ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏହି ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଅଟକ ବ୍ୟକ୍ତିଜଣକ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର ବୋଲି ଜଣାପଡ଼ିଛି।

ଭୁବନେଶ୍ୱର ପୋଲିସର ସହାୟତାରେ ବଲାଙ୍ଗୀର ପୋଲିସ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିବାରେ ସଫଳ ହୋଇଛି। ଏହାକୁ ନେଇ ଅପହୃତ ବ୍ୟବସାୟୀଙ୍କ ପରିବାର ଓ ବଲାଙ୍ଗୀରର ବ୍ୟବସାୟୀ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି।

ରବିବାର ବ୍ୟବସାୟୀ ନରେନ୍ଦ୍ର ସାହୁ ଓ ଅଟକ ଅଭିଯୁକ୍ତଙ୍କୁ ବଲାଙ୍ଗୀର ଅଣାଯାଇଛି। ଉଦ୍ଧାର ପରେ ବ୍ୟବସାୟୀ ନରେନ୍ଦ୍ରଙ୍କୁ ହସ୍ପିଟାଲକୁ ନେଇ ଡାକ୍ତରୀମାଇନା କରାଯାଇଛି। ଆଜି ବ୍ୟବସାୟୀ ନରେନ୍ଦ୍ର ଓ ଅଟକ ବ୍ୟକ୍ତିଙ୍କୁ ମୁହାଁମୁହିଁ ଜେରା କରାଯିବ।

ପରେ କେଉଁ କାରଣରୁ ନରେନ୍ଦ୍ରଙ୍କୁ ଅପହରଣ କରାଯାଇଥିଲା, ତାହା ସ୍ପଷ୍ଟ ହେବ ବୋଲି ଏସ୍‌ପି ଅଭିଳାଷ ଜି. ସୂଚନା ଦେଇଛନ୍ତି। ଘଟଣା ପଛରେ ବ୍ୟବସାୟିକ ଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ପୋଲିସ ଟିମ୍‌ ବ୍ୟବସାୟୀ ଓ ଅଟକ ବ୍ୟକ୍ତିଙ୍କ ସହ ସମ୍ପୃକ୍ତ ଦୁଇଟି ଗାଡ଼ି ଏବଂ ଏକ ପିସ୍ତଲ ଜବତ କରିଥିବା ଜଣାପଡ଼ିଛି। ଘଟଣାର ପ୍ରକୃତ କାରଣ ଓ ଅପହରଣ ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ରିଗଡ଼ରେ ଠାବ ମହାବଳ ବାଘର ମଳିଲା ପରିଚୟ, ବୟସ ସ୍ପଷ୍ଟ କଲା ଏନଟିସିଏ

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ଓଡ଼ିଶାର ଡେବ୍ରିଗଡ଼ ଅଭୟାରଣ୍ୟରେ ଗତ ନଭେମ୍ବର ୯ ତାରିଖରେ ପ୍ରଥମ ଥର ପାଇଁ ଠାବ ହୋଇଥିବା ଅଣ୍ଡିରା ବାଘର ପରିଚୟ ଓ ବୟସ ଜାତୀୟ…

ମାଛ ଧରୁଥିଲେ ଧର୍ମପଦ: ଟାଣିନେଲା କୁମ୍ଭୀର, ଆଉ ତା’ପରେ ଯାହା ଘଟିଲା…

ମହାକାଳପଡ଼ା,୧୭।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାରେ ପୁଣି କୁମ୍ଭୀର ଆତଙ୍କ। ନଦୀରେ ଡଙ୍ଗାରେ ଜାଲ ପକାଇ ମାଛ ଧରୁଥିବା ବେଳେ ଜଣେ ଯୁବ ମତ୍ସ୍ୟଜୀବୀଙ୍କୁ ଆକ୍ରମଣ କରିଛି…

ରିଟେନ୍ସନ ପୂର୍ବରୁ SRH ଫ୍ୟାନ୍‌ଙ୍କୁ ବଡ଼ ଝଟକା! IPL ୨୦୨୭ରୁ ବାଦ୍‌ ପଡ଼ିଲେ ଷ୍ଟାର୍‌ ଓପନର୍‌, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୧୧: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର୍‌ ଟ୍ରାଭିସ ହେଡ୍‌ IPL ୨୦୨୭ରେ ଖେଳିବେ ନାହିଁ। ଏହାର ଅର୍ଥ ଆଗାମୀ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ (SRH) ପକ୍ଷରୁ ଅଭିଷେକ ଶର୍ମା…

ମୃତ୍ୟୁକୁ ଆମନ୍ତ୍ରଣ କରୁଛି ଖୋଲା ଟ୍ରାନ୍ସଫର୍ମର, ତେଜୁଛି ଜନଅସନ୍ତୋଷ

କର୍ଲାମୁଣ୍ଡା:୧୭।୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧୀନ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗାଁ ବସ୍ତିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିନା…

ବରଗଡ଼ରେ କିଷାନ୍ ମହାପଞ୍ଚାୟତ: ରାଲିରେ ସାମିଲ ହେଲେ ରାଷ୍ଟ୍ରୀୟ କୃଷକ ନେତା

ବରଗଡ଼,୧୭।୧୧(ପ୍ରେମାନନ୍ଦ ଖମାରୀ):କୃଷକଙ୍କ ହକ୍, ଅଧିକାର ପାଇଁ ମଙ୍ଗଳବାର ବରଗଡ଼ ସହରରେ କିଷାନ୍ ମହାପଞ୍ଚାୟତ ଆୟୋଜିତ ହୋଇଛି। ଏଥିରେ ଅନେକ ରାଷ୍ଟ୍ରୀୟ କୃଷକ ନେତାଙ୍କ ସମେତ ହଜାର ହଜାର…

‘ଆଜି ବିଶ୍ୱକୁ ଅଧିକ ଶାନ୍ତି, ସ୍ଥିରତା ଏବଂ ନିଶ୍ଚିତତାର ଆବଶ୍ୟକତା ରହିଛି,’ ୨୩ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ମୋଦି

ମନିଲା,୧୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ମଙ୍ଗଳବାର (ନଭେମ୍ବର ୧୭) ସମ୍ମିଳନୀର ଆରମ୍ଭରେ ସେ କହିଲେ ଯେ ଆମ ପାଖରେ…

ଇକୋ ରିଟ୍ରିଟ ବୁଲିଲେ କନ୍ଧମାଳ ସାଂସଦ: ଶୁଣିଲେ ଲୋକଙ୍କ ଅଭିଯୋଗ, ଦେଲେ ବଡ଼ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି, ୧୭।୧୧ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ପର୍ଯ୍ୟଟନ ଭିତ୍ତିଭୂମି ଓ ବିକାଶ ସମ୍ଭାବନାକୁ ନେଇ ଆଲୋଚନା କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ…

୫୮ ବର୍ଷ, ୨୫ ଟେଷ୍ଟ, ମାତ୍ର ୫ଟି ବିଜୟ, ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ଦଳର ରେକର୍ଡ ଅତ୍ୟନ୍ତ ନୈରାଶ୍ୟଜନକ

ନୂଆଦିଲ୍ଲୀ,୧୭।୧୧: T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ, ଭାରତୀୟ ଦଳ ODI ସିରିଜରେ ମଧ୍ୟ ନିଜର ଦମଦାର ଫର୍ମ ବଜାୟ ରଖି ୩-୧ରେ ସିରିଜ ଜିତିନେଇଛି। ତେବେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?