ଏହି ଅଭିନେତାଙ୍କୁ ରାତିଅଧରେ ଦେଖା କରିବାକୁ ଯାଇଥିଲେ କିଆରା, ଏମିତି ପଡିଲେ ଧରା

ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ମାତ୍ର ଦୁହେଁ ଏପର୍ଯ୍ୟନ୍ତ ଏହି ସମ୍ପର୍କକୁ ଗ୍ରହଣ କରିନାହାନ୍ତି। କିନ୍ତୁ ପ୍ରାୟତଃ ଏକାଠି ନଜର ଆସିଥାନ୍ତି। ନିକଟରେ ଦୁହେଁ ମାଲଦ୍ୱୀପରୁ ଫେରିବା ପରେ ଲଞ୍ଚ ଡେଟ୍‌ରେ ନଜର ଆସିଥିଲେ। ପରେ ଶନିବାର ବିଳମ୍ବିତ ରାତିରେ କିଆରାଙ୍କୁ ସିଦ୍ଧାର୍ଥଙ୍କ ଘର ବାହାରେ ଦେଖିବାକୁ ମିଳିଥିଲା। ସେଠାରେ ପାପାରାଜିଙ୍କୁ ଦେଖିବା ପରେ କିଆରା ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସିଦ୍ଧାର୍ଥ ଏବଂ କିଆରାଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ନେଇ ହେଉଥିବା ଚର୍ଚ୍ଚାକୁ ବର୍ତ୍ତମାନ ଏହି ଭିଡିଓ ପ୍ରମାଣ କରୁଛି ଯେ, ଉଭୟଙ୍କ ମଧ୍ୟରେ କିଛି ଅଛି। ପାପାରାଜି ତାଙ୍କୁ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, କିଆରା ତାଙ୍କ କାରରେ ବସିଛନ୍ତି। ସେ ଏକ ମାସ୍କ ପିନ୍ଧିଛନ୍ତି। ଏହି ଭିଡିଓ ଭାଇରାଲ ହେଉଛି।

କିଆରା ଏବଂ ସିଦ୍ଧାର୍ଥ ଗତ କିଛି ଦିନ ହେବ ଯେଉଁଭଳି ଭାବରେ ସାକ୍ଷାତ କରୁଛନ୍ତି, ଏହାକୁ ଦେଖି ଲୋକେ ଅନୁମାନ କରୁଛନ୍ତି ଯେ, ବର୍ତ୍ତମାନ ଉଭୟ ନିଜ ସମ୍ପର୍କକୁ ଆଗକୁ ନେବାକୁ ଯୋଜନା କରୁଛନ୍ତି। ପ୍ରଶଂସକମାନେ ଭାବୁଛନ୍ତି ସିଦ୍ଧାର୍ଥ ଏବଂ କିଆରା ବିବାହ କରିବାକୁ ଯୋଜନା କରୁନାହାନ୍ତି ତ। କାରଣ ପୂର୍ବରୁ ଉଭୟ ଗୁପ୍ତରେ ପରସ୍ପରକୁ ଭେଟିଥିଲେ। କିନ୍ତୁ ବର୍ତ୍ତମାନ ଦୁହେଁ ବିନା ଭୟରେ ଖୋଲାଖୋଲି ଲଞ୍ଚ ଏବଂ ଡିନର ଜାରି ରଖିଛନ୍ତି।

 

https://www.instagram.com/p/CKrMu5whU1f/?utm_source=ig_web_copy_link


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ ବି କରିଥିଲେ ରାଜକୀୟ ବିବାହ

ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା ନାଗା ଚୈତନ୍ୟ ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଚୈତନ୍ୟ ପ୍ରସିଦ୍ଧ ସୁପରଷ୍ଟାର ଅଭିନେତା ଆକ୍କିନେନି ନାଗାର୍ଜୁନଙ୍କ...

ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’

ମୁମ୍ବାଇ: କବୀର ଖାନଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ ଗୁରୁବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛିି। ଏହାକୁ ଦେଖିବା ପାଇଁ ଅନେକ ଦର୍ଶକ ଅପେକ୍ଷା...

ଦୀପିକା ହେଉଛନ୍ତି ସେଲିବ୍ରିଟି ନଂ ଓ୍ବାନ୍‌

ଯଦି ପଚରାଯାଏ ଭାରତର ନଂ ଓ୍ବାନ୍‌ ସେଲିବ୍ରିଟି କିଏ ତେବେ ନିଶ୍ଚିତ ଶାହାରୁଖ୍‌, ଅମୀର, ସଲମାନଙ୍କ ନାଁ ଉଠିବ। କିନ୍ତୁ ଏମାନେ କେହି ନୁହନ୍ତି, ଏବେ...

‘ନାଗିନ୍‌-୪’ ଛାଡ଼ିଲେ ଜାସ୍ମିନ

ବମ୍ବେ: ଟେଲି ଜଗତର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ନାଗିନ୍‌-୪’ ଅନ୍ୟତମ। ଏବେ ପ୍ରସାରିତ ହେଉଛି ଏହାର ଚତୁର୍ଥ ସିଜନ୍‌। ଶୋ’ରେ ବିଭିନ୍ନ ଭୂମିକାରେ ନିୟା ଶର୍ମା,...

କମ୍‌ ବୟସରେ କୋହଲିଙ୍କୁ ବିବାହ କରିଥିଲେ ଅନୁଷ୍କା: ଜାଣନ୍ତୁ କାହିଁକି…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନୟକ ବିରାଟ କୋହଲିଙ୍କର ଆଜି ହେଉଛି ୩ୟ ବିବାହ ବାର୍ଷିକୀ। ଏହି ଯୋଡି ୩...

‘ପୁଷ୍ପା’ ଷ୍ଟାଇଲ୍‌ରେ ସେଲିବ୍ରେଶନ୍‌ କଲେ ଜାଡେଜା, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୫।୨, ଲକ୍ଷ୍ନୌରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟି -୨୦ ମ୍ୟାଚରେ ଭାରତ ୬୨ ରନ୍‌ରେ ବିଜୟ ହାସଲ କରିଛି। ଏଥିସହ ଭାରତ...

ଲକ୍‌ଡାଉନ ଯୋଗୁ ରାତିରେ ଶୋଇ ପାରୁ ନାହାନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ ୩.୦ ମେ’ ୧୭ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଲକ୍‌ଡାଉନ ଯୋଗୁ...

କରୋନା ଭାଇରସ୍‌ ବିରୋଧରେ ଲଢ଼ିବା ପାଇଁ ସହାୟତାର ହାତ ବଢ଼ାଇଲେ କାର୍ତ୍ତିକ, ବାଦଶାହ

ମୁମ୍ବାଇ: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ଦିନକୁ ଦିନ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର...

Advertisement
Archives

Model This Week