Posted inଖେଳ

ଆଇପିଏଲ୍‌ରୁ ସନ୍ନ୍ୟାସ ଘୋଷଣା କଲେ ମୁମ୍ବାଇ ଇଣ୍ଡିଆନ୍ସର କିରନ୍‌ ପୋଲାର୍ଡ: ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୧: ଆଇପିଏଲ୍‌ରୁ ସନ୍ନ୍ୟାସ ଘୋଷଣା କଲେ ଭେଟେରାନ କ୍ରିକେଟର କିରନ୍‌ ପୋଲାର୍ଡ। ସେ ଦୀର୍ଘ ୧୩ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ଥିଲେ। ହେଲେ ଚଳିତ ବର୍ଷ ମିନି ଅକ୍ସନ ପୂର୍ବରୁ ମୁମ୍ବାଇ ପୋଲାର୍ଡଙ୍କୁ ରିଲିଜ କରି ଦେଇଥିଲା। ଏହାପରେ ସେ ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି। ତେବେ ଅବସର ନେବା ପରେ ପରେ ତାଙ୍କୁ ମୁମ୍ବାଇ ଟିମ୍‌ର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି ଦିଆଯାଇଛି।

ପୋଲାର୍ଡ ନିଜର ସନ୍ନ୍ୟାସକୁ ନେଇ ଟୁଇଟ୍‌ କରି କହିଛନ୍ତି, ଏହା ମୋ ପାଇଁ ସହଜ ନିଷ୍ପତ୍ତି ନ ଥିଲା। ହେଲେ ମୁମ୍ବାଇ ଇଣ୍ଡିଆନ୍ସ ସହ ଚର୍ଚ୍ଚା କରିବା ପରେ ନିଷ୍ପତ୍ତି ନେଇଛି ଯେ ଆଉ ମୁଁ ଆଇପିଏଲ୍‌ ଖେଳିବି ନାହିଁ। ଯଦି ମୁମ୍ବାଇ ସହ ମୁଁ ଖେଳିବି ନାହିଁ ତେବେ ଆଉ କାହା ସହ ତ ବିଲ୍‌କୁଲ ନୁହେଁ। ମୁମ୍ବାଇ ଇଣ୍ଡିଆନ୍ସ ବହୁତ କିଛି ହାସଲ କରିସାରିଛି। ଏବେ ଦଳରେ ପରିବର୍ତ୍ତନର ସମୟ ଆସିଛି। ମୁଁ ମୁମ୍ବାଇର ବ୍ୟାଟିଂ କୋଚ୍‌ ପଦକୁ ସ୍ବୀକାର କରିଛି। ଏହାଛଡ଼ା ମୁମ୍ବାଇ ଏମିରେଟ୍ସ ସହ ସେ ଖେଲୁଥିବା ନଜର ଆସିବେ ବୋଲି କହିଛନ୍ତି।

କହିରଖୁଛୁ ଯେ, ପୋଲାର୍ଡ ଆରମ୍ଭରୁ ମୁମ୍ବାଇ ସହ ଜଡ଼ିତ ଥିଲେ। ୨୦୧୦ରେ ଦିଲ୍ଲୀ ଟିମ୍‌ ବିପକ୍ଷରେ ସେ ଡେବ୍ୟୁ କରିଥିଲେ। ୨୦୨୨ରେ ସେ କୋଲକାତା ଟିମ୍‌ ବିପକ୍ଷରେ ଅନ୍ତିମ ଆଇପିଏଲ୍‌ ମୁକାବିଲା ଖେଳିଥିଲେ। ଏଯାବତ ସେ ୧୮୯ ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିବା ବେଳେ ୩୪୧୨ ରନ୍‌ କରିଛନ୍ତି। ଏଥିରେ ୧୬ ଅର୍ଦ୍ଧଶତକ ରହିଥିଲା। ଏହାଛଡ଼ା ସେ ବୋଲିଂରେ ୬୯ ଉଇକେଟ ନେଇଥିଲେ। ଏହି କାରଣରୁ ପୋଲାର୍ଡଙ୍କୁ ଆଇପିଏଲ୍‌ର ଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ। ମୁମ୍ବାଇ ୫ ଥର ଆଇପିଏଲ୍‌ ଟ୍ରଫି ଉଠାଇଥିବା ବେଳେ ପୋଲାର୍ଡ ଏହାର ସଦସ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri