ବିବାହର ଚାରି ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ, ପୋଷ୍ଟ ଲେଖି କହିଲେ…

ବମ୍ବେ: ଚାରି ବର୍ଷର ବିବାହ ପରେ ସ୍ବାମୀଙ୍କଠାରୁ ଅଲଗା ହୋଇଛନ୍ତି ଅଭିନେତ୍ରୀ କୀର୍ତ୍ତି କୁଲ୍ହାରୀ। ସୋସିଆଲ ମିଡିଆରେ ଲମ୍ବା ଚଉଡ଼ା ପୋଷ୍ଟ କରି ସେ ଏ ବିଷୟରେ ଜଣାଇଛନ୍ତି।

୨୦୧୬ରେ ସାହିଲ ସେହଗଲଙ୍କ ହାତ ଧରିଥିଲେ କୀର୍ତ୍ତି। ଏବେ ବିବାହ ବିଚ୍ଛେଦକୁ ନେଇ ସେ କହିଛନ୍ତି, ସାଙ୍ଗରେ ରହିବା ନିଷ୍ପତ୍ତିଠାରୁ ଅଲଗା ହେବା ନିଷ୍ପତ୍ତି ବହୁତ କଠିନ। ମୁଁ ଏବଂ ସାହିଲ ଅଲଗା ହେବାର ନିଷ୍ପତ୍ତି ନେଇଛୁ। କେବଳ କାଗଜରେ ନୁହେଁ ବାସ୍ତବ ଜୀବନରେ। ଏକାଠି ରହିବା ନିଷ୍ପତ୍ତିକୁ ସମସ୍ତେ ସେଲିବ୍ରେଟ୍‌ କରନ୍ତି। ହେଲେ ସେମାନଙ୍କୁ ଅଲଗା ହେବା ଖବର ଦୁଃଖ ଦେଇଥାଏ। ଏହା ସହଜ ନୁହେଁ। ହେଲେ ଯାହା ହେବା କଥା ହେବ। ଠିକ୍‌ ଅଛି। ଆଗକୁ ଏ ବିଷୟରେ କଥା ହେବାକୁ ଚାହିଁବି ନାହିଁ ବୋଲି ସେ କହିଛନ୍ତି।

ତେବେ କୀର୍ତ୍ତି ଫିଲ୍ମ ‘ପିଙ୍କ’ ରିଲିଜ ହେବାର ୩ରୁ ୪ ମାସ ପୂର୍ବରୁ ବିବାହ କରିଥିଲେ। ବ୍ୟକ୍ତିଗତ ଜୀବନକୁ ଗୋପନ ରଖିବାକୁ ଚାହୁଁଥିବାରୁ ଏହି ବିବାହ ବିଷୟରେ କେହି ଜାଣିପାରି ନ ଥିଲେ। ପରେ ଫିଲ୍ମ ରିଲିଜ ପରେ ଏକଥା ଜଣାପଡ଼ିଥିଲା।
ଅଭିନେତ୍ରୀଙ୍କ କାମ ବିଷୟରେ କଥା ହେଲେ, ସେ ପିଙ୍କ, ଇନ୍ଦୁ ସରକାର, ବ୍ଲାକମେଲ୍‌, ମିଶନ ମଙ୍ଗଲ, ଉରି: ଦ ସର୍ଜିକାଲ ଷ୍ଟାଇକ୍‌ ଏବଂ ଦ ଗର୍ଲ ଅନ୍‌ ଦ ଟ୍ରେନ୍‌ରେ ଅଭିନୟ କରିଛନ୍ତି। ଏହାଛଡ଼ା ସେ ଓ୍ବେବ୍‌ ସିରିଜ ‘ଫୋର ମୋର ଶର୍ଟସ’ରେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଲିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri