ଖୋର୍ଦ୍ଧା, ସୁନ୍ଦରଗଡ଼ ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୬।୫(ବ୍ୟୁରୋ):ରାଜ୍ୟରେ କିଛିଦିନ ଧରି ସଂକ୍ରମଣ କମିବା ସହ ଗତ ୪ଦିନ ହେବ ପ୍ରାୟତଃ ସ୍ଥିର ଅବସ୍ଥାରେ ଥିଲା। ଗତ ୧୦ ତାରିଖରେ ୧୦,୪୧୩ ପଜିଟିଭ୍‌ ଚିହ୍ନଟ ହୋଇ ସର୍ବକାଳୀନ ରେକର୍ଡ କରିଥିଲା। ଏହାପରେ ଦୈନିକ ସଂକ୍ରମଣ ୮ହଜାର ପାଖାପାଖି ରହୁଥିଲା। ଏବେ ପୁଣି କରୋନା ୧୦ହଜାର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯,୮୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୧୬ଜଣଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲାର ସ୍ଥିତିକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି। ଏହି ଦୁଇ ଜିଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ନୂଆ ଚିହ୍ନଟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧,୩୩୧ଜଣ ଆକ୍ରାନ୍ତ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୧,୧୩୭ଜଣଙ୍କ ରିପୋର୍ଟ ପଜିଟିଭ୍‌ ବାହାରିଛି। ଗତ ୫ ଦିନ ଭିତରେ କେବଳ ଏହି ଦୁଇ ଜିଲାରୁ ୧୧,୧୩୧ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଓ ୨୬ଜଣଙ୍କ ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ଖୋର୍ଦ୍ଧାରେ ୬,୯୩୧ଜଣ ପଜିଟିଭ୍‌ ଓ ୧୬ ମୃତ ଏବଂ ସୁନ୍ଦରଗଡ଼ରେ ୪,୨୦୦ ପଜିଟିଭ୍‌ ଓ ୧୦ ମୃତକ ରହିଛନ୍ତି। ଖୋର୍ଦ୍ଧାରୁ ଚିହ୍ନଟ ମୋଟ ୧,୩୩୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୧୦୭୪ଜଣ ରହିଛନ୍ତି।
ଅନ୍ୟ ଜିଲାରେ ମଧ୍ୟ ସ୍ଥିତି ଧୀରେ ଧୀରେ ବିଗିଡିବାରେ ଲାଗିଛି। କଟକ ଜିଲାରୁ ଆଉ ୭୯୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ବରଗଡ଼ରୁ ୪୮୩, ଅନୁଗୋଳରୁ ୪୪୩, ପୁରୀରୁ ୪୩୬, କଳାହାଣ୍ଡିରୁ ୪୧୪, ଝାରସୁଗୁଡ଼ାରୁ ୩୮୬, ବଲାଙ୍ଗୀରରୁ ୩୨୬, ଗଞ୍ଜାମରୁ ୩୧୦, ଯାଜପୁରରୁ ୨୮୨, କେନ୍ଦୁଝରରୁ ୧୯୫, ସୋନପୁରରୁ ୧୫୮, ଜଗତ୍‌ସିଂହପୁରରୁ ୧୫୬, ବାଲେଶ୍ୱରରୁ ୧୫୧, କେନ୍ଦ୍ରାପଡ଼ାରୁ ୧୩୩, ରାୟଗଡ଼ା ଓ ବୌଦ୍ଧରୁ ୧୨୯ ଲେଖାଏ, ଗଜପତିରୁ ୧୧୭ଜଣ ରହିଛନ୍ତି। ଫଳରେ ରାଜ୍ୟରେ ଏବେ ମୋଟ ସଂକ୍ରମିତ ସଂଖ୍ୟା ୪,୮୯,୬୪୧ରେ ପହଞ୍ଚତ୍ଛି। ସେହିପରି ମୃତ ୧୬ଜଣଙ୍କ ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ ୪ଜଣ ଥିବାବେଳେ କଳାହାଣ୍ଡି ଓ ଗଜପତିରେ ୩ଜଣ ଲେଖାଏ, ରାୟଗଡ଼ା ଓ ସୁନ୍ଦରଗଡ଼ରେ ୨ଜଣ ଲେଖାଏ, ପୁରୀ ଓ ସମ୍ବଲପୁରରେ ଜଣେ ଲେଖାଏ ରହିଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨,୧୦୪କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?