ଜିଇ ଥାଉଥାଉ ମାରିବା

କିଛିଦିନ ତଳେ ‘ଜିଇ ଥାଉଥାଉ ମାରିବା’ ଶୀର୍ଷକକୁ ନେଇ ଦୁଇଟି ରୋକ ଖବର ପ୍ରକାଶ ପାଇଥିଲା, ଯାହା ସାଧାରଣରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ପ୍ରଥମ ଖବରରେ ଜଣେ ପ୍ରାପ୍ତବୟସ୍କା ଝିଅ ଭିନ୍ନ ଧର୍ମରେ ବିବାହ କରିବାରୁ ପରିବାର ଲୋକ ଉଭୟ କ୍ରୋଧ ଏବଂ ଲୋକନିନ୍ଦା ଭୟରେ ଝିଅଟିକୁ ଶୁଦ୍ଧି ହେଲେ। ବିବାହ, ପ୍ରାପ୍ତବୟସ୍କ ପୁଅ ଏବଂ ଝିଅଙ୍କର ନିଷ୍ପତ୍ତି ତଥା ଆଇନତଃ ସମ୍ମତି କଥା ବିଚାର କରିବାର ଧୈର୍ଯ୍ୟ କିମ୍ବା ସାହସ ପରିବାର ସଦସ୍ୟମାନଙ୍କ ପାଖରେ ନ ଥିଲା ା କେବଳ ିରାରିତ ପ୍ରଥା, ପରମ୍ପରାକୁ ଜାବୁଡ଼ି ଧରି ତା’ରି ମଧ୍ୟରେ କେମିତି ବଞ୍ଚତ୍ହେବ ସେହି କଥାରେ ସମସ୍ତଙ୍କର ମନ, ଚିନ୍ତା ଏବଂ ବିଚାରଧାରା ସୀମିତ ଥିଲା। ଦ୍ୱିତୀୟ ଖବରରେ ଜଣେ ସ୍ବାମୀ ହସ୍ପିଟାଲରେ ିକିତ୍ସିତ ହେଉଥିବା ତାଙ୍କ ସ୍ତ୍ରୀକୁ ଛାଡ଼ିଦେଇ ବିଭିନ୍ନ ଆଳରେ ସିଏ ମୃତା ବୋଲି ପରିବାର, ସାହିପଡ଼ିଶା ଏବଂ ବନ୍ଧୁବାନ୍ଧବଙ୍କୁ ଜଣାଇ ତାଙ୍କର ମୃତାହ କର୍ମ ସମାପନ କରିବାର କରୁଣମୟ ଦାମ୍ପତ୍ୟ ଜୀବନ ସମ୍ପର୍କରେ ବର୍ଣ୍ଣନା କରାଯାଇଥିଲା। ତେବେ ଏଇ ଦୁଇଟି ଖବରରେ ଗୋଟିଏ ସକାରାମତ୍କ କଥା ହେଲା ମିଛିମିଛିକା ମୃତ୍ୟୁ ହେବା କଥାକୁ ସେମାନେ ପ୍ରକାଶ କରିଛନ୍ତି ସିନା କିନ୍ତୁ ସତରେ ସେମାନେ ଜୀବନରୁ ମାରିଦେବାର ପ୍ରୟାସ କରିନାହାନ୍ତି। ନତୁବା ପରିସ୍ଥିତି ନିଶ୍ଚିତ ଭିନ୍ନ ମୋଡ଼ ନେବାର ସମ୍ଭାବନା ଥିଲା ା
ଏ ସବୁ ପ୍ରସଙ୍ଗ ନୂଆ ନୁହେଁ । ନିଜର ସ୍ବାର୍ଥ ହାସଲ ନିମନ୍ତେ କେଉଁଠି ମୃତ ଲୋକକୁ ଜୀବନ୍ତ ଏବଂ ଜୀବନ୍ତ ଲୋକକୁ ମୃତ ବୋଲି ଦର୍ଶାଯାଇଛି। ବିଭିନ୍ନ ସମୟରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ମଧ୍ୟ ତାଙ୍କୁ ଜୀବନ୍ତ ଦର୍ଶାଇ ତାଙ୍କ ନାମରେ ଆସୁଥିବା ପେନ୍‌ସନ୍‌ ହାସଲ କରିବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ହାସଲ/ହଡ଼ପ କରିବା ପାଇଁ ପ୍ରୟାସ କରିଥାଆନ୍ତି। ଏ ସବୁ ବର୍ଗର ଲୋକମାନେ ବିଭିନ୍ନ ବୀମା କମ୍ପାନୀମାନଙ୍କଠାରୁ ପାଣ୍ଠି ହାସଲ କରିବା ପାଇଁ ଜୀବନ୍ତ ଲୋକଙ୍କୁ ମୃତକ ଦର୍ଶାଇବା ପାଇଁ ଯତ୍‌ପରୋନାସ୍ତି େଷ୍ଟା କରିଥାଆନ୍ତି ା ତେବେ ସଂସାରରେ ଏମତି ତ୍ୟାଗୀ ଲୋକ ଅଛନ୍ତି, ଯେଉଁମାନେ ନିଜର ସର୍ବସ୍ବ ଦାନ କରି ମରିବା ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ଜୀବନଦାନ କରିବା ପାଇଁ ପ୍ରୟାସ କରିଥାଆନ୍ତି ା ଷୋଡ଼ଶ ଶତାବ୍ଦୀରେ ମିୱାର ରାଜ୍ୟର ପାନ୍ନା ଧାଈ ତାଙ୍କର ନିଜ ସନ୍ତାନକୁ ଶତ୍ରୁମାନଙ୍କ ହାତକୁ ଟେକିଦେଇ ଶତ୍ରୁମାନଙ୍କ ମନରେ ରାଜପୁତ୍ର ମରି ଯାଇଥିବାର କଥା ସୁନିଶ୍ଚିତ କରିଥିଲେ, ଯାହା ଫଳରେ ମହାରାଣା ଉଦୟ ପ୍ରତାପ ଦ୍ୱିତୀୟଙ୍କର ଜୀବନ ରକ୍ଷା ହେବା ସହିତ ରାଜବଂଶ ରକ୍ଷା ପାଇଯାଇଥିଲା। ନିଜ ପୁତ୍ରର ଜୀବନ ବଦଳରେ ଅନ୍ୟ ପୁତ୍ରର ଜୀବନ୍ତ ଅବସ୍ଥାକୁ ମୃତ ଦର୍ଶାଇବାର ଏହା ଏକ ଅନନ୍ୟ ଉଦାହରଣ ା ଅନ୍ୟମାନଙ୍କ ଆକ୍ରମଣରୁ ନିଜକୁ ବଞ୍ଚାଇବା କିମ୍ବା ସୁରକ୍ଷିତ କରି ରଖିବା ପାଇଁ ନିଜକୁ ଅଭିନବ ଢଙ୍ଗରେ ମୃତ ଦର୍ଶାଇବାରେ ଅନେକ ଉଦାହରଣ ମଧ୍ୟରୁ ଜତୁଗୃହ ମଧ୍ୟରେ ପାଣ୍ଡବମାନେ ଜଣେ ମହିଳା ଏବଂ ତାଙ୍କ ପାଞ୍ଚ ପୁଅକୁ ରଖାଇଦେଇ ଦୁର୍ଯ୍ୟୋଧନଙ୍କ ମନରେ ସେମାନେ ମରିଯାଇଥିବାର କଥା ବିଶ୍ୱାସ ଜନ୍ମାଇଥିଲେ ା ଯାହାଫଳରେ ସେମାନେ ଆଗକୁ କିଛିଦିନ ଦୁର୍ଯ୍ୟୋଧନଙ୍କ ଆକ୍ରମଣରୁ ବର୍ତ୍ତିଯିବା ସହିତ ନିଜର ରଣକୌଶଳକୁ ଅଧିକ ସୁଦୃଢ଼ ଏବଂ ଦୂରଦୃଷ୍ଟିସମ୍ପନ୍ନ କରାଇ ପାରିଥିଲେ।
ତେଣୁ ଜିଇ ଥାଉଥାଉ ମାରିବାର ଅନେକ ଦର୍ଶନ, ଲକ୍ଷ୍ୟ ଏବଂ କାରଣ ରହିଛି। ଯଦି ଏହା କୌଣସି ସଂକୀର୍ଣ୍ଣ ିନ୍ତାଧାରାର ବଶବର୍ତ୍ତୀ ହୋଇ କେବଳ ସାମୟିକ ସ୍ବାର୍ଥସାଧନ କିମ୍ବା ସୁରକ୍ଷା ପାଇଁ ଅଭିପ୍ରେତ ହୋଇଥାଏ, ତେବେ ତାହା ଲୋକମୁଖରେ ନିନ୍ଦିତ ହୋଇଥାଏ ା ଲୋକନିନ୍ଦା କିମ୍ବା ପ୍ରଶଂସା କ୍ଷଣିକ ହୋଇଥିବାରୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ହିସାବରେ ଏ ସମ୍ପର୍କିତ ସଠିକ୍‌ ନିଷ୍ପତ୍ତି ନେବା ଆବଶ୍ୟକ ା ସରକାରୀ କଳ ମଧ୍ୟ ଏ ସବୁ ସ୍ପର୍ଶକାତର ପ୍ରସଙ୍ଗଗୁଡ଼ିକ ପ୍ରତି ସମ୍ବେଦନଶୀଳ ହେବାର ଅଛି ନତୁବା ଆଇନକାନୁନ୍‌ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି।କେବଳ ବାହାରୁ ଜିଇଥିବା ବ୍ୟକ୍ତିଙ୍କୁ ମୃତ କିମ୍ବା ଜୀବନ୍ତ ବ୍ୟକ୍ତିଙ୍କୁ ମୃତ ହିସାବରେ ଗଣନା କରିବା ପ୍ରସଙ୍ଗକୁ ଉପରଠାଉରିଆ ହିସାବରେ ନ ନେଇ ଏହାର କାରଣ ଓ ନିରାକରଣ ପାଇଁ ଉଚିତ୍‌ ପଦକ୍ଷେପ ନେବା ଜରୁରୀ।
ଅନ୍ୟପକ୍ଷରେ ନିର୍ବାନ ବୈତରଣୀ ପାର ହେବା ପାଇଁ ଏ ପ୍ରକାର ଛକିଶୂନ ଖେଳିବା ପାଇଁ ଅନେକ ଦଳ ପ୍ରୟାସ କରିଥାଆନ୍ତି ା କେଉଁଠି ମୃତ ଜୀବିତ ହୋଇଯାଇଥାଏ ତ ଆଉ କେଉଁଠି ଜୀବନ୍ତ ମଧ୍ୟ ମୃତ ହୋଇ ଯାଇଥାଏ, ଯାହାର ଗଣିତ ସାଧାରଣ ଲୋକେ ବୁଝିବା କଷ୍ଟକର। ଏ ସବୁ ପ୍ରସଙ୍ଗରେ ନିକଟ ଅତୀତରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କର ସୁିନ୍ତିତ ମତ ରଖିଛନ୍ତି, ଯାହା ଆମମାନଙ୍କ ଳଣିକୁ ଆହୁରି ସରସ ସୁନ୍ଦର କରିବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଏ।ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ‘ସତ କେବେ ଲୁି ରହେନା’।

ଡ. ସୀତାକାନ୍ତ ତ୍ରିପାଠୀ
ଅର୍ଣ୍ଣପାଳ, ଭଦ୍ରକ
ମୋ: ୯୭୭୮୭୬୪୩୯୪

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?