କୋଭିଡ ସେଣ୍ଟର ଘୋଟାଲା: ମୁମ୍ବାଇର ଚା’ ବାଲାଙ୍କୁ ଦିଆଯାଇଛି ୧୦୦ କୋଟି ଟଙ୍କାର ଠିକା

ମୁମ୍ବାଇ,୧୩ ।୨: କରୋନା ମହାମାରୀକୁ ମୁକାବିଲା କରିବାକୁ ସରକାରଙ୍କ ତରଫରୁ ଗଢିଉଠିଥିଲା କୋଭିଡ ସେଣ୍ଟର । ଏହି କ୍ରମରେ ପୁଣେରେ ୧୦୦ କୋଟି ଟଙ୍କା ବ୍ୟୟରେ ଏକ କୋଭିଡ ସେଣ୍ଟର ନିର୍ମାଣ ଲାଗି ମୁମ୍ବାଇର ଜଣେ ଚା’ବାଲାଙ୍କୁ ଠିକା ଦିଆଯାଇଥିବା ଜଣାପଡିଛି । ଏହି ଅଭିଯୋଗ ଆଣିଥିବା ବ୍ୟକ୍ତି କିରିଟ ସୋମୈୟା ମୁମ୍ବାଇର ସେହି ଚା’ ଦୋକାନୀଙ୍କୁ ଖୋଜିବା ସହ ଶନିବାର ମୁମ୍ବାଇର କେଇଏମ ହସ୍ପିଟାଲ ସାମ୍ନାରେ ଥିବା ଏହି ଦୋକାନରେ ଚା’ ପିଇବାକୁ ପହଞ୍ଚି ଯାଇଥିଲେ ।
ପୂର୍ବତନ ଏମ୍‌ପି କିରିଟ ସୋମୈୟା ଗଣମାଧ୍ୟମକୁ ଏହି ସୂଚନା ଦେବା ସହ ଠିକା ଦିଆଯାଇଥିବା ବ୍ୟକ୍ତିଙ୍କ ନାମ ରାଜୀବ ସାଲୁଖେ ବୋଲି କହିଛନ୍ତି । ଏଥିରେ ଠାକରେ ସରକାର ବଡ ଘୋଟାଲା କରିଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଏହା ସିଧାସଳଖ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସାରାରେ ହୋଇଛି । ସେ କହିଛନ୍ତି ସାଲୁଖେ ଲାଇଫ ଲାଇନ ହସ୍ପିଟାଲ ମ୍ୟାନେଜମେଣ୍ଟର ସର୍ଭିସର ଭାଗିଦାର ଆଉ ଏହା ବ୍ଲାକଲିଷ୍ଟେଡ କମ୍ପାନୀ । ଏହି କମ୍ପାନି ସୁଜିତ ପାଟକରଙ୍କର । ପାଟକର ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କ ପାର୍ଟନର । ସୂଚନାଯୋଗ୍ୟ, ଗତ ସପ୍ତାହରେ କିରିଟ ସୋମୈୟା ଯେତେବେଳେ କୋଭିଡ ସେଣ୍ଟର ଘୋଟାଲର ଯାଞ୍ଚ ଦାବି କରି ପୁଣେ ମହାନଗରପାଳିକା ଯାଇଥିଲେ ସେତେବେଳେ ମହାନଗରପାଳିକା କାର୍ଯ୍ୟାଳୟର ଗେଟ ନିକଟରେ ତାଙ୍କ ଉପରକୁ ଶିବସେନା କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଏ ସମ୍ପର୍କରେ ସେ ରାଜ୍ୟପାଳ ଭଗତସିଂ କୋଶୟାରି ଓ କେନ୍ଦ୍ରୀୟ ଗୃହ ସଚିବଙ୍କ ସହ ସାକ୍ଷାତ୍ କରି ଅଭିଯୋଗ ଆଣିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?