ହତ୍ୟା ପୂର୍ବରୁ ଧରାପଡ଼ିଲା ସୁପାରି କିଲର

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ହତ୍ୟା ପାଇଁ ଭୁବନେଶ୍ୱରରେ ଜଗି ରହିଥିଲେ ସୁପାରିକିଲର। ହେଲେ ଟାର୍ଗେଟ ପୂର୍ବରୁ ମାଡ଼ି ବସିଲା ପୋଲିସ। ଜଣେ ଖସିଯାଇଥିବା ବେଳେ ଅନ୍ୟଜଣେ ଧରାପଡିଛନ୍ତି। ନୟାପଲ୍ଲୀ ଥାନା ପୋଲିସ ହାତରେ ଧରାପଡିଥିବା ବନ୍ଧୁକଧାରୀ ଅପରାଧୀ ଜଣକ ସୁପରି କିଲର ବୋଲି କମିଶନରେଟ ପୋଲିସ ରବିବାର ସ୍ପଷ୍ଟ କରିଛି। ଗିରଫ ପରେ ତାଙ୍କ ନାମରେ (ନଂ.୫୪୮/୨୧) ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଜଗତ୍‌ସିଂପୁର ଜିଲା ତିର୍ତ୍ତୋଲ ଥାନା ଅଞ୍ଚଳର ସମ୍ପଦ କୁମାର ସାହୁ(୩୬)। ତାଙ୍କ ନିକଟରୁ ୨ ପିସ୍ତଲ, ୮ ରାଉଣ୍ଡ ଗୁଳି ଓ ସେ ବ୍ୟବହାର କରୁଥିବା ବାଇକ ଜବତ ହୋଇଛି। କିନ୍ତୁ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ସେମାନେ ସେଠାରେ ଯୋଜନାରେ ଥିଲେ ବୋଲି ଶୁଣିବାକୁ ମିଳୁଥିବାବେଳେ ତଦନ୍ତରେ ବାଧା ସୃଷ୍ଟି ଆଶଙ୍କାରେ ଏନେଇ ପୋଲିସ କିଛି ସୂଚନା ଦେଉନାହିଁ। ଅନ୍ୟପକ୍ଷରେ ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଛି।

ଗିରଫ ସମ୍ପଦ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ସେ ୨୦୧୮ରୁ ଜେଲ୍‌ରୁ ବାହାରିଛନ୍ତି। ତାଙ୍କ ନାମରେ କଟକ ବିଡାନାସୀ, ମାଲଗୋଦାମ ଓ ବାରଙ୍ଗ ଥାନା, କେନ୍ଦ୍ରାପଡ଼ାର ପାଟକୁରା ଏବଂ ଜଗତ୍‌ସିଂହପୁରର ତିର୍ତ୍ତୋଲ ଥାନାରେ ହତ୍ୟାଭଳି ୫ ମାମଲା ରହିଛି। ତେବେ ସାହାସର ସହ ଲଢି ତାଙ୍କୁ କାବୁ କରିଥିବା ୨ଜଣ ଏସ୍‌ଆଇଙ୍କୁ ପୁରଷ୍କୃତ କରାଯିବ। ଏଥିସହ ଫେରାର ହୋଇଯାଇଥିବା ଅନ୍ୟଜଣେ ସହଯୋଗୀଙ୍କୁ ଖୁବ୍‌ଶ୍ରୀଘ୍ର ଠାବ କରାଯିବ ବୋଲି ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଏନେଇ ନୟାପଲ୍ଲୀ ଥାନା ଅଧିକାରୀ ଶରତ ସାହୁ କହିଛନ୍ତି, ସେମାନେ ଧରାପଡିବା ଦିନ ହିଁ ଭୁବନେଶ୍ୱର ଆସିଥିଲେ। ତେବେ ସେମାନେ କାହାକୁ ହତ୍ୟା କରିଥାନ୍ତେ, ତାହା ପୋଲିସ ପକ୍ଷରୁ ଗଣମାଧ୍ୟମକୁ କୁହାଯିବ ନାହିଁ। ଅଧିକ ତଥ୍ୟ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri