ଉତ୍ତର କୋରିଆରେ ଲେଦର ଜ୍ୟାକେଟ ପିନ୍ଧିବା ମହଙ୍ଗା ପଡିପାରେ

ପୋଙ୍ଗୟାଙ୍ଗ,୨୬ ।୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ନିଜ ଦେଶର ଜନତାଙ୍କ ପାଇଁ ଏକ ଅଦ୍ଭୁତ ନିୟମ ଲାଗୁ କରିଛନ୍ତି । ନିକଟରେ ତାଙ୍କ ପସନ୍ଦର ଲେଦର କୋର୍ଟର ନକଲ କରିବାରୁ ସେ ରାଗି ଯାଇଥିଲେ, ଆଉ ଏହାପରେ ଦେଶରେ ଲେଦର କୋଟ ବିକ୍ରି ଓ ପରିଧାନ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ଏହି ନିୟମ ପରେ ଉତ୍ତର କୋରିଆରେ ନା କେହି ଲେଦର କୋଟ ବିକ୍ରି କରି ପାରିବେ ନା କେହି ପିନ୍ଧିପାରିବେ । ଏକ ରିପୋର୍ଟ ଅନୁଯାୟୀ କିମ ଜୋନ ଉନ ୨୦୧୯ରେ ପ୍ରଥମେ ଏହି ଲେଦର କୋଟ ପିନ୍ଧିଥିଲେ, ଯାହାକୁ ସାରା ଦେଶ ବହୁତ ପସନ୍ଦ କରିଥିଲା ଓ ଏହାକୁ ନେଇ ଉତ୍ତର କୋରିଆ ଗଣମାଧ୍ୟମରେ ଚର୍ଚ୍ଚା ବି ହୋଇଥିଲା । ସେତେବେଳେ ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଉତ୍ତର କୋରିଆର ପରମାଣୁ ଭଣ୍ଡାର ଉପରେ ଚର୍ଚ୍ଚା କରୁଥିଲେ । ପ୍ରଥମେ ପ୍ରଥମେ ଏହି ମହଙ୍ଗା କୋଟକୁ କେବଳ ଧନୀ ଲୋକେ ପିନ୍ଧିବା ଆରମ୍ଭ କରିଥିଲେ । ହେଲେ ଧୀରେ ଧୀରେ ଶସ୍ତା ଲେଦର କ୍ୱାଲିଟିର ଏମିତି କୋର୍ଟ ମିଳିବା ପରେ ପ୍ରାୟ ସମସ୍ତ ବର୍ଗର ଲୋକେ ଏହାକୁ ପିନ୍ଧିବା ଆରମ୍ଭ କରିଦେଇଥିଲେ । ଆଉ ଏବେ ଏହା ଉପରେ ପ୍ରତିବନ୍ଧକ ଲଗାଇବା ଫଳରେ କେହି ଏହାକୁ ବ୍ୟବହାର କରିପାରିବେ ନାହିଁ । କିମ ଜୋନ ଉନଙ୍କ ଚିନ୍ତାଧାରା ହେଉଛି ସବୁବର୍ଗର ଲୋକେ ଏମିତି କୋର୍ଟ ପିନ୍ଧି ତାଙ୍କ ପ୍ରଭୁତ୍ୱ ଓ ଅଧିକାରକୁ କମଜୋର କରିଦେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ୍‌ଙ୍କ ସ୍ବତନ୍ତ୍ର ବୋଟ୍‌କୁ ଧ୍ୱଂସ କଲା ୟୁକ୍ରେନ୍‌, ଲେଜର ଗାଇଡେଡ୍‌ ବୋମାମାଡ଼…

ମସ୍କୋ/କ୍ୱିଭ୍‌, ୧୧।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବତନ୍ତ୍ର ବୋଟ୍‌କୁ ୟୁକ୍ରେନ ଧ୍ୱଂସ କରିଛି। ବୋଟକୁ ପୁଟିନ୍‌ ଖାସ୍ତୋପୋଲ ଏବଂ ସେଣ୍ଟ ପିଟର୍ସବର୍ଗର ସମୁଦ୍ରରେ...

ଦିନକୁ ଦିନ ସ୍ଥିତି ଭୟଙ୍କର: ଶ୍ରୀଲଙ୍କା ଛାଡ଼ି ଭାରତ ମୁହାଁ ଲୋକେ

ନୂଆଦିଲ୍ଲୀ,୨୩।୩: ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ପେଟ୍ରୋଲ ଓ...

କରୋନା ସଂକ୍ରମଣକୁ ନେଇ ତଥ୍ୟ ଲୁଚାଉଛି ପାକିସ୍ତାନ !

ଇସ୍‌ଲାମାବାଦ,୧୮।୪: କରୋନା ଭାଇରସ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଥିବା ବେଳେ ପାକିସ୍ତାନ ବି ଏଥିରୁ ବାଦ୍‌ ପଡିନାହିଁ। ପାକିସ୍ତାନରେ କରୋନା...

ଆମେରିକାରୁ ଆସିଲା ଖୁସି ଖବର: କରୋନା ସଂକ୍ରମଣରେ ଫୁସ୍‌ଫୁସ୍‌କୁ ସୁରକ୍ଷିତ ରଖିବ ‘ଇଆଇଡିଡି-୨୮୦୧’ ଟ୍ୟାବଲେଟ୍‌ !

ନ୍ୟୁୟର୍କ,୧୫।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ପୃଥିବୀର ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ଔଷଧ ପ୍ରସ୍ତୁତିରେ ଲାଗି ରହିଛନ୍ତି। ଦିନରାତି ଏନେଇ ଉଦ୍ୟମ ଅବ୍ୟାହତ ରହିଛି। ତେବେ...

ଚନ୍ଦ୍ରପୃଷ୍ଠରେ ୩ ଖଣ୍ଡ ହୋଇ ପଡ଼ିଛି ବିକ୍ରମ ଲ୍ୟାଣ୍ଡର: ନାସା

ଓ୍ବାଶିଂଟନ,୩।୧୨: ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ବିକ୍ରମ ଲ୍ୟାଣ୍ଡର ୩ ଖଣ୍ଡ ହୋଇ ପଡ଼ି ରହିଥିବା ଆମେରିକା ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଏନେଇ...

ତୁର୍କୀ-ସିରିଆରେ ହଜାର ହଜାର ଜୀବନରେ ଲାଗିଲା ବିରାମ, ମୃତକଙ୍କ ସଂଖ୍ୟା ୧୫୦୦୦ ଟପିଲା

ଅଙ୍କାରା,୯ ।୨: ତୁର୍କୀ ଓ ସିରିଆରେ ୬ ଫେବୃୟାରୀରେ ଆସିଥିବା ବିନାଶକାରୀ ଭୂକମ୍ପ ଫଳରେ ହଜାର ହଜାର ଜୀବନରେ ବିରାମ ଲାଗିଛି । ଏବେ କେବଳ...

ଚାଇନା ଲଞ୍ଚ୍‌ କଲା କରୋନା ପାସପୋର୍ଟ, ଲୋକଙ୍କୁ ମିଳିବ ଏସବୁ ସୁବିଧା

ବେଜିଂ,୧୦।୩: ଇତିମଧ୍ୟରେ କରୋନା ମହାମାରୀକୁ ବର୍ଷେ ପୂରିଗଲାଣି। ଏହି ପରିପ୍ରେକ୍ଷୀରେ ଚାଇନା ଏବେ ଡିଜିଡାଲ କରୋନା ଭ୍ୟାକ୍ସିନ ସାର୍ଟିଫିକେଟ ଲଞ୍ଚ କରିଛି। ଏହି ସାର୍ଟିଫିକେଟ ବା...

ପୁଣି ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୧

କାବୁଲ,୧୦।୩: ପୁଣି ଥରିଲା ଆଫଗାନିସ୍ତାନ। ଶୁକ୍ରବାର ସକାଳେ ଆଫଗାନିସ୍ତାନର ଫୌଜାବାଦରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି।...

Advertisement
Archives

Model This Week