୁରୁ,୧୪।୧୧: କର୍ନାଟକର ୧୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଛି। ଏହି ଉପନିର୍ବାଚନ ପାଇଁ ଗୁରୁବାର ଜନତା ଦଳ(ସେକ୍ୟୁଲାର) ବା ଜେଡି(ଏସ୍‌)...

ଉଛୁଳିଲାଣି ଯମୁନା: ଆସିପାରେ ସବୁଠାରୁ ବଡ଼ ବନ୍ୟା

ନୂଆଦିଲ୍ଲୀ,୧୯।୮: ଆଗକୁ ଅଛି ଜନ୍ମାଷ୍ଟମୀ। ହେଲେ ଏବେଠାରୁ ଉଛୁଳିଲାଣି ଯମୁନା। ଲଗାଣ ବର୍ଷା ଫଳରେ ଯମୁନା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ...

ମାନ୍ଦାବସ୍ଥାର ପ୍ରଭାବ: ସାବୁନ ଦର ହ୍ରାସ କରୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୨୯ା୮: ଦେଶରେ ମାନ୍ଦାବସ୍ଥା ଏଭଳି ମାଡି ଆସିଛି ଯେ, ଅଟୋମୋବାଇଲ, ରିଏଲ୍‌ ଇଷ୍ଟେଟ୍‌ ପରେ ଏବେ ସାବୁନ ତିଆରି କରୁଥିବା କମ୍ପାନୀ ନିଜର ଉତ୍ପାଦର ଦର...

ମହାରାଷ୍ଟ୍ରରେ ସରକାର ଗଢିବାକୁ ଚାହିଁଲାଣି ଏନ୍‌ସିପି

ମୁମ୍ବାଇ,୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଅକ୍ଟୋବର ୨୪ରୁ ପ୍ରକାଶିତ ହୋଇ ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଠାରେ ସରକାର ଗଠନ କରାଯାଇ ପାରି ନାହିଁ। କାରଣ...

Advertisement
Archives

Model This Week