ବୟ ଫ୍ରେଣ୍ଡକୁ ନେଇ ମୁହଁ ଖୋଲିଲେ କିଆରା

ମୁମ୍ବାଇ: ଏମ୍ ଏସ୍ ଧୋନୀ, କବିର ସିଂ, ଗୁଡ ନ୍ୟୁଜ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପାଖରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ୍ ନାୟିକା କିଆରା ଆଡଭାନୀ । ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏବେ ସେ ୭ ବର୍ଷ ପୂରଣ କରିଛନ୍ତି । ଆଜିକାଲି ସେ ବହୁତ ଏକ୍ସସାଇଟେଡ ଥିବା ଜଣାପଡିଛି । ସେ ଏବେ ତାଙ୍କର ଅପକମିଂ ଫିଲ୍ମ ‘ଶେରସାହା’ ପାଇଁ ବ୍ୟସ୍ତ ଅଛନ୍ତି । ଏଥିରେ ସେ ବିକ୍ରମ ବାତ୍ରାଙ୍କ ମଙ୍ଗେତର ଡିମ୍ପଲ ଚିମା ଭୂମିକାରେ ନଜର ଆସିବେ । କିଆରା ପ୍ରଥମ ଥର ଲାଗି ତାଙ୍କର ର‌୍ୟୁମର୍ଡ ବୟ ଫ୍ରେଣ୍ଡ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ କାମ କରିବେ । ତାଙ୍କର ପ୍ରଶଂସକମାନେ ଉଭୟଙ୍କୁ ପରଦାରେ ଦେଖିବାକୁ ଅପେକ୍ଷା ରଖିଛନ୍ତି । ସିଦ୍ଧାର୍ଥଙ୍କ ସହ ଅଭିନୟକୁ ନେଇ କିଆରା କୁହନ୍ତି ଜଣେ ସହ କଳାକାର ଭାବେ ସେ ବହୁତ ନିୟନ୍ତ୍ରିତ ଓ ଫୋକସ୍‌ଡ । ଅଭିନୟ ପୂର୍ବରୁ ସେ ବହୁତ ପ୍ରସ୍ତୁତି କରିଥାଆନ୍ତି । ଯେମିତି ମୁଁ ଚାହୁଁଥିଲେି ସେ ସେମିତି ଜଣେ ଅଭିନେତା ବୋଲି କିଆରା କହିଛନ୍ତି । ଇଣ୍ଡଷ୍ଟ୍ରିରେ ମୋର ସବୁଠାରୁ ଭଲ ବନ୍ଧୁ ସିଦ୍ଧାର୍ଥ ବୋଲି କହିଛନ୍ତି କିଆରା । ସେ ପ୍ରତ୍ୟେକ୍ଷ ଭାବେ ନ ହେଲେ ବି ପରୋକ୍ଷ ଭାବେ ସିଦ୍ଧାର୍ଥଙ୍କୁ ପସନ୍ଦ କରନ୍ତି ବୋଲି କହିଛନ୍ତି । କିଛିଦିନ ହେବ କିଆରା-ସିଦ୍ଧାର୍ଥଙ୍କ ରିଲେଶନସିପକୁ ନେଇ କଥା ଉଠିଥିଲେ ବି ଏବେ ସେ ଏତିକି କଥା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Baba Venga Prediction: ଆଗାମୀ ୧୫ ଦିନରେ ୫ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସି ଖବର

ଜ୍ୟୋତିଷ ଏବଂ ଭବିଷ୍ୟବାଣୀରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଲୋକପ୍ରିୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?