ଖୋର୍ଦ୍ଧା ପୌର ପ୍ରଶାସନର ତରବରିଆ କାମ, ରାସ୍ତାରେ ପାଣି

ଖୋର୍ଦ୍ଧା ଅଫିସ,୧୪ା୭: ‘ବାହାଘର ସମୟରେ ବାଇଗଣ ରୁଆ’ ଭଳି ପଦାରେ ପଡ଼ିଛି ଖୋର୍ଦ୍ଧା ପୌର ପ୍ରଶାସନର ଡ୍ରେନ୍‌ ସଫେଇ କାର୍ଯ୍ୟ। ମୌସୁମୀ ପୂର୍ବରୁ ଡ୍ରେନ ସଫେଇ ପ୍ରତି ଗୁରୁତ୍ୱ ଦିଆଗଲା ନାହିଁ। କିଛିଦିନ ତଳେ ତରବରିଆ ଭାବେ ଟେଣ୍ଡର ପରେ ଠିକା ସଂସ୍ଥା ପକ୍ଷରୁ ଡ୍ରେନ ସଫେଇ ଚାଲିଛି। ଡ୍ରେନ କଡ଼ରେ କୁଢ କୁଢ ମାଟି ଗଦା ହୋଇ ରହିଛି। ତେବେ ଏହାକୁ ଉଠା ନ ଯିବାରୁ ଲଘୁଚାପ ବର୍ଷାରେ ପୁଣି ଡ୍ରେନରେ ପଶୁଥିବା ଦେଖିବାକୁ ମଳୁଛି। ସେହିପରି ଗତ ତିନିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ସହରର ଏକାଧିକ ଖାଲୁଆ ସ୍ଥାନରେ ପାଣି ଜମିଛି। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ଜିଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ, ଭିଜିଲାନ୍ସ ଅଫିସ ସମେତ କେତେକ ଶିକ୍ଷାନୁଷ୍ଠାନରେ ବର୍ଷାଜଳ ଜମିଛି। ନୂଆବସ୍‌ଷ୍ଟାଣ୍ଡ ରୋଡ୍‌, ନୟାଗଡ଼ ରୋଡ୍‌ (ଗୋଡ଼ିପୋଖରୀ ଛକ, ଟ୍ରାଫିକ ଛକ, ପୁରୁଣା ବସଷ୍ଟାଣ୍ଡ-ପେଟ୍ରୋଲ ପମ୍ପ ଛକ- ଚଣ୍ଡିଚୁଆ ଛକ ପୂର୍ବରୁ ସନ୍ତୋଷୀ କଲୋନୀ ସମ୍ମୁଖ)ରେ ଡ୍ରେନ ପାଣି ରାସ୍ତାରେ ଭାସୁଛି।

ଡ୍ରେନ୍‌ ପାଣି ସାଙ୍ଗକୁ ରାସ୍ତା କଡ଼ରେ ଗଦା ଥିବା ଆବର୍ଜନା ମଧ୍ୟ ଏଣେ ତେଣେ ପଡ଼ିଛି। ପଲ୍ଲା ଛକ, ନୂଆବସ୍‌ଷ୍ଟାଣ୍ଡ ରୋଡ୍‌ର ଏକାଧିକ ସ୍ଥାନ, ନୟାଗଡ଼ ରୋଡ୍‌, ପୁରୁଣା ଦମକଳ ଛକ, ତଳସାହି, ଉପର ସାହି, ଖ୍ରୀଷ୍ଟିଆନ ସାହି, ବରୁଣେଇ ସାହି, ଗୋପିନାଥ ସାହି, ରାଧାବଲ୍ଲଭ ସାହିରେ ବର୍ଷା ପାଣିର ସୁଅ ଛୁଟୁଛି। ପୌର ପ୍ରଶାସନ ନିକଟ ମସଜିଦ୍‌ ସମ୍ମୁଖ ଓ ଖ୍ରୀଷ୍ଟିଆନ ସାହି ଡ୍ରେନ କାମ ଚାଲିଛି। ରାସ୍ତାରେ ଗୋଡି, ମାଟି, ପଥର ଗଦା ହୋଇରହିଛି।

ବାଳିକା ହାଇସ୍କୁଲ ସମ୍ମୁଖ ଦେଇ ପୁରୁଣା ମେଡିକାଲ ନିକଟକୁ ଯେଉଁ ଡ୍ରେନ୍‌ ସଂଯୋଗ କରୁଛି, ତା’ ଉପରେ ଅସ୍ଥାୟୀ ଦୋକାନ ଗଢି ଉଠିଛି। ସେହିଭଳି ଟ୍ରାଫିକ ଛକ ଠାରୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଡ୍ରେନ ପୋତାଯାଇ ଦୋକାନ ଘର କରାଯାଇଛି। ଗୋଡ଼ିପୋଖରୀ ଛକ ଠାରୁ ଆଗକୁ ଡ୍ରେନ ନାହିଁ। ବର୍ଷା ପାଣି ନିଷ୍କାସନ ହେବାର କୌଣସି ବ୍ୟବସ୍ଥା ନାହିଁ। ଏହାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରା ନ ଯିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ସାମାଜିକ କର୍ମୀ ଶୁଭ୍ରରଞ୍ଜନ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri