କିଓସ୍କ ବ୍ୟାଙ୍କ ଠକେଇ, ହାତବାନ୍ଧି ବସିଛି ପୋଲିସ

ଫୁଲବାଣୀ ଅଫିସ,୨୬।୪: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଥିବା କିଓସ୍କ ବ୍ୟାଙ୍କି ସଂସ୍ଥା ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ଉଠାଇ ନେବା ଘଟଣାକୁ ଆଉ ଦୁଇ ଦିନ ପରେ ମାସେ ପୂରିବ। ହେଲେ ଆଜି ପର୍ଯ୍ୟନ୍ତ ପୋଲିସ ଠକେଇରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଗିରଫ କରିପାରି ନାହିଁ। ସେପଟେ ଟଙ୍କା ହରାଇଥିବା ଲୋକେ କେତେବେଳେ ବ୍ୟାଙ୍କ ତ ଆଉ କେତେବେଳେ ଥାନାକୁ ଦୌଡୁଛନ୍ତି। ବିଶେଷ କରି ବହୁ ଗରିବ ହିତାଧିକାରୀ ଟଙ୍କା ନ ପାଇ ହତାଶ ହେବା ସହ ଦୁଃଖରେ କାଳାତିପାତ କରୁଛନ୍ତି। ଟଙ୍କା ନେଇ ଫେରାର ଥିବା କିଓସ୍କ ବ୍ୟାଙ୍କ ସ୍ବତାଧିକାରୀଙ୍କ ସ୍ତ୍ରୀ ପ୍ରକୃତରେ ଫେରାର ଅଛନ୍ତି ନାଁ ତାଙ୍କୁ ଫେରାର କରାଯାଇଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଟାଉନ ଥାନାଧିକାରୀ ଅଶୋକ କୁମାର ଗିରିଙ୍କୁ ପଚାରିବାରୁ ଟଙ୍କା ନେଇ ଫେରାର ଥିବା ମହିଳା ଜଣକ ବାରମ୍ବାର ମୋବାଇଲ ବନ୍ଦ ରଖୁଛନ୍ତି। ଶେଷଥର ପାଇଁ ତାଙ୍କ ଲୋକେସନ ତାମିଲନାଡୁରେ ଠାବ କରାଯାଇଥିଲା। ତାଙ୍କୁ ଗିରଫ କରାଯିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ। ସେ ଧରା ପଡିଲା ପରେ ସବୁ ଜଣାପଡିବ ବୋଲି କହିଛନ୍ତି।
ସୁଚନାଯୋଗ୍ୟ, ଫୁଲବାଣୀ ସହର ଅମଲାପଡାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଜନସେବା କେନ୍ଦ୍ରରେ କିଓସ୍କ ବ୍ୟାଙ୍କିଙ୍ଗ ଚାଲିଥିଲା। ଏହାର ସ୍ବତାଧିକାର ରମାକାନ୍ତ ଦିଗାଲଙ୍କ ନାମରେ ରହିଛି। ଏହି କିଓସ୍କ ବ୍ୟାଙ୍କରେ ପାଖାପାଖି ୬ ମାସ ଧରି ବାୟୋମେଟ୍ରିକ ପଦ୍ଧତି ଜରିଆରେ ୨୦ ରୁ ଅଧିକ ଗ୍ରାହକଙ୍କ ୭ ଲକ୍ଷରୁ ଅଧିକ ଟଙ୍କା ଠକି ନିଆଯାଇଛି। ଘଟଣା ଜଣାପଡିବା ପରେ କିଓସ୍କ ବ୍ୟାଙ୍କକୁ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ ବନ୍ଦ କରି ଦେଇଛନ୍ତି। କିଛି ଦିନ ପୂର୍ବରୁ ନରେନ୍ଦ୍ର ବେହେରା ନାମକ ଜଣେ ଗ୍ରାହକ ଟଙ୍କା ଜମା କରିବା ପାଇଁ ଉକ୍ତ ବ୍ୟାଙ୍କକୁ ଯାଇ ବିଭିନ୍ନ ସମୟରେ ବାୟୋମେଟ୍ରିକ ବ୍ୟବସ୍ଥା ମାଧ୍ୟମରେ ୧୨ହଜାର ୫୦୦ ଟଙ୍କା ଜମା କରିଥିଲେ। ନରେନ୍ଦ୍ରଙ୍କ ଜମା ଖାତା ଅପଡେଟ ପାଇଁ କିଓସ୍କ ବ୍ୟାଙ୍କ କର୍ମଚାରୀ ରଖି ଦେଇଥିଲେ । ବହୁବାର ଖାତା ପାଇଁ ନରେନ୍ଦ୍ର ଦୌଡିବା ପରେ କିଓସ୍କ ବ୍ୟାଙ୍କ କର୍ମଚାରୀ ଖାତା ଅପଡେଟ ହୋଇ ପାରୁ ନାହିଁ କହି ଫେରାଇ ଦେଇଥିଲେ। ଖାତା ବ୍ୟାଙ୍କରେ ଅପଡେଟ କରିବା ବେଳେ ତାଙ୍କ ଆକାଉଣ୍ଟରୁ ୭୦ ହଜାର ଟଙ୍କା ହଡ଼ପ ହୋଇଥିବା ଜାଣିବା ପରେ ସେ ଟାଉନ ଥାନାରେ ଏତଲା ଦେଇଥିଲେ। ଏହାପରେ ଧିରେ ଧିରେ ଘଟଣା ପଦାକୁ ଆସିଥିଲା। ତାଙ୍କ ପରେ ଅମେରେଶ କହଁର, ସ୍ନିଗ୍ଧା ରାଣି ଦିଗାଲ, ମମତା ବେହାରା, ଜୟନ୍ତି ସେଠି, ରୁନି ମଲିକ, ପୂର୍ଣ୍ଣଚନ୍ଦ୍ର ଚନ୍ଦ୍ର ବେହେରା, ଗଣେଷ ଦେହୁରୀ, ସୁନିତା କହଁରଙ୍କ ଆଦି ହିତାଧିକାରୀମାନେ ସେମାନଙ୍କ ଆକାଉଣ୍ଟରୁ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଉଠାଣ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

କଂଗ୍ରେସର ବଡ଼ ନିଷ୍ପତ୍ତି: ୧୭ କର୍ମୀଙ୍କ ନିଲମ୍ବନ ପ୍ରତ୍ୟାହାର, ଚିଠି ଲେଖିଲେ ରାଜ୍ୟ ସଭାପତି

ଦାରିଙ୍ଗବାଡି, ୨୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri