୭ ବର୍ଷ ବୟସରେ ଅପହରଣ, ୯ ବର୍ଷ ପରେ ଫେରିଲେ: ଭାବୁକ କରିବ ‘କେସ୍‌ ନଂ ୧୬୬’ର କାହାଣୀ

ବମ୍ବେ,୯।୮: କେସ୍‌ ନଂ ୧୬୬। ଏକ ୭ ବର୍ଷୀୟ ନାବାଳିକାର ନିଖୋଜ ହେବାର ଏହି ମାମଲା ଏବେ ଚର୍ଚ୍ଚାରେ। କାରଣ ବମ୍ବେର ଜଣେ ପୋଲିସ ଅଫିସର ନିଜ ଚାକିରିକାଳ ସମୟରେ ୧୬୫ ନିଖୋଜ ପିଲାଙ୍କୁ ଖୋଜିଥିଲେ ହେଁ ୧୬୬ ନଂ କେସ୍‌ରେ ତାହା କରିପାରି ନ ଥିଲେ। ୨୦୧୩ରେ ଉକ୍ତ ନାବାଳିକାଙ୍କୁ ଅପହରଣ କରାଯାଇଥିବା ବେଳେ ସେ ୨୦୨୨ରେ ନିଜ ଘରକୁ ଫେରିଛନ୍ତି। ହେଲେ ଏହା ପଛର କାହାଣୀ କୌଣସି ଫିଲ୍ମଠାରୁ କମ୍‌ ନୁହେଁ।

ବମ୍ବେର ଅନ୍ଧେରୀ ଓ୍ବେଷ୍ଟ ଅଞ୍ଚଳରେ ରହୁଥିବା ସନ୍ତୋଷ ଗୌଡ଼ଙ୍କ ୭ ବର୍ଷୀୟ ଝିଅ ପୂଜା ଭାଇ ସହ ସ୍କୁଲକୁ ଯାଉଥିଲେ। ବାଟରେ ଆଇସ୍‌କ୍ରିମ୍‌କୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ସେ ଭାଇଠାରୁ ଦୂରରେ ଚାଲିଥିଲେ। ଏହାର ଫାଇଦା ଉଠାଇ ଏକ ଦମ୍ପତି ତାଙ୍କୁ ଆଇସକ୍ରିମ ଦେବା ବାହାନାରେ ଅପହରଣ କରିନେଇଥିଲେ। ଉକ୍ତ ଦମ୍ପତିଙ୍କର ସନ୍ତାନ ନ ଥିବାରୁ ସେ ପୂଜାଙ୍କୁ ପାଳିତ କନ୍ୟା କରିବାକୁ ଇଚ୍ଛା ରଖିଥିଲେ। ହେଲେ ଧିରେ ଧିରେ ପୂଜାଙ୍କ ସହ ଉକ୍ତ ଦମ୍ପତି ଚାକରାଣି ଭଳି ବ୍ୟବହାର କରିଥିଲେ। ତାଙ୍କ ଦ୍ୱାରା ଘରର ସମସ୍ତ କାମ କରିଥିଲେ। ମାର୍‌ପିଟ୍‌ ମଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ଦମ୍ପତିଙ୍କର ନିଜର ସନ୍ତାନ ଜନ୍ମ ନେଇଥିଲା। ଏହାପରେ ପୂଜାଙ୍କ ଉପରେ ଅତ୍ୟାଚାର ବଢ଼ି ଯାଇଥିଲା। ସେମାନେ ତାଙ୍କୁ ଅନ୍ୟ ଘରେ କାମ କରିବାକୁ ଛାଡ଼ିଥିଲେ।

ଅପରପକ୍ଷେ ପୂଜାଙ୍କୁ ଖୋଜିବାକୁ ଅନେକ ଲୋକ ଚେଷ୍ଟା ଜାରି ରଖିଥିଲେ। କିଛି ସାମାଜିକ ଅନୁଷ୍ଠାନ, ସ୍ବେଚ୍ଛାସେବୀଙ୍କ ସାଙ୍ଗକୁ ଉକ୍ତ ପୋଲିସ ଅଫିସର ଏଥିରେ ସାମିଲ ଥିଲେ। ୨୦୧୩ରେ ମୁମ୍ବାଇର ଡିଏନ୍‌ ନଗର ଥାନାରେ ଅପହରଣ ମାମଲା ରୁଜୁ ହୋଇଥିଲା। ସେତେବେଳେ ଏହାର ତଦନ୍ତ ଭାର ସବ୍‌ ଇନ୍ସପେକ୍ଟର ରାଜେନ୍ଦ୍ର ଭୌସଲେଙ୍କୁ ଦିଆଯାଇଥିଲା। ସେ କିନ୍ତୁ ପୂଜାଙ୍କୁ ଖୋଜିବାରେ ସଫଳ ହୋଇପାରି ନ ଥିଲେ। ପରେ ସେ ଅବସର ନେଇଥିଲେ। ହେଲେ ପକେଟରେ ପୂଜାଙ୍କ ଫଟୋକୁ ସର୍ବଦା ରଖି ଆସୁଥିଲେ।
୯ ବର୍ଷ ପରେ ପୂଜା ଅପହରଣ କରିଥିବା ଦମ୍ପତିଙ୍କ ସହ ଅନ୍ଧେରୀ ଅଞ୍ଚଳରେ ରହିବାକୁ ଆସିଥିଲେ। ସେ ସେଠାରେ କିଛି ଘରେ କାମ କରୁଥିଲେ। ଏହି ସମୟରେ ସେ ଜଣଙ୍କ ଘରେ ପିଲାକୁ ସମ୍ଭାଳିବା ଦାୟିତ୍ୱ ତୁଲାଉଥିଲେ। ସେଠାରେ ତାଙ୍କ ଭେଟ ଅନ୍ୟ ଜଣେ ଯୁବତୀଙ୍କ ସହ ହୋଇଥିଲା। ସେ ତାଙ୍କୁ ନିଜ ଜୀବନକାହାଣୀ କହିଥିଲେ। ଏହାଶୁଣି ଉକ୍ତ ଯୁବତୀ ପୂଜାଙ୍କ ଘରଲୋକଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ। ଗୁଗଲ୍‌ରେ ସର୍ଚ୍ଚ କରିବା ସରେ ସେ ପୂଜାଙ୍କ ବିଷୟରେ ଅନେକ କିଛି ଜାଣିବାକୁ ପାଇଥିଲେ। କାରଣ ବହୁତ କିଛି ଅପ୍‌ଲୋଡ କରାଯାଇଥିଲା। ଏହିଭଳି ଭାବେ ପୂଜା ପ୍ରଥମେ ଜଣେ ସ୍ବେଚ୍ଛାସେବୀଙ୍କୁ ପ୍ରଥମେ ଯୋଗାଯୋଗ କରିଥିଲେ। ସେଠାରୁ ଖବର ପାଇ ପୋଲିସ ସହ ଯୋଗାଯୋଗ କରାଯାଇଥିଲା। ଶେଷରେ ଉକ୍ତ ଦମ୍ପତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୂଜା ନିଜ ପରିବାରକୁ ଭେଟି ବେଶ ଖୁସି ହୋଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ, ୧୩ା୬: ମହାକାରୀ କରୋନା ସ୍ଥିତି ଅସମ୍ଭାଳ ଆଡ଼କୁ ଗତି କରୁଛି। ବିଶ୍ୱ ସହ ତାଳଦେଇ ଭାରତରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ...

୨୫ ହଜାର କୋଟିର ମନିଲଣ୍ଡରିଂ ମାମଲା: ପାଓ୍ବାରଙ୍କ ବିରୋଧରେ ଇଡିର ତନାଘନା

ନୂଆଦିଲ୍ଲୀ,୨୫ା୯(ପି.ଟି.): ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଏବେ ମନି ଲଣ୍ଡରିଂ ମାମଲାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି। ସେ ଓ ତାଙ୍କ ପୁତୁରା ଅଜିତ ପାଓ୍ବାରଙ୍କ ସହ...

ବନ୍ଦ ହେବ ସରକାରୀ ମଦ ଦୋକାନ

ନୂଆଦିଲ୍ଲୀ,୧୬ ।୧୧: ରାଜଧାନୀ ଦିଲ୍ଲୀରେ ଔପଚାରିକ ଭାବେ ଏବେ ସରକାରୀ ମଦ ଦୋକାନ ବନ୍ଦ ହେବାକୁ ଯାଉଛି । ଏବେ ଏହା କେବଳ ଘରୋଇ ଦୋକାନରେ...

ନିଜ ପାପ ପାଇଁ ରାହୁଲଙ୍କୁ କ୍ଷମା ମାଗିବାକୁ ପଡିବ: ନଡା

ନୂଆଦିଲ୍ଲୀ,୧୭।୩: ଭାଜପା ସଭାପତି ଜେପି ପଡା ଶୁକ୍ରବାର ପୁଣି କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଲଣ୍ଡନରେ ଦେଇଥିବା ଜାତୀୟ ବିରୋଧୀ ବିବୃତ୍ତିକୁ ନେଇ...

ଦିଲ୍ଲୀ ପ୍ରଦୂଷଣ ରୋକିବାକୁ ସରକାର ଯଜ୍ଞ କରନ୍ତୁ, ଇନ୍ଦ୍ର ଭଗବାନ ସବୁ ଠିକ୍‌ କରିଦେବେ: ଭାଜପା ମନ୍ତ୍ରୀ

ଲକ୍ଷ୍ନୌ,୩।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଗମ୍ଭୀର ରୂପ ଧାରଣ କରିଛି। ଏହାକୁ ହ୍ରାସ କରିବା ଲାଗି ଭାଜପାର ଜଣେ ମନ୍ତ୍ରୀ ଏକ ଅଜବ ଯୁକ୍ତି...

୦.୧୮%ଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୨୦ା୧: ଭାରତରେ ଦିଆଯାଉଥିବା କରୋନା ଟିକା ସୁରକ୍ଷିତ। ଏବେ ସୁଦ୍ଧା ସାଢ଼େ ୪ ଲକ୍ଷରୁ ଅଧିକ ଲୋକଙ୍କୁ ଭାକ୍ସିନ ଦିଅ।ଯାଇସାରିଛି। ସେମାନଙ୍କ ମଧ୍ୟରୁ ମାତ୍ର...

ଅସୁସ୍ଥତା ପାଇଁ ଲକ୍ଷ୍ନୌ ଗଲେ ଚିନ୍ମୟାନନ୍ଦ

ଶାହାଜହାନପୁର,୨୩।୯: ଯୌନ ନିର୍ଯ୍ୟାତନା ମାମଲାରେ ଜେଲ୍‌ରେ ଥିବା ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ସରସ୍ବତୀଙ୍କ ସ୍ବାସ୍ଥ୍ୟ ବିଗିଡି ଯିବାରୁ ତାଙ୍କୁ ଲକ୍ଷ୍ନୌ...

ଏଲପିଜି ଦାମରେ ୧୫୭ ପ୍ରତିଶତ ବୃଦ୍ଧି, ଏବେ ଆଉ ଆଗକୁ ଯାଅ ନାହିଁ, କହିଲେ ରାହୁଲ…

ନୂଆଦିଲ୍ଲୀ, ୯।୭ : ଦେଶର ଦରଦାମ୍‌ ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧି...

Advertisement
Archives

Model This Week