ମୁଁ ବେଦାଙ୍ଗଙ୍କୁ ଡେଟ୍‌ କରୁନାହିଁ: ଖୁସି କପୁର

ମୁମ୍ବାଇ: ସ୍ବର୍ଗତା ଅଭିନେତ୍ରୀ ଶ୍ରୀଦେବୀ ଏବଂ ଫିଲ୍ମ ନିର୍ମାତା ବୋନି କପୁରଙ୍କ ସାନ ଝିଅ ଖୁସି କପୁର ବଡ଼ ପରଦାରେ ପାଦ ଥାପି ସାରିଛନ୍ତି। ଗତବର୍ଷ ରିଲିଜ୍‌ ହୋଇଥିବା ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ‘ଦି ଆର୍କିଜ୍‌’ ଫିଲ୍ମ ଜରିଆରେ ସେ ବଡ଼ ପରଦାରେ ଡେବ୍ୟୁ କରିଥିଲେ। ତେବେ ଏହି ଚଳଚ୍ଚିତ୍ରର ଅଭିନେତା ବେଦାଙ୍ଗ ରାଇନାଙ୍କ ସହ ଖୁସି ଡେଟ୍‌ କରୁଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। ବୁଧବାର ଏକ ସାକ୍ଷାତ୍‌କାରରେ ଖୁସି ଏନେଇ ପ୍ରତିକ୍ରିୟା ରଖିଛନ୍ତି। ଜଣେ ଅଭିନେତ୍ରୀ ଭାବେ ତାଙ୍କ ଡେଟିଂ ଲାଇଫ୍‌କୁ ନେଇ ଯେଉଁ ସବୁ ଆଲୋଚନା ଚାଲିଛି ତାକୁ କିପରି ଭାବେ ଗ୍ରହଣ କରୁଛନ୍ତି ବୋଲି ଏହି ସାକ୍ଷାତ୍‌କାରରେ ଖୁସିଙ୍କୁ ପଚରାଯାଇଥିଲା। ଉତ୍ତରରେ ଖୁସି କହିଛନ୍ତି, ସେ ଏସବୁ ଚର୍ଚ୍ଚା ଓ ଆଲୋଚନାକୁ ବିଶେଷ ଧ୍ୟାନ ନ ଦେଇ ସର୍ବଦା ନିଜ କାମ ଉପରେ ଫୋକସ୍‌ କରିଥାନ୍ତି। ଜଣେ ଅଭିନେତ୍ରୀ ହୋଇ ଥିବାରୁ ତାଙ୍କୁ ନେଇ ସର୍ବସାଧାରଣରେ ଅନେକ ଆଲୋଚନା ହୋଇଥାଏ। କିନ୍ତୁ ଏସବୁ କେବଳ ଗୁଜବ ବୋଲି ଖୁସି କହିଛନ୍ତି। ସେ ଆହୁରି କହିଛନ୍ତି, ତାରକାମାନଙ୍କର ମଧ୍ୟ ଅନ୍ୟମାନଙ୍କ ପରି ବ୍ୟକ୍ତିଗତ ଜୀବନ ରହିଥାଏ। ଅନ୍ୟମାନେ ଏହାକୁ ସମ୍ମାନ ଦେବା ଉଚିତ। ତେବେ ନିଜ ପରିବାରକୁ ନେଇ ଖୁସି ଏହି ସାକ୍ଷାତ୍‌କାରରେ କହିଛନ୍ତି, ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ନବାଗତା ଅଭିନେତ୍ରୀ। ତାଙ୍କ ପାଇଁ ବହୁତ୍ତ କିଛି ଶିଖିବାକୁ ବାକି ଅଛି। ସେ ତାଙ୍କ କାର୍ଯ୍ୟକୁ ନେଇ ବାପାଙ୍କ ଠାରୁ ପ୍ରାୟତଃ ପରାମର୍ଶ ନେଇଥାନ୍ତି ବୋଲି ଖୁସି କହିଛନ୍ତି। ସେହିପରି ଭାଇ ଅର୍ଜୁନ କପୁର ଓ ବଡ଼ ଭଉଣୀ ଜାହ୍ନବୀ କପୁରଙ୍କର ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଢେର ଅଭିଜ୍ଞତା ରହିଛି। ଅଭିନୟରେ ଉନ୍ନତି ଆଣିବା ପାଇଁ ସେମାନେ ତାଙ୍କୁ ସବୁବେଳେ ପରାମର୍ଶ ଦେଇଥାନ୍ତି ବୋଲି ଖୁସି କହିଛନ୍ତି। ଖୁବ୍‌ଶୀଘ୍ର ଖୁସିଙ୍କୁ ଅଭିନେତା ଆମୀର ଖାନ୍‌ଙ୍କ ପୁଅ ଜୁନୈଦ ଖାନ୍‌ଙ୍କ ସହ ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମରେ ଦେଖିବାକୁ ମିଳିବ। ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ଫିଲ୍ମର ନାମ ଘୋଷଣା କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri