ମୁଣ୍ଡବିନ୍ଧାର କାରଣ ପାଲଟିଲାଣି କରୋନା: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କୋଭିଡ୍‌ ସ୍ଥିତି ନେଇ ସମୀକ୍ଷା କଲେ ଜିଲାପାଳ

ଖୋର୍ଦ୍ଧା ଅଫିସ,୧।୫ : ଦିନକୁ ଦିନ ଖୋର୍ଦ୍ଧା ଜିଲାରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ଜିଲାରେ ସଂକ୍ରମଣ ହାର ଅଧିକ ରହିଛି। ଦୈନିକ ସଂକ୍ରମଣ ହଜାର ଉପରେ ରହୁଥିବା ବେଳେ ଶନିବାର ୧୭ଶହରୁ ଊଦ୍ଧର୍‌ବ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ଜିଲା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିିଛି। ଖୋର୍ଦ୍ଧା ଗ୍ରାମାଞ୍ଚଳରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ଶତକ ଛୁଇଁଲାଣି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲା ପ୍ରଶାସନ ପକ୍ଷରୁ କୋଭିଡ ସମୀକ୍ଷା କରାଯାଇଛି। ଓସୱାନରେ ହଲରେ ଭର୍ଚୁଆଲ୍‌ରେ ଜିଲାପାଳ ସନତ କୁମାର ମହାନ୍ତି ଜିଲାର ସମସ୍ତ ବିଡିଓ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି। ଅତିରିକ୍ତ ଜିଲାପାଳ ମନୋଜ ପାଢୀ, ଅତିରିକ୍ତ ଜିଲାପାଳ(ରାଜସ୍ବ)ଅନୁଜ ଦାସ ପଟ୍ଟନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଉପଜିଲାପାଳ ଅଶୋକ ବେହୁରିଆ, ଭୁବନେଶ୍ବର ଉପଜିଲାପାଳ ଦେବବ୍ରତ ସାହୁ ପ୍ରମୁଖ ଓସୱାନରେ ଉପସ୍ଥିତ ଥିଲେ।

କୋଭିଡ ନିୟନ୍ତ୍ରଣ ଲାଗି ମାସ୍କ ପିନ୍ଧିବା, ସାନିଟାଇଜ ଏବଂ ସାମାଜିକ ଦୂରତା ଉପରେ ଜିଲାପାଳ ଗୁରୁତ୍ୱ ଦେଇଛନ୍ତି। ସଂକ୍ରମଣ ବଢୁଛି। ସମସ୍ତଙ୍କୁ ସତର୍କ ଓ ସଚେତନ ରହିବାକୁ ଜିଲାପାଳ କହିଥିଲେ। କରୋନା ସଂକ୍ରମଣ ରୋକିବା ଲାଗି ସମସ୍ତଙ୍କ ସହଯୋଗ ଜରୁରୀ। କୋଭିଡ ଟିକାକରଣ, ଟେଷ୍ଟିଙ୍ଗ ଏବଂ କଣ୍ଟାକ୍ଟ ଟ୍ରେସିଙ୍ଗ ଉପରେ ଗୁରୁତ୍ୱ ଦିଆଯାଉ। ବାହର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ଉପରେ ନଜର ରଖ। ସ୍ଥାନିୟ ପ୍ରଶାସନ କୁ ଏ ସମ୍ପର୍କ ରେ ରିପୋର୍ଟ କର। ପ୍ରବାସୀଙ୍କ କୋଭିଡ ନେଗେଟିଭ୍‌ ଏବଂ ୧୪ଦିନିଆ ସଂଘରୋଧ ବାଧ୍ୟତାମୂଳକ ରହିବ। ସଂକ୍ରମିତ ସନ୍ଦିଗ୍ଧ ଅଞ୍ଚଳ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ସମସ୍ତ ଅଞ୍ଚଳରେ ଆର୍‌ଆର୍‌ଟି ଟିମ୍‌ ଘରକୁ ଘର ବୁଲି ସ୍ବାସ୍ଥ୍ୟ ସର୍ବେକ୍ଷଣ, କଣ୍ଟାକ୍ଟ ଟ୍ରେସିଙ୍ଗ କରିିବ। ସଂଘରୋଧରେ ରହି ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କ ସହ ସ୍ଥାନିୟ ସିଏଚ୍‌ସି ଡାକ୍ତର ଭର୍ଚୁଆଲରେ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ନିୟମିତ ଯୋଗାଯୋଗ, ଚିକିତ୍ସା ସୁବିଧା ଉପଲବ୍ଧ କରିବେ। ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ କୋଭିଡ ମେଡିକାଲକୁ ସ୍ଥାନାନ୍ତରିତ କରାଯିବାକୁ ଜିଲାପାଳ କହିଛନ୍ତି।

ଏନେଇ ପିଡି ଡିଆର୍‌ଡିଏ ରାଉତରାୟ କହିଲେ ଯେ, କୋଭିଡ ନିୟନ୍ତ୍ରଣ ଲାଗି ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ବାଳକାଟୀଠାରେ ୧୬୦ ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ ରହିଛି। ଏଥିରେ ଅକ୍ସିଜେନ, ଆଇସିୟୁ, ସାଧାରଣ ଶଯ୍ୟା ରହିଛି। ଖୁଦୁପୁରରେ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର କରାଯାଇଥିବା ବେଳେ ଝାମୁଝରୀରେ ୫୦୦ ଶଯ୍ୟା ବିଶିଷ୍ଟ ସିସିସି ବ୍ୟବସ୍ଥା କରାଯିବ। ଏଥିସହିତ ଖୋର୍ଦ୍ଧା ପିଏନ୍‌ କଲେଜ, ନାଚୁଣୀ କଲେଜ, ଏବଂ ଆଇଏନ୍‌ଏସ୍‌ ଚିଲିକାରେ ୧୫୦ ଶଯ୍ୟା ସିସିସି ଯୋଜନା ରହିଛି। ଜିଲାରେ ୨୬ଟି ରାପିଡ ରେସପନ୍ସ ଟିମ( ଆର୍‌ଆର୍‌ଟି ) ସଂଘରୋଧରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝୁଛନ୍ତି। ଘରକୁ ଘର ବୁଲି ଥର୍ମାଲ ସ୍କିନିଂ, କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଛି। ସହରାଞ୍ଚଳଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବସ୍ତି ଓ ପଞ୍ଚାୟତ କୋଭିଡ ପରିଚାଳନା କମିଟି(ସିଏମ୍‌ସି) ନିଜ ଅଞ୍ଚଳ କୋଭିଡ ସମୀକ୍ଷା, ସଚେତନତା, ନିୟମିତ ବୈଠକ କରୁଛନ୍ତି। ବାହର ରାଜ୍ୟ ପ୍ରବାସୀ ବସ୍ତି, ଗାଁ କୁ ଫେରିଲେ ସ୍ଥାନୀୟ ପ୍ରଶାସନକୁ ଖବର ଦେବେ। ବଙ୍ଗ, କୁମ୍ଭମେଳା ଫେରନ୍ତା ତଥା ରେଡ୍‌ ଜୋନ ତାଲିକାଭୁକ୍ତ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଓ ୧୪ଦିନିଆ ସଂଘରୋଧ ବାଧ୍ୟତାମୂଳକ ରହିଛି। ଏନେଇ ଜିଲାରେ ୨୨ଟି କ୍ଲଷ୍ଟର ଟିଏମ଼୍‌ସି ବ୍ୟବସ୍ଥା କରାଯାଇଛି। ଏଥିରେ ୮୦୪ ଶଯ୍ୟା ରହିଛି। ଜଟଣୀ ଓ ବାଲୁଗାଁ ଷ୍ଟେଶନରେ ନାମ ପଞ୍ଜିକରଣ ଆରମ୍ଭ ହୋଇଛି। ବାହର ଫେରନ୍ତାଙ୍କ ଉପରେ କଡା ନଜର ରହିଛି। ଜିଲାରେ ଅକ୍ସିଜେନର କୌଣସି ଅଭାବ ନାହିଁ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କୋଭିଡ ଏନ୍‌ଫୋର୍ସମେଣ୍ଟ କଡାକଡି କରାଯାଇଛି। ବିନା ମାସ୍କରେ ବୁଲୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ସହ କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଲଂଘନକାରୀ ଦୋକାନ, ବଜାର ସିଲ୍‌ କରାଯିବ। କରୋନା ନିୟନ୍ତ୍ରଣ ଲାଗି ଅଧିକ ସଂକ୍ରମଣ ଅଞ୍ଚଳ କୁ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଛି। ସଂକ୍ରମଣ ନିୟନ୍ତ୍ରଣ ଲାଗି ଜନସାଧାରଣଙ୍କ ସହଭାଗିତା ଜରୁରୀ ବୋଲି ସେ କହିଛନ୍ତି। କୋଭିଡ ନିୟନ୍ତ୍ରଣ ଲାଗି ମାସ୍କ, ସାନିଟାଇଜ୍‌ ଓ ସାମାଜିକ ଦୂରତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପ୍ରତି ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୭ା୩: ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଘଟଣାର ରାୟ ସୋମବାର ପ୍ରକାଶ ପାଇଛି। ଫୁଲବାଣୀ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ...

ବିଧାୟକଙ୍କ ସହ ସ୍ତ୍ରୀ ମଧ୍ୟ କାଟିଲେ ଧାନ

ନବରଙ୍ଗପୁର,୨୮।୧୦(ବି.ପ୍ର.): ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜର ନିଆରା କାର୍ଯ୍ୟଶୈଳୀକୁ ନେଇ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ବିଧାୟକ ତାଙ୍କ ବ୍ୟସ୍ତ ବହୁଳ ଜୀବନରୁ ସମୟ...

ତେଲଙ୍ଗାନାରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ଖପ୍ରାଖୋଲ, ୩୧ା୫(ଡି.ଏନ.ଏ.)-ତେଲଙ୍ଗାନା ରାଜ୍ୟକୁ ଦାଦନ ଶ୍ରମିକଭାବେ କାମ କରିବାକୁ ଯାଇ ଜୀବନ ହରାଇଛନ୍ତି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଭରୁଆମୁଣ୍ଡା ଗାଁର...

ବାଇକ୍‌ରେ ବ୍ରହ୍ମପୁର ଯାଉଥିବା ବେଳେ ବଜ୍ରପାତ, ଆଖି ବୁଜିଲେ ଆରୋହୀ

ଖୋର୍ଦ୍ଧା ଅଫିସ, ୯।୬: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ବଜ୍ରପାତ ଘଟି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାମକୃଷ୍ଣ ଦାସ।...

୧୦୫୫ ପ୍ରାର୍ଥତ୍ପତ୍ର ଖାରଜ, ୧୪, ୮୭୧କାଏମ୍‌

ବାଲେଶ୍ୱର ଅଫିସ, ୨୪।୧: ବାଲେଶ୍ୱର ଜିଲାରେ ରବିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୧୦୫୫ ପ୍ରାର୍ଥିପତ୍ର ନାକଚ ହୋଇଥିବା ବେଳେ ୧୪, ୮୭୧ କାଏମ୍‌...

ସ୍ବାସ୍ଥ୍ୟକେନ୍ଦ୍ର ନିକଟରୁ ଉଚ୍ଛେଦ ହେଲା ଦୋକାନ

ଚମ୍ପୁଆ,୧୬ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଦୋକାନ ଗୃହକୁ ଶନିବାର ଚମ୍ପୁଆ ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି। ତହସିଲଦାର...

ଆଖି ଲାଗିଯିବାରୁ ଗଛରେ ପିଟିହେଲା ପରିବା ବୋଝେଇ ଅଟୋ, ଚାଳକ ଗୁରୁତର

ପରଜଙ୍ଗ,୧୭।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ ବୁଧବାର ଭୋରରେ ଏକ ପରିବା ବୋଝେଇ ଅଟୋ...

ଦାରିଙ୍ଗବାଡ଼ି ବିଡିଓଙ୍କୁ କରୋନା

ଦାରିଙ୍ଗବାଡ଼ି,୫।୮(ଡି.ଏନ୍‌.ଏ): କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲାର ବିଭିନ୍ନ ବ୍ଲକରେ ଏହି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ...

Advertisement
Archives

Model This Week