ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଉପରକୁ ଉଠିଲା କିଟ୍‌

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ଟାଇମ୍ସ ହାୟର ଏଜୁକେଶନ୍‌ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୩ ବୁଧବାର ପ୍ରକାଶ ପାଇଛି। ଏଥିରେ କିଟ୍‌ ବିଶ୍ୱବିଦ୍ୟାଳୟ ଭଲ ପ୍ରଦର୍ଶନ କରିବା ସହ ଉପରକୁ ଉଠିଛି। ପୂର୍ବବର୍ଷ କିଟ୍‌ ୮୦୧+ ସ୍ଥାନରେ ରହିଥିବାବେଳେ ଏବର୍ଷ ୨ଶହ ର଼୍ୟାଙ୍କ ଉନ୍ନୀତ ହୋଇ ସମଗ୍ର ବିଶ୍ୱର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୬୦୧+ ସ୍ଥାନ ପାଇଛି। ଏଥିସହ ଦେଶର ପୂର୍ବାଞ୍ଚଳ ଏବଂ ଓଡ଼ିଶା ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍‌ ପ୍ରଥମ ସ୍ଥାନରେ ରହିଛି। ଶୈକ୍ଷିକ ପରିବେଶ, ଗବେଷଣା, ଆଦୃତି, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଓ ଇଣ୍ଡଷ୍ଟ୍ରି ଇନ୍‌କମ୍‌ ଆଦି ମାନଦଣ୍ଡକୁ ନେଇ ଟାଇମ୍ସ ହାୟର ଏଜୁକେଶନ୍‌ ପକ୍ଷରୁ ବିଶ୍ୱର ପ୍ରମୁଖ ବିଶ୍ୱବିଦ୍ୟାଳୟକୁ ନେଇ ଏହି ର଼୍ୟାଙ୍କ ପ୍ରସ୍ତୁତ କରାଯାଇଛି। ଚଳିତବର୍ଷ କିଟ୍‌ ରୌପ୍ୟ ଜୟନ୍ତୀ ପାଳନ କରୁଥିବାବେଳେ କିଟ୍‌ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଥିବାରୁ କିଟ୍‌ର ସମସ୍ତ ଛାତ୍ରୀଛାତ୍ର, ଅଧ୍ୟାପକ ଓ କର୍ମଚାରୀଙ୍କ ମଧ୍ୟରେ ଖୁସି ଭରିଦେଇଛି। ଏଥିପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, ଛାତ୍ରୀଛାତ୍ର ଓ କର୍ମଚାରୀଙ୍କ ମିଳିତ ପ୍ରୟାସ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯ ଜିଲାରୁ ୧୨ ମୁଣ୍ଡ ନେଲା କରୋନା: ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ରାଜ୍ୟରେ ଆଉ ୧୨ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରର ୫୩ ବର୍ଷୀୟ ବ୍ୟକ୍ତି, କଟକର ୬୩ ବର୍ଷୀୟ ବୃଦ୍ଧ, ଗଞ୍ଜାମର(୩୫ ବର୍ଷୀୟ...

ଚନ୍ଦକାରେ ପ୍ରାଗୈତିହାସିକ ଗୁମ୍ଫା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ ରହିଛି ଏକାଧିକ ଗୁମ୍ଫା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ୱ ବିଭାଗର ନଜର ଆଢୁଆଳରେ ରହିଥିବା...

ସବୁ ଏମ୍‌ସ ହେବ ଉତ୍କର୍ଷ କେନ୍ଦ୍ର:ମାଣ୍ଡଭ୍ୟ

ଭୁବେନଶ୍ବର,୯ା୧(ବ୍ୟୁରୋ): ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ବଡି (ସିଆଇବି)ର ୬ଷ୍ଠ ବୈଠକ ରବିବାର ଭୁବନେଶ୍ବର ଏମ୍‌ସରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ...

କିଚେନ୍‌ ଗାର୍ଡେନ୍‌ ବୁଲିଲେ ବିଦେଶୀ ନାଗରିକ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ୭ ଦେଶ ଫ୍ରାନ୍ସ, କେନିଆ, ଇକ୍ୱାଡାର, ଇଟାଲୀ, ସ୍ପେନ୍‌, ପର୍ତ୍ତୁଗାଲ୍‌ ଏବଂ ପୋଲାଣ୍ଡରୁ ୭ ଜଣ ବିଦେଶୀ ନାଗରିକ ଆସି ଶୁକ୍ରବାର...

ସିଏମ୍‌ସି କମିଶନର ଭାବେ ଯୋଗଦେଲେ ଅନନ୍ୟା ଦାସ

କଟକ ଅଫିସ, ୨୪।୬: କଟକ ମହାନଗର ନିଗମ(ସିଏମ୍‌ସି)ର କମିଶନର ଭାବେ ଅନନ୍ୟା ଦାସ ସୋମବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସହରର ଉନ୍ନତିମୂଳକ କାର୍ଯ୍ୟପ୍ରତି ଗୁରୁତ୍ୱ ଦେବେ...

ସିନ୍ଦୂର ପିନ୍ଧାଇ ବଳାତ୍କାର କରିବା ଘଟଣାର ଭିନ୍ନମୋଡ଼ : ଟଙ୍କା ପାଇଁ ବ୍ଲାକ୍‌ମେଲ୍‌ କରୁଛନ୍ତି ଯୁବତୀ

ଭୁୁବନେଶ୍ୱର,୮।୭(ବ୍ୟୁରୋ) : ଜଣେ ଯୁବତୀଙ୍କୁ ମଥାରେ ସିନ୍ଦୂର ଦେଇ ବଳାତ୍କାର ହୋଇଥିବା ନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି...

ଶେଷ ପାଉଣା ବାବଦରେ ପାଇଥିଲେ ୩୦ ହଜାର ଟଙ୍କା

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଶେଷ ପାଉଣା ଥିଲା ୩୦ ହଜାର ଟଙ୍କା। କଟକର ଏଲ୍‌ଟି ପ୍ରଡକ୍ସନ ତରଫରୁ ଏକ ଫିଲ୍ମ ବାବଦକୁ ଅଭିନେତା ରାଇମୋହନ ପରିଡ଼ାଙ୍କୁ ମିଳିଥିଲା ଏହି...

ପୁରୀ ଗଣବଳାତ୍କାର ଘଟଣା: ଛାତ୍ର କଂଗ୍ରେସର ନବୀନ ନିବାସର ଘେରାଉ ଉଦ୍ୟମ; ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର,୩।୧୨(ବ୍ୟୁରୋ): ପୁରୀ ଗଣବଳାତ୍କାର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ଭାଜପା ଏବଂ କଂଗ୍ରେସ। ଏହି କ୍ରମରେ ମଙ୍ଗଳବାର ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ...

Advertisement
Archives

Model This Week