Posted inଖେଳ

ଖୋ ଖୋ ଯୋଡ଼ିଛି ନୂଆ ଫର୍ଦ୍ଦ

କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା କ୍ରମେ ଆଗକୁ ବଢ଼ୁଛି। ପ୍ରତିଯୋଗିତା ଆୟୋଜନ ହେଉ କିମ୍ବା ଭିତ୍ତିଭୂମି ପ୍ରସ୍ତୁତି ଅବା ଅଂଶଗ୍ରହଣ, ଏବେ କେବଳ ଗୋଟିଏ କିମ୍ବା ଦୁଇଟି ଖେଳରେ ସୀମିତ ହୋଇ ରହିନାହିଁ। ହକିଠାରୁ ଆରମ୍ଭ କରି କ୍ରିକେଟ୍‌, ଫୁଟ୍‌ବଲ, ଆଥ୍‌ଲେଟିକ୍ସ, ସୁଇମିଂ, ଭଲିବଲ, ଟେବୁଲ ଟେନିସ୍‌ ଏବଂ ଖୋ ଖୋ ପର୍ଯ୍ୟନ୍ତ ଏହାର ତାଲିକା ବେଶ୍‌ ଲମ୍ବା ହେବାରେ ଲାଗିଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ଯୋଗୁ ରାଜ୍ୟରେ ଏବେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ସମ୍ଭବ ହୋଇପାରିଛି। ରାଜ୍ୟ କ୍ରୀଡ଼ା ଇତିହାସରେ ଏବେ ଖୋ ଖୋ ଯୋଡ଼ିଛି ନୂଆ ଫର୍ଦ୍ଦ। ହକିରେ କଳିଙ୍ଗ ଲାନ୍ସର୍ସ, ଫୁଟବଲରେ ଓଡ଼ିଶା ଏଫ୍‌ସି ପରି ପ୍ରଥମଥର ଆରମ୍ଭ ହୋଇଥିବା ଅଲ୍‌ଟିମେଟ ଖୋ ଖୋରେ ମଧ୍ୟ ଓଡ଼ିଶା ଏହାର ଏକ ନିଜସ୍ବ ଦଳ ଖେଳାଇଛି। ଫ୍ରାଞ୍ଜାଇଜ୍‌ ଭିତ୍ତିକ ଖୋ ଖୋ ଲିଗ୍‌ରେ ଏହାର ନାମ ରହିଛି ଓଡ଼ିଶା ଜଗରନଟ୍ସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସ୍ପୋଟର୍‌ସ ଫର ୟୁଥ୍‌, ୟୁଥ୍‌ ଫର ଫ୍ୟୁଚର’ ଦୃଷ୍ଟିଭଙ୍ଗୀ ଓଡ଼ିଶାକୁ ଏକ କ୍ରୀଡ଼ା ହବ୍‌ରେ ପରିଣତ କରିଛି। ଫଳରେ ଦେଶ ବିଦେଶ କ୍ରୀଡ଼ା ସମ୍ପ୍ରଦାୟର ନଜର ଏବେ ଓଡ଼ିଶା ଉପରେ।
୨୦୧୮ରେ ଓଡ଼ିଶା ହକି ବିଶ୍ୱକପ୍‌ ଆୟୋଜନ କରି ଅନେକ ପ୍ରଶଂସା ସାଉଁଟିଥିଲା। ଏହା ଅନ୍ୟ ସମସ୍ତ ହକି ବିଶ୍ୱକପ୍‌ଠାରୁ ନିଆରା ହୋଇଥିଲା। କେବଳ ସେତିକି ନୁହେଁ, ମାତ୍ର ୩ ମାସର ଚ୍ୟାଲେଞ୍ଜକୁ ଗ୍ରହଣ କରି ଓଡ଼ିଶା ୨୦୧୭ରେ ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌କୁ ଅତ୍ୟନ୍ତ ସଫଳତାର ସହ ଆୟୋଜନ କରିଥିଲା। ଏହା ବ୍ୟତୀତ ୨୦୧୪ ହକି ଚାମ୍ପିୟନ୍ସ ଟ୍ରଫି, ୨୦୧୮-୧୯ ହକି ଓ୍ବାଲର୍‌ଡ ସିରିଜ୍‌ ଫାଇନାଲ୍ସ, ୨୦୧୯ ଏଫ୍‌ଆଇଏଚ୍‌ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ (ମହିଳା ଓ ପୁରୁଷ), ୨୦୨୧ ଜୁନିୟର ହକି ବିଶ୍ୱକପ୍‌, ହକି ପ୍ରୋ ଲିଗ୍‌, ମହିଳା ଗୋଲ୍ଡ କପ୍‌ ଫୁଟବଲ, ୨୦ ବର୍ଷରୁ କମ୍‌ ସାଫ୍‌ (ସାଉଥ୍‌ ଏସିଆନ୍‌ ଫୁଟବଲ) ଚାମ୍ପିୟନଶିପ୍‌, ୨୦୨୦ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆଦି ବଡ଼ ପ୍ରତିଯୋଗିତାଗୁଡ଼ିକୁ ଓଡ଼ିଶା ସଫଳତାର ସହ ଆୟୋଜନ କରିଥିବାବେଳେ ଏବେ ଆଗକୁ ଆସୁଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ (ଅକ୍ଟୋବର) ଏବଂ ୨୦୨୩ ହକି ବିଶ୍ୱକପ୍‌। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ରେ ଭୁବନେଶ୍ୱର ଭାରତର ୩ ଭେନ୍ୟୁ ମଧ୍ୟରୁ ଅନ୍ୟତମ ହୋଇଥିବାବେଳେ ଆଗାମୀ ହକି ବିଶ୍ୱକପ୍‌ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ।
ଅଲ୍‌ଟିମେଟ ଖୋ ଖୋରେ ୪ର୍ଥ ଫ୍ରାଞ୍ଚାଇଜ୍‌ ଦଳ ଭାବେ ଓଡ଼ିଶା ନିଜର ଉପସ୍ଥିତି ଜାହିର କରିଥିଲା। ଅଗଷ୍ଟ ୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଜଗରନଟ୍ସ ଦଳର ଜର୍ସି ଉନ୍ମୋଚନ କରିଥିଲେ। ଖୋ ଖୋ ଭଳି ସ୍ବଦେଶୀ ଖେଳକୁ ପ୍ରୋତ୍ସାହନ ଉପରେ ଓଡ଼ିଶା ଫୋକସ୍‌ କରୁଛି। ରାଜ୍ୟ ଦଳ ମଧ୍ୟ ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିଆସୁଛି। ଏପରି ପଦକ୍ଷେପ ଗ୍ରାମାଞ୍ଚଳ ସ୍ତରରେ ଅଧିକରୁ ଅଧିକ ଖେଳାଳିଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଏହାପରେ ପ୍ରତିଯୋଗିତାସ୍ଥଳ ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସକୁ ଓଡ଼ିଶା ଦଳ ଯାତ୍ରା କରିଥିଲା। ପ୍ରତିଯୋଗିତାରେ ଓଡ଼ିଶା ଜଗରନଟ୍ସ ମଧ୍ୟ ଅତି ଚମତ୍କାର ପ୍ରଦର୍ଶନ କରି ପ୍ଲେ-ଅଫ୍‌ରେ ପ୍ରବେଶ କରିଛି।

-ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?