ବ୍ରିଟେନ ରାଜାଙ୍କ ରାଜ୍ୟାଭିଷେକରେ ଖର୍ଚ୍ଚ ହେଲା ହଜାରେ କୋଟି

ଲଣ୍ଡନ,୬।୫: ବ୍ରିଟେନର ରାଜା କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ଶନିବାର ସମ୍ପନ୍ନ ହୋଇଛି। କିଙ୍ଗ ଚାର୍ଲସ ତୃତୀୟ ନୂଆ ରାଜା ହୋଇଛନ୍ତି। ଏହାସହ ତାଙ୍କ ପତ୍ନୀ କୁଇନ କାମିଲାଙ୍କର ମଧ୍ୟ ରାଜ୍ୟାଭିଷେକ ହୋଇଛି। କିଙ୍ଗ ଚାର୍ଲସ ତୃତୀୟ ଓ କ୍ୱିନ କାମିଲାଙ୍କର ରାଜ୍ୟାଭିଷେକ ବ୍ରିଟେନର ଓ୍ବେଷ୍ଟ ମିନିଷ୍ଟର ଆବେରେ କରାଯାଇଛି। ଏହା ବ୍ରିଟିଶ ରାଜପରିବାରରେ ୭୦ ବର୍ଷ ପରେ ହୋଇଛି। ଏହା ପୂର୍ବରୁ ୧୯୫୩ରେ କ୍ୱିନ ଏଲିଜାବେଥଙ୍କର ରାଜ୍ୟାଭିଷେକ ହୋଇଥିଲା।

କିଙ୍ଗ ଚାର୍ଲସଙ୍କର ୭୪ ବର୍ଷ ବୟସରେ ରାଜ୍ୟାଭିଷେକ ହୋଇଛି। ଯେଉଁ ରାସ୍ତା ଦେଇ କିଙ୍ଗଙ୍କ ପ୍ରସେଶନ ଯାଇଥିଲା, ସେହି ରାସ୍ତା ନିକଟରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ। ଏହି ସମୟରେ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ବ୍ରିଟେନର ପତାକା ଲଗାଯାଇଥିଲା। ଏହି ସମାରୋହ ପାଇଁ ମାସ ମାସ ଧରି ପ୍ରସ୍ତୁତି ଚାଲିଥିଲା। କିଙ୍ଗ ଚାର୍ଲସଙ୍କୁ ଧଳା ରଙ୍ଗର ଘୋଡାଥିବା ରଥରେ ବସାଯାଇଥିଲା ଯାହା ସୁନାରେ ତିଆରି ହୋଇଥିଲା। ଡ୍ୟୁକ ଅଫ ସସେକ୍ସ ପ୍ରିନ୍ସ ହ୍ୟାରି ପତ୍ନୀ ମେଘାନ ମାର୍କେଲଙ୍କ ବିନା ଏହି ରାଜ୍ୟାଭିଷେକରେ ସାମିଲ ହୋଇଥିଲେ। ହେଲେ ଏହି ସମାରୋହରେ ତାଙ୍କର କୌଣସି ଔପଚାରିକ ଭୂମିକା ନ ଥିଲା। ତେବେ କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକରେ ଭାରତୀୟ ମୁଦ୍ରାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

US-Iran Deal: ଆମେରିକା-ଇରାନ ଚୁକ୍ତି ପରେ ପୁଣି ବୃଦ୍ଧି ପାଇଲା ଉତ୍ତେଜନା, ଜେନେଭା ଆଲୋଚନା ହଠାତ ବାତିଲ

ଓ୍ବାଶିଂଟନ,୧୯।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତିନାମା ହେବାର ମାତ୍ର ୨୪ ଘଣ୍ଟା ପରେ, ପରିସ୍ଥିତି ପୁଣି ଜଟିଳ ହେଉଥିବା ପରି ମନେ ହେଉଛି। ଶୁକ୍ରବାର, ୧୯…

ବିପଦରେ ଆମେରିକା-ଇରାନ ଶାନ୍ତି ଆଲୋଚନା; ଇସ୍ରାଏଲ ଲେବାନନ ଉପରେ କରି ଚାଲିଛି ଆକ୍ରମଣ, ଭାନ୍ସଙ୍କ ସ୍ବିଜରଲ୍ୟାଣ୍ଡ ଗସ୍ତ ବାତିଲ

ତେହରାନ,୧୯।୬: ଦୁଇ ଦିନ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ସ୍ବାକ୍ଷରିତ ଐତିହାସିକ ଶାନ୍ତି ଚୁକ୍ତିନାମା କାର୍ଯ୍ୟକାରୀ ହେବା ପୂର୍ବରୁ ଗମ୍ଭୀର ବିପଦରେ ପଡ଼ିଥିବା ପରି ମନେ…

ରାସ୍ତା ନିର୍ମାଣ ପାଇଁ ସରିଲା ଜମି ଅଧିଗ୍ରହଣ, ଉଚ୍ଛେଦ ପାଇଁ ସମୟ ମାଗିଲେ ଗ୍ରାମବାସୀ, କହିଲେ ସମ୍ପୂର୍ଣ୍ଣ ଟଙ୍କା…

କେସିଙ୍ଗା,୧୯ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗାରୁ ଜୁନାଗଡ଼ ପର୍ଯ୍ୟନ୍ତ ନିର୍ମାଣ ହେବାକୁଥିବା ଫୋର୍‌ ଲେନ୍‌ ରାସ୍ତା କାମ ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି। ଜାତୀୟ ରାଜପଥ…

SIR କାମ ଚାପରେ ଜୀବନ ହାରିଲେ ପ୍ରଧାନଶିକ୍ଷକ!

ବୌଦ୍ଧ,୧୯।୬: ବୌଦ୍ଧ ଜିଲା ଡିମିରିଖୋଲ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକ…

ବଡ଼ ଆକଳନ: ଶୀଘ୍ର କିଣି ନିଅନ୍ତୁ ସୁନା, ଛଅ ମାସରେ ମୂଲ୍ୟ ୪୦% ବୃଦ୍ଧି ପାଇବ! ୧୦ ଗ୍ରାମକୁ ୨ ଲକ୍ଷ ପାର କରିପାରେ

ନୂଆଦିଲ୍ଲୀ,୧୯।୬: ବିଶ୍ୱସ୍ତରୀୟ ନିବେଶ ସଂସ୍ଥା JPMorgan ପୂର୍ବାନୁମାନ କରିଛି ଯେ ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୁନା ଏବଂ ରୂପା ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଚାପ ପଡ଼ିଥିଲେ…

୨୪ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଚାନ୍ଦବାଲି/ବାସୁଦେବପୁର,୧୯ା୬(ରତିକାନ୍ତ ବାରିକ/କାଳୀପଦ ରାୟ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମନ୍ତେଇ ନଦୀର ବାଲିଆପାଳ ଘାଟରେ ନିର୍ମାଣ ହେଉଥିବା ସେତୁର ରୋଡ୍‌ ସର୍ଭେ ବେଳେ ନଦୀରେ ଭାସିଯାଇଥିବା…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା‘କକ୍ରୋଚ ଜନତା ପାର୍ଟି’, NEET ପ୍ରସଙ୍ଗରେ ଆତ୍ମହତ୍ୟା କରିଥିବା ପିଲାଙ୍କ ପାଇଁ ସରକାରଙ୍କ ନିକଟରେ କଲା ପ୍ରମୁଖ ଦାବି

ନୂଆଦିଲ୍ଲୀ,୧୯।୬: NEET ପେପର୍‌ ଲିକ ବିବାଦ ମଧ୍ୟରେ, ଆତ୍ମହତ୍ୟା ମାମଲା ସମ୍ପର୍କରେ ରାଜନୈତିକ ଏବଂ ସାମାଜିକ ଚାପ ବଢୁଛି। କୋକ୍ରୋଚ ଜନତା ପାର୍ଟି (CJP) ଏହି ପ୍ରସଙ୍ଗରେ…

ଆକାଶର ରାଜା ‘ଏୟାର ଫୋର୍ସ ୱାନ’ର ଯାତ୍ରା ଶେଷ, ୩୫ ବର୍ଷ ଧରି ଆମେରିକାର ରାଷ୍ଟ୍ରପତିଙ୍କ ସେବା କରିବା ପରେ ଅବସର ନେଲା ‘SAM 29000’

ଓ୍ବାଶିଂଟନ,୧୯।୬: ‘ଏୟାର ଫୋର୍ସ ୱାନ’ର ଇତିହାସରେ ଏକ ଚମତ୍କାର ଯୁଗ, ବିଶ୍ୱର ସବୁଠାରୁ ସୁରକ୍ଷିତ, ସବୁଠାରୁ ଅଭେଦ୍ୟ ଏବଂ ଶକ୍ତିଶାଳୀ ବିମାନର ଯାତ୍ରା ଶେଷ ହୋଇଛି। ତିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri