‘ଖୋର୍ଦ୍ଧାକୁ ଐତିହ୍ୟ ସହର ଘୋଷଣା କରାଯାଉ’

ଖୋର୍ଦ୍ଧା ଅଫିସ,୨୪।୧୧: ପାଇକ ସଂଗ୍ରାମ ଓଡ଼ିଆ ଜାତିର ଅସ୍ମିତା। ଇତିହାସକୁ ଭୁଲିଲେ ଐତିହ୍ୟ ନଷ୍ଟ ହୋଇଯିବ। ବ୍ରିଟିଶ୍‌ ସରକାରଙ୍କ ବିରୋଧରେ ୧୮୦୪ ରେ ଜୟୀ ରାଜଗୁରୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯୁଦ୍ଧ, ୧୮୧୭ରେ ଗଣଯୁଦ୍ଧରେ ପରିଣତ ହୋଇଥିଲା। ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଶହୀଦର ଆଖ୍ୟା ପ୍ରଦାନ କରିନାହାନ୍ତି। ସେ ଜଣେ ସ୍ବାଧୀନତା ସଂଗ୍ରାମୀ ବୋଲି ମଧ୍ୟ ଗ୍ରହଣ କରିନାହାନ୍ତି। ଜୟୀଙ୍କ ସଂଗ୍ରାମମୟ ଜୀବନୀ ସମ୍ପର୍କରେ କୌଣସି ଡକ୍ୟୁମେଣ୍ଟାରି କିମ୍ବା ଫିଲ୍ମ ମଧ୍ୟ ନିର୍ମାଣ ହୋଇନାହିଁ। ଇତିହାସରେ ଜୟୀଙ୍କୁ ଉପଯୁକ୍ତ ସ୍ଥାନ ଦିଆଯାଇନାହିଁ। ଭାରତୀୟ ମୁକ୍ତି ସଂଗ୍ରାମରେ ଖୋର୍ଦ୍ଧା ମାଟିର ବିଶେଷ ଅବଦାନ ରହିଛି। ଖୋର୍ଦ୍ଧାକୁ ଐତିହ୍ୟ ସହର ଭାବେ ଘୋଷଣା କରାଯାଉ ବୋଲି ଐତିହ୍ୟ ବିଶାରଦ ଡ.ସୁରେନ୍ଦ୍ର ମିଶ୍ର କହିଛନ୍ତି। ସୋମବାର ଜୟୀ ରାଜଗୁରୁ ସ୍ମୃତି ସମାରୋହ ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଜୟୀ ରାଜଗୁରୁଙ୍କ ୨୮୨ତମ ଜୟନ୍ତୀ ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ. ମିଶ୍ର ଏହା କହିଛନ୍ତି।
ମିଶ୍ର ଆହୁରି କହିଛନ୍ତି ଯେ, ଓଡ଼ିଆ ଜାତିର ଗୌରବ, ସଂସ୍କୃତିର ସୁରକ୍ଷା ଲାଗି ପାଇକମାନେ ବ୍ରିଟିଶ୍‌ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ। ଏହା ବିଦ୍ରୋହର ଆଖ୍ୟା ଦିଆଯାଇଛି। ବାସ୍ତବରେ ଏହା ଥିଲା ବିଟ୍ରିଶ ସହ ଯୁଦ୍ଧ। ଇତିହାସରେ ପାଇକ ସଂଗ୍ରାମକୁ ଠିକ୍‌ ଭାବେ ପରିବେଷଣ କରାଯାଇ ନାହିଁ। ଫଳରେ ଆମ ଐତିହ୍ୟ, ଗୌରବ ବିଶ୍ୱ ଦରବାରରେ ଅବହେଳିତ ଅବସ୍ଥାରେ ରହିଛି। ପାଇକ ବିଦ୍ରୋହର ୨ଶହ ପୂର୍ତ୍ତି ପାଳନ କରାଗଲା। କିନ୍ତୁ ଯେଉଁ ପାଇକମାନେ ଏ ମାଟି ଲାଗି ପ୍ରାଣବଳି ଦେଇଥିଲେ, ସେମାନଙ୍କୁ ସମ୍ମାନ ଦିଆଗଲା ନାହିଁ। ସେମାନଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମର ମାନ୍ୟତା ଦେବା ଲାଗି ସେ ଦାବି କରିଥିଲେ। ସଂସଦ ସଭାପତି ଡ.ଧୀରେନ୍ଦ୍ର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଶିକ୍ଷାବିତ୍‌ ବୃନ୍ଦାବନ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଐତିହ୍ୟ ଗବେଷକ ଡ. ଗୋପାଳକୃଷ୍ଣ ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇ ଜୟୀ ରାଜଗୁରୁଙ୍କ ପାଇକ ସଂଗ୍ରାମ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ବକ୍ତାଭାବେ ପ୍ରଫେସର ନାରାୟଣ ରାଓ ଜୟୀଙ୍କ ରଣନୀତିକୁ ଚାଣକ୍ୟ ନୀତି ସହ ତୁଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଗବେଷକ, ସାମାଜିକ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri