ବିବାହର ଚାରି ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ, ପୋଷ୍ଟ ଲେଖି କହିଲେ…

ବମ୍ବେ: ଚାରି ବର୍ଷର ବିବାହ ପରେ ସ୍ବାମୀଙ୍କଠାରୁ ଅଲଗା ହୋଇଛନ୍ତି ଅଭିନେତ୍ରୀ କୀର୍ତ୍ତି କୁଲ୍ହାରୀ। ସୋସିଆଲ ମିଡିଆରେ ଲମ୍ବା ଚଉଡ଼ା ପୋଷ୍ଟ କରି ସେ ଏ ବିଷୟରେ ଜଣାଇଛନ୍ତି।

୨୦୧୬ରେ ସାହିଲ ସେହଗଲଙ୍କ ହାତ ଧରିଥିଲେ କୀର୍ତ୍ତି। ଏବେ ବିବାହ ବିଚ୍ଛେଦକୁ ନେଇ ସେ କହିଛନ୍ତି, ସାଙ୍ଗରେ ରହିବା ନିଷ୍ପତ୍ତିଠାରୁ ଅଲଗା ହେବା ନିଷ୍ପତ୍ତି ବହୁତ କଠିନ। ମୁଁ ଏବଂ ସାହିଲ ଅଲଗା ହେବାର ନିଷ୍ପତ୍ତି ନେଇଛୁ। କେବଳ କାଗଜରେ ନୁହେଁ ବାସ୍ତବ ଜୀବନରେ। ଏକାଠି ରହିବା ନିଷ୍ପତ୍ତିକୁ ସମସ୍ତେ ସେଲିବ୍ରେଟ୍‌ କରନ୍ତି। ହେଲେ ସେମାନଙ୍କୁ ଅଲଗା ହେବା ଖବର ଦୁଃଖ ଦେଇଥାଏ। ଏହା ସହଜ ନୁହେଁ। ହେଲେ ଯାହା ହେବା କଥା ହେବ। ଠିକ୍‌ ଅଛି। ଆଗକୁ ଏ ବିଷୟରେ କଥା ହେବାକୁ ଚାହିଁବି ନାହିଁ ବୋଲି ସେ କହିଛନ୍ତି।

ତେବେ କୀର୍ତ୍ତି ଫିଲ୍ମ ‘ପିଙ୍କ’ ରିଲିଜ ହେବାର ୩ରୁ ୪ ମାସ ପୂର୍ବରୁ ବିବାହ କରିଥିଲେ। ବ୍ୟକ୍ତିଗତ ଜୀବନକୁ ଗୋପନ ରଖିବାକୁ ଚାହୁଁଥିବାରୁ ଏହି ବିବାହ ବିଷୟରେ କେହି ଜାଣିପାରି ନ ଥିଲେ। ପରେ ଫିଲ୍ମ ରିଲିଜ ପରେ ଏକଥା ଜଣାପଡ଼ିଥିଲା।
ଅଭିନେତ୍ରୀଙ୍କ କାମ ବିଷୟରେ କଥା ହେଲେ, ସେ ପିଙ୍କ, ଇନ୍ଦୁ ସରକାର, ବ୍ଲାକମେଲ୍‌, ମିଶନ ମଙ୍ଗଲ, ଉରି: ଦ ସର୍ଜିକାଲ ଷ୍ଟାଇକ୍‌ ଏବଂ ଦ ଗର୍ଲ ଅନ୍‌ ଦ ଟ୍ରେନ୍‌ରେ ଅଭିନୟ କରିଛନ୍ତି। ଏହାଛଡ଼ା ସେ ଓ୍ବେବ୍‌ ସିରିଜ ‘ଫୋର ମୋର ଶର୍ଟସ’ରେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୭ ବର୍ଷରେ ହାତକୁ ଦି’ ହାତ ହେଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତା ରଣଦୀପ ହୁଡା ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଲିନ ଲାଇଶ୍ରାମଙ୍କୁ ବିବାହ କରିଛନ୍ତି। ଇମ୍ଫାଲରେ ପାରମ୍ପରିକ ମଣିପୁରୀ ରୀତିନୀତିରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ...

ଆଲିଆଙ୍କୁ ପ୍ରଶଂସା କରି ଟ୍ରୋଲ ହେଲେ ସୁହାନା

ଶାହାରୁଖ ଖାନଙ୍କ ଲାଡଲୀ ସୁହାନା ଖାନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କ ଫିଲ୍ମ ‘ଦି ଆର୍ଚିଜ’ ଆସନ୍ତା ମାସରେ ମୁକ୍ତିଲାଭ କରିବ। ସୁହାନା...

ଟନେଲ ରେସକ୍ୟୁ ନେଇ ହେବ ମିଶନ ସୁଡଙ୍ଗ ଫିଲ୍ମ, ମୁଖ୍ୟ ଭୁମିକାରେ ଏହି ଅଭିନେତା…

ମୁମ୍ବାଇ,୨୯।୧୧ : ଉତ୍ତରାଖଣ୍ଡର ସିଲ୍କିରା-ଡାଣ୍ଡାଲଗାଓଁ ଟନେଲରେ ଉଦ୍ଧାର କାର୍ଯ୍ୟର ସଫଳତା ପରେ ଏହାକୁ ନେଇ ଫିଲ୍ମ ନିର୍ମାଣ କରିବା ଯୋଜନା ଆରମ୍ଭ ହୋଇଛି। ସୋସିଆଲ ମିଡିଆ...

ଏ ସାର୍ଟିଫିକେଟ ଥିଲେ ବି ଆନିମଲରୁ କଟିବ ୫ ସିନ୍‌, ସାର୍ଟିଫିକେଟ ଭାଇରାଲ…

ମୁମ୍ବାଇ : ରଣବୀର କପୁରଙ୍କ ଅଭିନୀତ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଚଳଚ୍ଚିତ୍ର ଆନିମଲ ଏ ସାର୍ଟିଫିକେଟ ସହିତ ସେନସର ବୋର୍ଡ ଦ୍ୱାରା ପାସ ହୋଇଛି, କିନ୍ତୁ...

କାଜୋଲଙ୍କ ମୁଦି ନେଇ ଅଜୟ ତାଙ୍କୁ ହିଁ କରିଥିଲେ ପ୍ରପୋଜ

ମୁମ୍ବାଇ: ଫିଲ୍ମ ଇସ୍କକୁ ପୁରିଛି ୨୬ବର୍ଷ। ଅଭିନେତ୍ରୀ କାଜୋଲ ଏହି ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପୋଷ୍ଟରରେ କାଜୋଲଙ୍କ ସମେତ ଅଜୟ ଦେବଗନ,...

ଫ୍ୟାନ୍ସ ଗହଳିରେ ଶାହାରୁଖଙ୍କୁ ସାମ୍ନାରେ ଦେଖି ସଲମାନଙ୍କ ଉଡିଲା ହୋସ, ଭିଡିଓ ଭାଇରାଲ

ମୁମ୍ବାଇ: ସଲମାନ ଖାନ ଓ ଶାହାରୁଖ ଖାନଙ୍କର ଏପରି କିଛି ଫ୍ୟାନ୍ସ ଅଛନ୍ତି ଯେଉଁମାନେ ତାଙ୍କ ଫେଭରେଟ ଷ୍ଟାରଙ୍କର କପି ମଧ୍ୟ କରନ୍ତି। କଥା କହିବା...

ରଣବୀର ହେଉଛନ୍ତି ଭାରତର ଶ୍ରେଷ୍ଠ ଅଭିନେତା: ମହେଶ ବାବୁ

ବମ୍ବେ: ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ରଣବୀର କପୁର। ନଭେମ୍ବର ୨୩ରେ ରିଲିଜ ହୋଇଥିଲା ଏହାର ଟ୍ରେଲର। ଏହାକୁ ଦର୍ଶକ...

ପୁଣି ବିବାହ ବନ୍ଧନରେ ଅଭିନେତା ବିନୀତ ରାଇନା, ନର୍ସଙ୍କୁ କଲେ ଜୀବନସାଥୀ

ବମ୍ବେ: ଦ୍ୱିତୀୟ ବିବାହ କରିଛନ୍ତି ‘ଇସ୍କ ମେ ମରଜାଓ୍ବା’ ଫେମ୍‌ ଅଭିନେତା ବିନୀତ ରାଇନା। ପ୍ରେମିକା ଅପେକ୍ଷାଙ୍କ ହାତ ଧରିଛନ୍ତି ସେ। ବିବାହ ପରେ ଉଭୟଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri