ମାରି ପୋତି ଦେଇଥିଲେ, ୧୫ ଦିନ ପରେ ମାଟିତଳୁ କଢ଼ାଗଲା ମୃତଦେହ

କଣ୍ଟାବାଞ୍ଜି,୬।୩ (ଗୁରୁଦୟାଲ ହଂସ): ୧୫ଦିନ ତଳେ ନିଖୋଜ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ପଞ୍ଚାୟତ ରଜାମରା ଗାଁର ଧୁବଲ ରଣା(୭୦)ଙ୍କ ମୃତଦେହ ମଙ୍ଗଳବାର ମୁରିବାହାଲ ଥାନା କଟାଡୁଙ୍ଗୁରୀ ଗାର୍ଡୱାଲ ନିକଟ ମାଟିତଳୁ ଜବତ ହୋଇଛି। ଜମିବାଡି ବିବାଦରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ରଜାମରା ଗାଁର ପରମେଶ୍ୱର ମହାକୁଡ (୪୨)ଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନାନୁସାରେ ଗତ ଫେବୃୟାରୀ ୧୯ରେ ଧୁବଲ ରଣା ତାଙ୍କ ଚାଷଜମିକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ କଣ୍ଟାବାଞ୍ଜି ଥାନା ପୋଲିସ ପ୍ରଥମେ ଏକ ନିଖୋଜ ମାମଲା ରୁଜୁ କରିଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପରିବାର ଲୋକେ କାଳେ ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ଅନୁମାନ କରି ଫେବୃୟାରୀ ୨୧ରେ ପୁଣି ଥରେ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଘଟଣାର ଛାନଭିନ୍‌ ଆରମ୍ଭ କରିଥିଲା। ସେହିଦିନ ଗାଁକୁ ଯାଇ ପରିବାର ଲୋକ ଓ ଅନ୍ୟ କେତେଜଣଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ଏହି ସମୟରେ ଗାଁ ପୋଖରୀ ବନ୍ଧରେ ଏକ ଟାଙ୍ଗିଆ ଏବଂ ଚପଲ ପଡିଥିବା ନେଇ ଖବର ମିଳିଥିଲା। ପରିବାର ଲୋକେ ଚପଲ ଧୁବଲଙ୍କର ବୋଲି ଚିହ୍ନଟ କରିଥିଲେ। ଏହାପରେ ପୋଲିସ ତଦନ୍ତକୁ ଆଗକୁ ବଢାଇଥିଲା। ଧୁବଲଙ୍କ ସହ ବିବାଦ ଥିବା ପରମେଶ୍ୱର ମହାକୁଡଙ୍କୁ ମଙ୍ଗଳବାର ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରିଥିଲା। ଜେରାବେଳେ ପରମେଶ୍ୱର ଧୁବଲଙ୍କୁ ହତ୍ୟା କରିଥିବା ସ୍ବୀକାର କରି ହତ୍ୟାକାଣ୍ଡ ସମ୍ପର୍କରେ ବିଭିନ୍ନ ସୂଚନା ଦେଇଥିଲେ। ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ନେଇ ହତ୍ୟାକାଣ୍ଡସ୍ଥଳକୁ ଯାଇଥିଲା। ହତ୍ୟା କରିିବା ପରେ ଗାଁଠାରୁ ଅନତି ଦୂର ସୀମାନ୍ତ ମୁରିବାହାଲ ଥାନା କଟାଡୁଙ୍ଗୁରି ଗାର୍ଡୱାଲ ନିକଟରେ ମାଟିତଳେ ବୃଦ୍ଧଙ୍କ ମୃତଦେହ ପୋତି ଦେଇଥିବା ଅଭିଯୁକ୍ତ କହିଥିଲେ। ବଲାଙ୍ଗୀର ସାଇଣ୍ଟିଫିକ୍‌ ଟିମ୍‌ ଏବଂ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ରତନଲାଲ ମୁଣ୍ଡାଙ୍କ ଉପସ୍ଥିତିରେ ପୋତା ଯାଇଥିବା ସ୍ଥାନରୁ ମୃତଦେହ ବାହାର କରାଯାଇଥିଲା। ଜମିବାଡି ଏବଂ ଅନ୍ୟ କାରଣରୁ ଧୁବଲଙ୍କୁ ସେ ହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ମୃତଦେହ ଜବତ କରି ସ୍ଥାନୀୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ମୃତଦେହ ଗଳିତ ହୋଇପଡିଥିବାରୁ ତାକୁ ବଲାଙ୍ଗୀର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପଠାଯାଇଛି ା ମଙ୍ଗଳବାର କଣ୍ଟାବାଞ୍ଜି ଥାନାରେ ଏକ ଖବରଦାତା ସମ୍ମିଳନୀ କରି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ ଏବଂ ଥାନା ଆଇଆଇସି ରଶ୍ମିତା ବେହେରା ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ। ମୃତକଙ୍କ ପୁଅ ଭୂତେଶ୍ୱର ରଣାଙ୍କ ଏତଲା ଆଧାରରେ ଏକ ମାମଲା(୭୨/୨୪)ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶ ପାଇଁ ୧୪ କୋଟି ଟଙ୍କା ତ୍ୟାଗ କରିଦେଲେ ଟ୍ରାଭିସ ହେଡ୍‌! IPL ୨୦୨୭ରୁ ଓହରିଯାଇ ସମସ୍ତଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ ପାଇଁ ରିଟେନ ଓ ରିଲିଜ ହୋଇଥିବା ଖେଳାଳିଙ୍କ ତାଲିକା ସାମ୍ନାକୁ ଆସିବା ପୂର୍ବରୁ ଟ୍ରାଭିସ ହେଡ୍‌କୁ ନେଇ ଏକ ବଡ଼ ଖବର ଆସିଛି।…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, କହିଲେ ମା’ଙ୍କ ସମ୍ପତ୍ତିରେ ନାହିଁ ପୁଅଙ୍କ ଅଧିକାର!

ଚେନ୍ନାଇ,୧୭।୧୧: ଅନେକ ଲୋକଙ୍କର ଏପରି ଧାରଣା ଥାଏ ଯେ, ଆଇନଗତ ଉତ୍ତରାଧିକାରୀ ଭାବରେ ମାତାପିତାଙ୍କ ମୃତ୍ୟୁ ପରେ ସେମାନଙ୍କ ସନ୍ତାନମାନେ ସ୍ବତଃ ହିଁ ମାତାପିତାଙ୍କ ସମ୍ପତ୍ତି ଉପରେ…

ଡେବ୍ରିଗଡ଼ରେ ଠାବ ମହାବଳ ବାଘର ମଳିଲା ପରିଚୟ, ବୟସ ସ୍ପଷ୍ଟ କଲା ଏନଟିସିଏ

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ଓଡ଼ିଶାର ଡେବ୍ରିଗଡ଼ ଅଭୟାରଣ୍ୟରେ ଗତ ନଭେମ୍ବର ୯ ତାରିଖରେ ପ୍ରଥମ ଥର ପାଇଁ ଠାବ ହୋଇଥିବା ଅଣ୍ଡିରା ବାଘର ପରିଚୟ ଓ ବୟସ ଜାତୀୟ…

ମାଛ ଧରୁଥିଲେ ଧର୍ମପଦ: ଟାଣିନେଲା କୁମ୍ଭୀର, ଆଉ ତା’ପରେ ଯାହା ଘଟିଲା…

ମହାକାଳପଡ଼ା,୧୭।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାରେ ପୁଣି କୁମ୍ଭୀର ଆତଙ୍କ। ନଦୀରେ ଡଙ୍ଗାରେ ଜାଲ ପକାଇ ମାଛ ଧରୁଥିବା ବେଳେ ଜଣେ ଯୁବ ମତ୍ସ୍ୟଜୀବୀଙ୍କୁ ଆକ୍ରମଣ କରିଛି…

ରିଟେନ୍ସନ ପୂର୍ବରୁ SRH ଫ୍ୟାନ୍‌ଙ୍କୁ ବଡ଼ ଝଟକା! IPL ୨୦୨୭ରୁ ବାଦ୍‌ ପଡ଼ିଲେ ଷ୍ଟାର୍‌ ଓପନର୍‌, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୧୧: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର୍‌ ଟ୍ରାଭିସ ହେଡ୍‌ IPL ୨୦୨୭ରେ ଖେଳିବେ ନାହିଁ। ଏହାର ଅର୍ଥ ଆଗାମୀ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ (SRH) ପକ୍ଷରୁ ଅଭିଷେକ ଶର୍ମା…

ମୃତ୍ୟୁକୁ ଆମନ୍ତ୍ରଣ କରୁଛି ଖୋଲା ଟ୍ରାନ୍ସଫର୍ମର, ତେଜୁଛି ଜନଅସନ୍ତୋଷ

କର୍ଲାମୁଣ୍ଡା:୧୭।୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧୀନ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗାଁ ବସ୍ତିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିନା…

ବରଗଡ଼ରେ କିଷାନ୍ ମହାପଞ୍ଚାୟତ: ରାଲିରେ ସାମିଲ ହେଲେ ରାଷ୍ଟ୍ରୀୟ କୃଷକ ନେତା

ବରଗଡ଼,୧୭।୧୧(ପ୍ରେମାନନ୍ଦ ଖମାରୀ):କୃଷକଙ୍କ ହକ୍, ଅଧିକାର ପାଇଁ ମଙ୍ଗଳବାର ବରଗଡ଼ ସହରରେ କିଷାନ୍ ମହାପଞ୍ଚାୟତ ଆୟୋଜିତ ହୋଇଛି। ଏଥିରେ ଅନେକ ରାଷ୍ଟ୍ରୀୟ କୃଷକ ନେତାଙ୍କ ସମେତ ହଜାର ହଜାର…

‘ଆଜି ବିଶ୍ୱକୁ ଅଧିକ ଶାନ୍ତି, ସ୍ଥିରତା ଏବଂ ନିଶ୍ଚିତତାର ଆବଶ୍ୟକତା ରହିଛି,’ ୨୩ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ମୋଦି

ମନିଲା,୧୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ମଙ୍ଗଳବାର (ନଭେମ୍ବର ୧୭) ସମ୍ମିଳନୀର ଆରମ୍ଭରେ ସେ କହିଲେ ଯେ ଆମ ପାଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?