ଖୁଣ୍ଟୁଣୀ: ବଢୁଛି ଦେଶୀମଦ କାରବାର

ଖୁଣ୍ଟୁଣୀ, ୧୯ା୧୧ (ସଚ୍ଚିଦାନନ୍ଦ ପଣ୍ଡା)ଖୁଣ୍ଟୁଣୀ ଥାନା ଅଞ୍ଚଳରେ ବ୍ୟାପକ ଦେଶୀମଦ କାରବାର ବୃଦ୍ଧି ପାଇଛି। ଖଣ୍ଡୁଆଳି ଓ ରାଧାକୃଷ୍ଣପୁର ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଛି। ହେଲେ ଏ ଦିଗରେ ପୋଲିସ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ମଦ ବ୍ୟବସାୟୀମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏହି କାରବାର ଚଳାଇଆସୁଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଜଙ୍ଗଲରେ ଚଢାଉ କରାଯାଇ ମଦ ପ୍ରସ୍ତୁତ ବନ୍ଦ କରିବା ସହ ମଦ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଖଣ୍ଡୁଆଳି, ଡାଳୁଆ, ରାଧାକୃଷ୍ଣପୁର ଗ୍ରାମର ବହୁ ବୁଦ୍ଧିଜୀବୀ ଓ ନାଗରିକ ଦାବି କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଓ ଶନିବାର ଖଣ୍ଡୁଆଳି, ରାଧାକୃଷ୍ଣପୁର ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରେ ଖୁଣ୍ଟୁଣୀ ପୋଲିସ, କଟକ ଅବକାରୀ ସ୍କ୍ବାର୍ଡ ଓ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୯୧୦ ଲିଟର ଦେଶୀମଦ ଓ ୯୬୬୦ ଲିଟର ପୋଚ ଜବତ କରାଯାଇଛି। ଜବତ ମଦ ଓ ପୋଚର ଆନୁମାନିକ ମୂଲ୍ୟ ସାଢେ ୪ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ଚଢ଼ାଉବେଳେ ମଦ ମାଫିଆମାନେ ଖସି ପଳାଇଛନ୍ତି।
ଗତ ଅଗଷ୍ଟ ୨୮ ତାରିଖରେ ଉକ୍ତ ଜଙ୍ଗଲରେ ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ସମୟରେ ମଦ ମାଫିଆମାନେ ଅବକାରୀ ବିଭାଗର ୪ଟି ଗାଡି ଭଙ୍ଗାରୁଜା କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ଅବକାରୀ ବିଭାଗର ଜଣେ କର୍ମଚାରୀ ଆହତ ହୋଇଥିଲେ। ଏ ନେଇ ଡାଳୁଆ ଓ ଖଣ୍ଡୁଆଳି ଗ୍ରାମର ୨୮ ଜଣଙ୍କ ନାମରେ ଖୁଣ୍ଟୁଣୀ ଥାନାରେ ମାମଲା ରୁଜୁ ହୋଇଥିଲା। ଏହାପରଠାରୁ ଉକ୍ତ ଅଞ୍ଚଳରେ ଆଉ ଚଢାଉ କରାଯାଇ ନ ଥିଲା। ଏହାର ସୁଯୋଗ ନେଇ ମଦ ମାଫିଆମାନେ ଏହି କାରବାର ଚଳାଇ ଆସୁଥିଲେ। ଆଗାମୀ ଦିନରେ ଏହି କାରବାର ଉପରେ ରୋକ୍‌ ଲଗାଇବା ପାଇଁ ଆଠଗଡ଼ ଅବକାରୀ ଉପ ଅଧୀକ୍ଷକ ପ୍ରମୋଦ କୁମାର ପଣ୍ଡା ଓ ଖୁଣ୍ଟୁଣୀ ଥାନାଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଗତ ସପ୍ତାହରେ ଏକ ଟିମ୍‌ ଗଠନ କରିଛନ୍ତି। ଅବକାରୀ ସ୍କ୍ବାର୍ଡ ଅଧିକାରୀଙ୍କ ସହଯୋଗରେ ଏହି ଚଢ଼ାଉ ଆରମ୍ଭ ହୋଇଥିବା ଥାନାଧିକାରୀ ଖୁଣ୍ଟିଆ କହିଛନ୍ତି। ଅପରପକ୍ଷରେ ଅବକାରୀ ଉପ ଅଧୀକ୍ଷକ ପଣ୍ଡା କହିଛନ୍ତି, ଆଗାମୀ ଦିନରେ ଏଭଳି ଭଳି ଚଢ଼ାଉ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri