Posted inଖେଳ

ଦେଶର ଶ୍ରେଷ୍ଠ ଆଥଲେଟିକ୍‌ ଏକାଡେମୀ ମଧ୍ୟରେ କିଟ୍‌

ଭୁବନେଶ୍ୱର, ୧୦।୬- ଭାରତର ଶ୍ରେଷ୍ଠ ୧୦ ଆଥଲେଟିକ୍‌ ଏକାଡେମୀ ମଧ୍ୟରେ ଓଡ଼ିଶାର କିଟ୍‌ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଦି ବ୍ରିଜ୍‌ ମିଡିଆ ପକ୍ଷରୁ ନିକଟରେ ପ୍ରସ୍ତୁତ କରାଯାଇଥିବା ତାଲିକାରେ ଶ୍ରେଷ୍ଠ ୪ର୍ଥ ସ୍ଥାନରେ ରହିଛି କିଟ୍‌। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ସମସ୍ତ ଅନୁଷ୍ଠାନ ପ୍ରଫେସନାଲ୍‌ କ୍ରୀଡ଼ା ଅନୁଷ୍ଠାନ ହୋଇଥିବା ବେଳେ କିଟ୍‌ ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଏହି ତାଲିକାରେ ସ୍ଥାନ ପାଇଛି। କିଟ୍‌ ଓ କିସ୍‌ରେ ରହିଛି ଅନ୍ତର୍ଜାତିୟମାନର କ୍ରୀଡ଼ା ଭିତ୍ତିଭୂମି। ସର୍ବାଧିକ କ୍ରୀଡ଼ା ଭିତ୍ତିଭୂମି ଥିବା ଦେଶର ଏକମାତ୍ର ଶିକ୍ଷାନୁଷ୍ଠାନ। ଏଠାରୁ କିସ୍‌ ମାଧ୍ୟମରେ ୫ ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ ସୃଷ୍ଟି ହୋଇ ସାରିଲେଣି। ଫୁଟବଲ୍‌, ଭଲିବଲ୍‌, ରଗବୀ, ହକି, କ୍ରିକେଟ୍‌ ଓ ଇନ୍‌ଡୋର ଷ୍ଟାଡିଅମ୍‌ ସହ ସ୍ବତନ୍ତ୍ର ଆଥଲେଟିକ୍‌ ଟ୍ରାକ୍‌ ଓ ସୁଇମିଂ ପୁଲ୍‌ ଥାଇ ଏଠାରେ ୧୬ଟି ଅନ୍ତର୍ଜାତୀୟସ୍ତରର ସ୍ପୋଟର୍‌ସକମ୍ପ୍ଲେକ୍ସ ରହିଛି। ଅଲିମ୍ପିକ୍‌ରେ ଯେତେ କ୍ରୀଡ଼ା ଅଛି ସେ ସବୁ ପାଇଁ ଅନ୍ତର୍ଜାତୀୟସ୍ତରର ଭିତ୍ତିଭୂମି ଏଠାରେ ଉପଲବ୍ଧ। ୨୦୨୦ରେ କିଟ୍‌ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା କରି ଉଦାହରଣ ସୃଷ୍ଟି କରିଥିଲା। ଜାତୀୟ ରଗବୀର ପ୍ରାୟୋଜକ ଥିବାବେଳେ ଦୂତୀ ଚାନ୍ଦ ଓ ଭବାନୀ ଦେବୀଙ୍କ ଭଳି ଅଲିମ୍ପିଆନଙ୍କ ସମେତ ଦେଶର ଶ୍ରେଷ୍ଠ ଦ୍ରୁତ ଧାବିକା ଧାବକ, ହର୍ଡଲ୍ସ ଓ ହେପଟାଥଲନ୍‌ ଆଥଲେଟ୍‌ କିଟ୍‌ ଛାତ୍ରଛାତ୍ରୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଉଷୁ ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବଡ଼ବିଲ,୧୩।୮(ଦେବପ୍ରିୟ ରଣା): ବିହାର ପାଟ୍‌ନାସ୍ଥିତ ପାଟଳିପୁତ୍ର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ୨୨ତମ କନିଷ୍ଠ ଜାତୀୟ ଉଷୁ ଚାମ୍ପିୟନଶିପ୍‌ରେ ଓଡ଼ିଶାକୁ ୯ ପଦକ ମିଳିଛି। ୨ ସ୍ବର୍ଣ୍ଣ...

ଆଜି ଜାପାନକୁ ଭେଟିବ ଭାରତ

ଭୁବନେଶ୍ୱର,୨୬ା୧(ସ୍ପୋଟର୍‌ସ ବ୍ୟୁରୋ): ହକି ବିଶ୍ୱକପ ୨୦୨୩ରେ ୯-୧୬ ସ୍ଥାନ ପାଇଁ ଗୁରୁବାରଠାରୁ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ କ୍ଲାସିଫିକେଶନ ମ୍ୟାଚ। ଗୁରୁବାର ସନ୍ଧ୍ୟା ୭ଟାରେ...

ଭାରତୀୟ ଦଳକୁ ବଡ଼ ଝଟ୍‌କା: ଇଂଲଣ୍ଡ ବିପକ୍ଷ ସିରିଜ୍‌ରୁ ବାଦ୍‌ ପଡିଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡିଛନ୍ତି। ସିଡନୀ ଟେଷ୍ଟ ଖେଳୁଥିବା...

ଦୁର୍ନୀତି ଅଭିଯୋଗ: ଆଇଡବ୍ଲ୍ୟୁଏଫ୍‌ ଅଧ୍ୟକ୍ଷଙ୍କ ଇସ୍ତଫା

ବୁଡାପେଷ୍ଟ,୧୬।୫(ଏଏଫ୍‌ପି): ଅନ୍ତର୍ଜାତୀୟ ଓ୍ବେଟ୍‌ ଲିଫ୍ଟିଙ୍ଗ୍‌ (ଆଇଡବ୍ଲ୍ୟୁଏଫ୍‌) ଅଧ୍ୟକ୍ଷ ଟାମାସ ଆଜାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଓ ଡୋପିଂ ନିୟମ...

ଏଜ୍‌ବାଷ୍ଟନ ଷ୍ଟାଡିୟମରେ ହେବ କୋଭିଡ୍‌-୧୯ ଟେଷ୍ଟିଂ ସେଣ୍ଟର

ଲଣ୍ଡନ,୩।୪ (ପି.ଟି)- ଇଂଲଣ୍ଡର ବର୍ମିଂହାମସ୍ଥିତ ଏଜ୍‌ବାଷ୍ଟନ ଷ୍ଟାଡିୟମ କୋଭିଡ୍‌-୧୯ ଟେଷ୍ଟିଂ ସେଣ୍ଟରରେ ପରିଣତ ହେବ ବୋଲି ଓ୍ବରଓ୍ବିକ୍‌ଶାୟାର କାଉଣ୍ଟି କ୍ରିକେଟ କ୍ଲବ (ଡବ୍ଲ୍ୟସିସିସି) ତରଫରୁ କୁହାଯାଇଛି।...

ତୃତୀୟ ଟେଷ୍ଟରେ ଭାରତୀୟ କ୍ରିକେଟରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିବେ କି ପ୍ରୀତି ଜିଣ୍ଟାଙ୍କ ଏହି ବ୍ୟାଟ୍ସମ୍ୟାନ! ୪୮ ବଲ୍‌ରେ ମାରିଛନ୍ତି ଶତକ

ଲଣ୍ଡନ,୧୯।୮: ଭାରତ ବିପକ୍ଷରେ ଲର୍ଡସ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଘରୋଇ ଇଂଲଣ୍ଡ ଟିମ୍‌ ନିଜ ବ୍ୟାଟିଂ ସଜାଡ଼ିବା ଆରମ୍ଭ କରିଛି। ଟି-୨୦...

ଏକ ଦଶନ୍ଧି ପରେ ପାକିସ୍ତାନକୁ ଫେରିଲା ଟେଷ୍ଟ କ୍ରିକେଟ୍‌

ଲାହୋର, ୧୪।୧୧ (ପି.ଟି.)- ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପରେ ପାକିସ୍ତାନକୁ ଟେଷ୍ଟ କ୍ରିକେଟ୍‌ ଫେରିଛି। ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଡିସେମ୍ବରରେ ପାକିସ୍ତାନ ଗସ୍ତରେ...

ଜରିନ୍‌ଙ୍କ ସହ ଲଢ଼ିବାକୁ ଭୟ କରୁନାହିଁ: ମେରୀକମ୍‌

ନୂଆଦିଲ୍ଲୀ,୧୯।୧୦(ପି.ଟି.): ନିଖାତ ଜରିନ୍‌ଙ୍କ ସହ ଲଢ଼ିବାକୁ ଆଦୌ ଭୟ କରୁନାହିଁ ବୋଲି ଅଭିଜ୍ଞ ମହିଳା ବକ୍ସର ମେରୀକମ କହିଛନ୍ତି। ଆଗାମୀ ଅଲିମ୍ପିକ କ୍ୱାଲିଫାୟର୍ସ ଟ୍ରାଏଲ୍ସ ତାଙ୍କୁ...

Advertisement
Archives

Model This Week