ପିତାଙ୍କ ଜୟନ୍ତିରେ ହଜାର ହଜାର ଲୋକଙ୍କୁ ଥଣ୍ଡାରେ ଠିଆ କରାଇଲେ କିମ୍‌

ପ୍ୟୋଙ୍ଗୟାଙ୍ଗ,୧୮ ।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କର ଆଉ ଏକ କ୍ରୁରତା ସାମ୍ନାକୁ ଆସିଛି । କିମ୍ ତାଙ୍କ ପିତା କିମ୍ ଜନ ଇଲଙ୍କ ୮୦ ତମ ଜୟନ୍ତି ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜନତାଙ୍କ ସାମ୍ନାରେ ତାଙ୍କ ପିତାଙ୍କ ପ୍ରଶଂସା କରିଥିଲେ । ତେବେ ଏହାକୁ ଶୁଣିବା ପାଇଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକେ ସମ୍ପୂର୍ଣ୍ଣ ଭାବେ ଥଣ୍ଡାରେ ଠିଆ ହୋଇ ରହିଥିଲେ । କୁହାଯାଉଛି କି ସେଠାରେ ମାଇନସ୍ ୧୫ ଡିଗ୍ରୀ ତାପମାତ୍ରା ଥିଲେ ବି ଲୋକେ ବାଧ୍ୟ ହୋଇ ସେଠାରେ ହାଡଭଙ୍ଗା ଶୀତରେ ଠିଆ ହୋଇ କିମଙ୍କ ଭାଷଣ ଶୁଣିଥିଲେ । କେବଳ ସେତିକି ନୁହେଁ, ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କଳାକାରମାନେ ବି ଏହି ଥଣ୍ଡାରେ ପାଣିରେ ପଶି ପରଫର୍ମ କରିବାକୁ ବାଧ୍ୟ ହୋଇଥିଲେ । ତେବେ କିମ୍ ନିଜେ ଯେଉଁଠି ବସିଥିଲେ ସେଠାରେ ଇଲେକ୍ଟ୍ରିକ ତା’ର ନଜର ଆସିଥିଲା । ଏଥିରୁ ଅନୁମାନ କରାଯାଇଥିଲା କି କିମ୍ ନିଜେ ଥଣ୍ଡାରୁ ଦୂରେଇ ରହିବାକୁ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲେ । କାରଣ ଏହି ତା’ର ସମ୍ଭବତଃ ହିଟର ଥିଲା । ସୂଚନାଯୋଗ୍ୟ, କିଛିଦିନ ତଳେ ପିତା କିମ ଜନ୍ ଇଲଙ୍କ ଜୟନ୍ତିରେ ସାମିଲ ହେବାକୁ ଥିବା କମଜୋଂଗିଲିୟା ବେଗୋନିୟା ଫୁଲ ନ ଫୁଟାଇ ପାରିବାରୁ କେତେଜଣ ମାଳିଙ୍କୁ ଲେବର କ୍ୟାମ୍ପ ପଠାଇ ଦେଇଥିଲେ କିମ୍ । ସେହି ଲେବର କ୍ୟାମ୍ପକୁ ଯାଇଥିବା ଲୋକଙ୍କୁ ବିଶ୍ରାମ ନ ଦେଇ ୨୪ ଘଣ୍ଟା ପ୍ରରିଶ୍ରମ କରିବାକୁ କୁହାଯାଇଥାଏ । ସୂଚନାଯୋଗ୍ୟ, କିମଙ୍କ ପିତା କିମ ଜଙ୍ଗ ଇଲଙ୍କର ମୃତ୍ୟୁ ୨୦୧୧ରେ ହୋଇଥିଲା । ଏହାପରେ ଶାସନ ଭାର ସମ୍ଭାଳିଥିବା କିମ ଜୋନ ଉନ ନିଜ ପିତାଙ୍କ ସ୍ମୃତିରେ ପ୍ରତିବର୍ଷ ଡେ ଅଫ୍ ଶାଇନିଂ ଷ୍ଟାରର ଆୟୋଜନ କରିଥାଆନ୍ତି । ଏହା ସମଗ୍ର ଦେଶରେ ପାଳନ କରାଯାଇଥାଏ । ଏହି ଅବସରରେ ଫ୍ଲାୱାର ଶୋ’ ଓ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ବି କରାଯାଇଥାଏ । ଇଲଙ୍କ ଜୟନ୍ତି ଅବସରରେ ସାରା ଦେଶରେ ଛୁଟି ଘୋଷଣା କରାଯାଇଥାଏ । ଏହି ସମୟରେ ଯଦି କେହି କିଛି ଛୋଟ ଭୁଲ ବି କରିଥାଏ ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯାଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ମଝି ଆକାଶରେ ଝଗଡ଼ା ଲାଗିଲେ ୨ ପାଇଲଟ୍‌, ବିମାନ ଜରୁରୀ ଅବତରଣ କରିବା ପରେ…

ଦୁବାଇ,୩୦ା୯: ବୁଧବାର ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନ ଏଫ୍‌ ଜେଡ୍‌ ୧୦୭୩କୁ ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ଜରୁରୀକାଳିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?