ଠକେଇ ଟଙ୍କା ଫେରି ପାଇବାକୁ ଅପହରଣ

ଭୁବନେଶ୍ୱର (ବ୍ୟୁରୋ)/ବାରଙ୍ଗ,୧୨ା୭ (ଡି.ଏନ୍‌.ଏ.):ରାଜଧାନୀରୁ ଅପହୃତ ଜଣେ ଯୁବକଙ୍କୁ କମିଶନରେଟ ପୋଲିସ ରବିବାର ଖୋର୍ଦ୍ଧାରୁ ଉଦ୍ଧାର କରିଛି। ଏଥିସହ ଦୁଇ ଅପହରଣକାରୀ ଓ ଅପହୃତ ଯୁବକଙ୍କୁ ଗିରଫ କରି ପୂରା ଘଟଣାର ରହସ୍ୟ ଉନ୍ମୋଚନ କରିଛି। ଗିରଫ ଦୁଇ ଅପହରଣକାରୀ ହେଲେ ପୁରୀ ଜିଲା ବଳଙ୍ଗା ଅଞ୍ଚଳର ପ୍ରମୋଦ କୁମାର ମହାନ୍ତି(୩୨) ଓ ନୟାଗଡ଼ ଜିଲାର ସନ୍ତୋଷ ପଟ୍ଟନାୟକ ଓରଫ କାଳିଆ (୩୨)। ସେହିଭଳି ଉଦ୍ଧାର ପରେ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଅପହୃତ ଜଣକ ହେଲେ ଖୋର୍ଦ୍ଧା ବେଗୁନିଆର ସଦାନନ୍ଦ ବେହେରା। ସଦାନନ୍ଦ ପୋଲିସ ଚାକିରି କରାଇଦେବା ଆଳରେ ଲକ୍ଷାଧିକ ଟଙ୍କା ଠକିଥିବାବେଳେ ଟଙ୍କା ଫେରିପାଇବାକୁ ସେମାନେ ଅପହରଣ କରିଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଏନେଇ ଚନ୍ଦକା ଥାନା ପୋଲିସ ପୃଥକ ଦୁଇଟି ମାମଲା ରୁଜୁ କରି ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ସଦାନନ୍ଦ ଚନ୍ଦକା ଥାନା ଅଞ୍ଚଳର ଏକ ବଜାରରୁ ସ୍କୁଟିରେ ଫେରୁଥିଲେ। ଏହି ସମୟରେ ପ୍ରମୋଦ ଓ ସନ୍ତୋଷ ଏକ କାର୍‌ରେ ଆସି ତାଙ୍କ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲେ। ସଦାନନ୍ଦ ପଡ଼ିଯିବା ପରେ ସେମାନେ ତାଙ୍କୁ କାର୍‌ରେ ଅପହରଣ କରିନେଇ ଖୋର୍ଦ୍ଧାରେ ମୁଣ୍ଡ ଜାମିନ ରଖିଥିଲେ। ପରେ ସଦାନନ୍ଦଙ୍କ ସ୍ତ୍ରୀଙ୍କୁ ଫୋନ୍‌ କରି ସାଢେ ୩ଲକ୍ଷ ଟଙ୍କା ମାଗିବା ସହ ନ ମିଳିଲେ ସ୍ବାମୀଙ୍କ କଥା ଭୁଲିଯିବାକୁ ଧମକ ଦେଇଥିଲେ। ଏନେଇ ସଦାନନ୍ଦଙ୍କ ସ୍ତ୍ରୀ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦକା ଥାନା ପୋଲିସ ଓ ସ୍ପେଶାଲ୍‌ ସ୍କ୍ବାଡ୍‌କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଅପହରଣକାରୀଙ୍କ ଫୋନ୍‌କୁ ଟ୍ରାକ୍‌ କରି ଖୋର୍ଦ୍ଧାର ଏକ ଫାର୍ମ ହାଉସରେ ଚଢାଉ କରି ସଦାନନ୍ଦଙ୍କୁ ଉଦ୍ଧାର କରିବା ସହ ପ୍ରମୋଦ ଓ ସନ୍ତୋଷଙ୍କୁ ଗିରଫ କରିଥିଲା। ତେବେ ଅପହରଣକାରୀଙ୍କୁ ଗିରଫ ପରେ ଆଉଏକ ଘଟଣା ସାମ୍ନାକୁ ଆସିଥିଲା। ସଦାନନ୍ଦ ପାତ୍ରପଡ଼ା ଅଞ୍ଚଳରେ ରହୁଥିବାବେଳେ ସନ୍ତୋଷଙ୍କ ମାମୁଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସଦାନନ୍ଦ ନିଜକୁ ଜଣେ ଅବସରପ୍ରାପ୍ତ ଶିକ୍ଷକ ପରିଚୟ ଦେବା ସହ ତାଙ୍କର ବଡ଼ ବଡ଼ ଅଫିସ୍‌ରେ ହାତ ରହିଥିବା କହିଥିଲେ। ଏପରିକି କେତେଜଣଙ୍କୁ ବ୍ଲକ ସ୍ତରରେ ଚାକିରି କରାଇ ଦେଇଥିବା କହି ପ୍ରଥମେ ବିଶ୍ୱାସ ଜନ୍ମାଇଥିଲେ। ପରବର୍ତ୍ତୀ ସମୟରେ ପୋଲିସ ବିଭାଗରେ ଭଣଜା ସନ୍ତୋଷ ଓ ତାଙ୍କ ସାଙ୍ଗ ପ୍ରମୋଦଙ୍କୁ ଚାକିରି କରାଇଦେବେ କହି ସାଢେ ୫ଲକ୍ଷ ଟଙ୍କା ନେଇଥିଲେ। ହେଲେ ସେ ଚାକିରି କରାଇ ପାରି ନ ଥିଲେ କି ଟଙ୍କା ଫେରାଇ ନ ଥିଲେ। ତେଣୁ ଟଙ୍କା ଫେରିପାଇବା ପାଇଁ ସେମାନେ ସଦାନନ୍ଦଙ୍କୁ ଅପହରଣ କରିଥିଲେ ବୋଲି ଅଭିଯୁକ୍ତ ଦ୍ୱୟ ପୋଲିସ ଆଗରେ କହିଥିଲେ। ସେମାନଙ୍କ ବୟାନ ଆଧାରରେ ସଦାନନ୍ଦଙ୍କୁ ପଚରାଉଚରା କରି ସତ୍ୟାସତ୍ୟ ଜଣାପଡିବା ପରେ ତାଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତେବେ ସଦାନନ୍ଦ ଆହୁରି ଅନେକ ଲୋକଙ୍କୁ ଠକିଥିବା ନେଇ ସୂଚନା ମିଳିଥିବାରୁ ଅଧିକ ତଦନ୍ତ ଚାଲିଥିବା ଏସିପି ପ୍ରକାଶ ଚନ୍ଦ୍ର ପାଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri