କ୍ୟୁଏସ୍‌ ଓ୍ବାର୍ଲ୍‌ଡ ର଼୍ୟାକିଙ୍ଗ୍‌ରେ କିଟ୍‌କୁ ଭାରତରେ ସର୍ବୋଚ୍ଚ ସ୍ଥାନ

ଭୁବନେଶ୍ୱର,୨୯।୪: କ୍ୟୁଏସ୍‌ ୱାର୍ଲ୍‌ଡ଼ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌କୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି। ଏହି ର଼୍ୟାଙ୍କିଙ୍ଗ୍‌ ପ୍ରଦାନ କରାଯିବା ପରେ କିଟ୍‌ ବିଶ୍ୱବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ ଫାଇଭ ଷ୍ଟାର ରେଟେଡ’ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରାପ୍ତ ହୋଇଛି। କ୍ୟୁଏସ ମାନଦଣ୍ଡର ସମସ୍ତ ବର୍ଗରେ କିଟ୍‌କୁ ଫାଇଭ ଷ୍ଟାର ପ୍ରଦାନ କରାଯାଇଛି। କ୍ୟୁଏସ ୱାର୍ଲଡ ର଼୍ୟାଙ୍କିଙ୍ଗରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନକୁ ବିଭିନ୍ନ ମାନଦଣ୍ଡରେ ମାନ୍ୟତା ପ୍ରଦାନ କରିଥାନ୍ତି। କ୍ୟୁଏସ ୱାର୍ଲଡ ର଼୍ୟାଙ୍କି ‘ଷ୍ଟାର’ ମାନ୍ୟତା ମଧ୍ୟ ପ୍ରଦାନ କରିଥାଏ। ଏଥିରେ ଚଳିତବର୍ଷ ସମଗ୍ର ଭାରତରୁ କିଟ୍‌ ବିଶ୍ୱବିଦ୍ୟାଳୟକୁ ସର୍ବୋଚ୍ଚ ମାନ୍ୟତା ଫାଇଭ ଷ୍ଟାର ପ୍ରଦାନ କରାଯାଇଛି। କ୍ୟୁଏସ ଫାଇଭ ଷ୍ଟାର ମାନ୍ୟତା ପାଇବାରେ କିଟ୍‌ ଭାରତର ଏକମାତ୍ର ଅନୁଷ୍ଠାନ। କିଟ୍‌ ସମଗ୍ର ବିଶ୍ୱରେ ନିଜର ଗୁଣାତ୍ମକ ଶିକ୍ଷାଦାନ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ବିଶ୍ୱର ବିଭିନ୍ନ ସଂସ୍ଥା ଏହାକୁ ସମୟକୁ ସମୟ ମୂଲ୍ୟାୟନ କରି ମାନ୍ୟତା ପ୍ରଦାନ କରିଥାନ୍ତି। କ୍ୟୁଏସ ଇନ୍‌ଟେଲିଜେନସ ଶାଖା ଦ୍ୱାରା କ୍ୟୁଏସ ଷ୍ଟାର ରେଟିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ। ଆନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ କ୍ଷେତ୍ରରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟର ବିସ୍ତୃତ ମୂଲ୍ୟାୟନ କରାଯିବା ପରେ ଏହି ର଼୍ୟାଙ୍କିଙ୍ଗ ପ୍ରଦାନ କରାଯାଇଥାଏ। ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ ଓ କସି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିଟ୍‌ ତା’ର ଉତ୍କର୍ଷତା ଓ ବିବିଧତା ପାଇଁ କ୍ୟୁଏସ ଷ୍ଟାର ରେଟିଂ ସିଷ୍ଟମ ଦ୍ୱାରା ଭାରତରେ ପ୍ରଥମ ଥର ଲାଗି ଫାଇଭ ଷ୍ଟାର ମାନ୍ୟତା ପାଇପାରିଛି। ଏହି ମାନ୍ୟତା ବଜାୟ ରଖିବା ପାଇଁ ଆମେ ଆମର ପ୍ରୟାସ ଜାରି ରଖିବୁ ବୋଲି ସାମନ୍ତ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା CJP: ଯେଉଁ ଟ୍ରକ୍‌ରେ ଅଭିଜିତ, ଅଭିନେତା ପ୍ରକାଶ ରାଜ ଥିଲେ…

ନୂଆଦିଲ୍ଲୀ,୨୧।୭: ସଂସଦ ମାର୍ଚ୍ଚ ସମୟରେ ହୋଇଥିବା ଧସ୍ତିଧାସ୍ତିର ଗୋଟିଏ ଦିନ ପରେ ଅର୍ଥାତ୍‌ ମଙ୍ଗଳବାର ‘କକ୍ରୋଚ ଜନତା ପାର୍ଟି’ (CJP) ଦିଲ୍ଲୀ ପୋଲିସ ବିରୋଧରେ ଗୁରୁତର ଅଭିଯୋଗ…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ବଡ଼ ଘୋଷଣା କଲା CJP: ଯେ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟିର ମୁଖପାତ୍ର ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ସୋମବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସମ୍ମୁଖରେ ନିଜର ଦାବିଗୁଡ଼ିକ ରଖିଛନ୍ତି। ବିଳମ୍ବିତ ସନ୍ଧ୍ୟା…

ଶେଷରେ କ୍ଷମା ମାଗିଲେ ଅଭିଜିତ୍‌ ଦୀପକେ: କହିଲେ, ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ଦଳର ମୁଖ୍ୟ ଅଭିଜିତ୍‌ ଦୀପକେ ମଙ୍ଗଳବାର ଜନ୍ତର ମନ୍ତରରେ ପହଞ୍ଚିଛନ୍ତି। ସେ ତାଙ୍କ ସମର୍ଥକମାନଙ୍କୁ କ୍ଷମା ମାଗିଛନ୍ତି। Xରେ ସେ ଲେଖିଛନ୍ତି, ମୁଁ…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୪….

କଟକ,୨୧।୭(ପ୍ରଭୁକଲ୍ୟାଣ ପାଲ୍): ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଆଉ ଚାରି ଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ…

ସୋନମ ୱାଙ୍ଗଚୁକଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌ : ସ୍ବାସ୍ଥ୍ୟାବସ୍ଥାରେ…

ନୂଆଦିଲ୍ଲୀ,୨୧।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ସଦ୍ୟତମ ଅପଡେଟ୍‌ ସାମ୍ନାକୁ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

ଏହି ଦଳରୁ ନିର୍ବାଚନ ଲଢିବେ CJP ମୁଖ୍ୟ ଅଭିଜିତ ଦୀପକେ? ଭାଜପା ନେତାଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୨୧।୭: ଭାଜପା ନେତା ନିଶିକାନ୍ତ ଦୁବେ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ଦୁବେ ଉତ୍ତର ପ୍ରଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri