Posted inଜାତୀୟ

ବସ୍‌-ଅଟୋ ମୁହାଁମୁହିଁ, ୯ ମୃତ …

କୋଲକାତା, ୯।୮ : ପଶ୍ଚିମବଙ୍ଗର ବୀରଭୂମ ଜିଲାର ଜାତୀୟ ରାଜପଥ ନମ୍ବର ୬୦ରେ ଏକ ଯାତ୍ରୀବାହୀ ବସ୍‌ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାମପୁରହାଟ ନିକଟରେ ଥିବା ମଲ୍ଲାରପୁରଠାରେ ଘଟିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏସବିଏସଟିସି ସରକାରୀ ବସ ସହିତ ଅଟୋ ରିକ୍ସା ମୁହାଁମୁହିଁ ଧକ୍କା ହୋଇଥିଲା। ଅଟୋରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବାରୁ ଏହା ନିୟନ୍ତ୍ରଣ ହରାଇ ସମ୍ମୁଖରୁ ଦ୍ରୁତ ବେଗରେ ଆସୁଥିବା ବସ୍‌ରେ ପିଟି ହୋଇ ଥିଲା। ଅଟୋରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବୀରଭୂମ ଏସ୍‌ପି ନାଗେନ୍ଦ୍ରନାଥ ତ୍ରିପାଠୀ ସୂଚନା ଦେଇଛନ୍ତି। ଅଟୋ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ରାମପୁରହାଟ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି।

ବୀରଭୂମ ଜିଲା ଡିଏମ୍‌ ପ୍ରତି ମୃତକଙ୍କ ପରିବାରଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତିି। ଏଥି ସହିତ ରାଜ୍ୟ ପରିବହନମନ୍ତ୍ରୀ ଫିରହାଦ ହକିମ୍‌ ଶୋକ ପ୍ରକାଶ କରିବା ସହିତ କହିଛନ୍ତି ଯେ,ସରକାରୀ ନିୟମ ଅନୁସାରେ ଉପଯୁକ୍ତ ଅନୁକମ୍ପା ମୂଳକ ସହାୟତା ମୃତକଙ୍କ ପରିବାର ବର୍ଗଙ୍କୁ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରମନା ନୂଆ ପ୍ରଧାନ ବିଚାରପତି: ୨୪ ଏପ୍ରିଲ୍‌ରେ ନେବେ ଶପଥ

ନୂଆଦିଲ୍ଲୀ,୬।୪: ସୁପ୍ରିମ୍‌କୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ବିଚାରପତି ଏନ୍‌.ଭି. ରମନାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତ କରିଛନ୍ତି। ରମନା ଏପ୍ରିଲ୍‌ ୨୪ରେ ୪୮ ତମ...

୨୦୨୪ ଶେଷ ହେବା ପୂର୍ବରୁ ଆମର ସଡକ ଭିତ୍ତିଭୂମି ଆମେରିକା ଭଳି ହେବ: ନିତିନ ଗଡକରୀ

ନୂଆଦିଲ୍ଲୀ,୧୨।୧: ଭାରତ ହେଉଛି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଏଠାରେ ଅଟୋ ଇଣ୍ଡଷ୍ଟ୍ରିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ବିଶ୍ୱରେ ଏକ ନମ୍ବର କରିବା ପାଇଁ ମୋଦି...

ଶିବସେନାର ସମର୍ଥନ କଂଗ୍ରେସ ପାଇଁ ମାରାତ୍ମକ: ନିରୁପମ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସବୁ ଦଳ ଅଙ୍କ କଷିବାରେ ଲାଗିଛନ୍ତି। ଇତି ମଧ୍ୟରେ ମୁମ୍ବାଇର କଂଗ୍ରେସ ନେତା ସଞ୍ଜୟ ନିରୁପମ ମଧ୍ୟ ମେଣ୍ଟକୁ...

ସିଡିଏସ୍‌ ଦୌଡ଼: ଆଗରେ ଜେନେରାଲ ବିପିନ ରାଓ୍ବତ୍‌

ନୂଆଦିଲ୍ଲୀ, ୧୭ା୮(ପି.ଟି.): ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ୍‌ ସିଡିଏସ୍‌ ମୁଖ୍ୟ( ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌) ହେବାର ସମ୍ଭାବନା ରହିଛି। ଗୁରୁବାର ୭୩ତମ ସ୍ବାଧୀନତା ଦିବସ...

ନୀତୀଶଙ୍କ ଉପରକୁ ପିଆଜ ମାଡ଼

ପାଟନା,୪।୧୧: ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଶେଷ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ପିଆଜ ମାଡ଼ କରାଯାଇଛି।...

ଗାଜିପୁର ସୀମାରୁ ହଟିବାକୁ ରାଜି ନୁହନ୍ତି ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ,୨୮।୧: ଉତ୍ତର ପ୍ରଦେଶ(ୟୁପି) ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଗାଜିପୁର ସୀମାରୁ ହଟିବାକୁ ମନା କରି ଦେଇଛନ୍ତି ଆନ୍ଦୋଳନରତ କୃଷକ। ଭାରତୀୟ କିଷାନ ୟୁନିୟନ ପ୍ରବକ୍ତା ରାକେଶ...

ହ୍ବାଟ୍ସଆପ୍‌ ଛାଡ଼ୁଛନ୍ତି ୟୁଜର୍ସ

ମୁମ୍ବାଇ, ୧୨ା୧: ନୂଆ ପ୍ରିଭେସି ପଲିସି ୟୁଜର୍ସଙ୍କ ପାଇଁ ବାଧ୍ୟତାମୂଳକ କରାଯିବା ପରେ ଏବେ ବିକଳ୍ପ ବାଛିବାରେ ବ୍ୟସ୍ତ ହ୍ବାଟ୍ସଆପ୍‌୍‌ ବ୍ୟବହାରକାରୀ। ଅପଡେଟ୍‌ ପରେ ମୂଳ...

ଶବଦାହ ଗୃହରୁ ଚୋରି କରୁଥିଲେ ମୃତଦେହର ପୋଷାକ

ବାଘପଟ, ୯ା୫ : ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ବାଘପଟର ଶବଦାହ ଗୃହରୁ ମୃତଦେହର ପୋଷାକ ଚୋରି କରୁଥିବା ୭ ଜଣ ଗିରଫ ହୋଇଛନ୍ତି। ଏ ନେଇ...

Advertisement
Archives

Model This Week