Posted inଖେଳ

ଖୋ ଖୋ ଯୋଡ଼ିଛି ନୂଆ ଫର୍ଦ୍ଦ

କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା କ୍ରମେ ଆଗକୁ ବଢ଼ୁଛି। ପ୍ରତିଯୋଗିତା ଆୟୋଜନ ହେଉ କିମ୍ବା ଭିତ୍ତିଭୂମି ପ୍ରସ୍ତୁତି ଅବା ଅଂଶଗ୍ରହଣ, ଏବେ କେବଳ ଗୋଟିଏ କିମ୍ବା ଦୁଇଟି ଖେଳରେ ସୀମିତ ହୋଇ ରହିନାହିଁ। ହକିଠାରୁ ଆରମ୍ଭ କରି କ୍ରିକେଟ୍‌, ଫୁଟ୍‌ବଲ, ଆଥ୍‌ଲେଟିକ୍ସ, ସୁଇମିଂ, ଭଲିବଲ, ଟେବୁଲ ଟେନିସ୍‌ ଏବଂ ଖୋ ଖୋ ପର୍ଯ୍ୟନ୍ତ ଏହାର ତାଲିକା ବେଶ୍‌ ଲମ୍ବା ହେବାରେ ଲାଗିଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ଯୋଗୁ ରାଜ୍ୟରେ ଏବେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ସମ୍ଭବ ହୋଇପାରିଛି। ରାଜ୍ୟ କ୍ରୀଡ଼ା ଇତିହାସରେ ଏବେ ଖୋ ଖୋ ଯୋଡ଼ିଛି ନୂଆ ଫର୍ଦ୍ଦ। ହକିରେ କଳିଙ୍ଗ ଲାନ୍ସର୍ସ, ଫୁଟବଲରେ ଓଡ଼ିଶା ଏଫ୍‌ସି ପରି ପ୍ରଥମଥର ଆରମ୍ଭ ହୋଇଥିବା ଅଲ୍‌ଟିମେଟ ଖୋ ଖୋରେ ମଧ୍ୟ ଓଡ଼ିଶା ଏହାର ଏକ ନିଜସ୍ବ ଦଳ ଖେଳାଇଛି। ଫ୍ରାଞ୍ଜାଇଜ୍‌ ଭିତ୍ତିକ ଖୋ ଖୋ ଲିଗ୍‌ରେ ଏହାର ନାମ ରହିଛି ଓଡ଼ିଶା ଜଗରନଟ୍ସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସ୍ପୋଟର୍‌ସ ଫର ୟୁଥ୍‌, ୟୁଥ୍‌ ଫର ଫ୍ୟୁଚର’ ଦୃଷ୍ଟିଭଙ୍ଗୀ ଓଡ଼ିଶାକୁ ଏକ କ୍ରୀଡ଼ା ହବ୍‌ରେ ପରିଣତ କରିଛି। ଫଳରେ ଦେଶ ବିଦେଶ କ୍ରୀଡ଼ା ସମ୍ପ୍ରଦାୟର ନଜର ଏବେ ଓଡ଼ିଶା ଉପରେ।
୨୦୧୮ରେ ଓଡ଼ିଶା ହକି ବିଶ୍ୱକପ୍‌ ଆୟୋଜନ କରି ଅନେକ ପ୍ରଶଂସା ସାଉଁଟିଥିଲା। ଏହା ଅନ୍ୟ ସମସ୍ତ ହକି ବିଶ୍ୱକପ୍‌ଠାରୁ ନିଆରା ହୋଇଥିଲା। କେବଳ ସେତିକି ନୁହେଁ, ମାତ୍ର ୩ ମାସର ଚ୍ୟାଲେଞ୍ଜକୁ ଗ୍ରହଣ କରି ଓଡ଼ିଶା ୨୦୧୭ରେ ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌କୁ ଅତ୍ୟନ୍ତ ସଫଳତାର ସହ ଆୟୋଜନ କରିଥିଲା। ଏହା ବ୍ୟତୀତ ୨୦୧୪ ହକି ଚାମ୍ପିୟନ୍ସ ଟ୍ରଫି, ୨୦୧୮-୧୯ ହକି ଓ୍ବାଲର୍‌ଡ ସିରିଜ୍‌ ଫାଇନାଲ୍ସ, ୨୦୧୯ ଏଫ୍‌ଆଇଏଚ୍‌ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ (ମହିଳା ଓ ପୁରୁଷ), ୨୦୨୧ ଜୁନିୟର ହକି ବିଶ୍ୱକପ୍‌, ହକି ପ୍ରୋ ଲିଗ୍‌, ମହିଳା ଗୋଲ୍ଡ କପ୍‌ ଫୁଟବଲ, ୨୦ ବର୍ଷରୁ କମ୍‌ ସାଫ୍‌ (ସାଉଥ୍‌ ଏସିଆନ୍‌ ଫୁଟବଲ) ଚାମ୍ପିୟନଶିପ୍‌, ୨୦୨୦ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆଦି ବଡ଼ ପ୍ରତିଯୋଗିତାଗୁଡ଼ିକୁ ଓଡ଼ିଶା ସଫଳତାର ସହ ଆୟୋଜନ କରିଥିବାବେଳେ ଏବେ ଆଗକୁ ଆସୁଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ (ଅକ୍ଟୋବର) ଏବଂ ୨୦୨୩ ହକି ବିଶ୍ୱକପ୍‌। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ରେ ଭୁବନେଶ୍ୱର ଭାରତର ୩ ଭେନ୍ୟୁ ମଧ୍ୟରୁ ଅନ୍ୟତମ ହୋଇଥିବାବେଳେ ଆଗାମୀ ହକି ବିଶ୍ୱକପ୍‌ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ।
ଅଲ୍‌ଟିମେଟ ଖୋ ଖୋରେ ୪ର୍ଥ ଫ୍ରାଞ୍ଚାଇଜ୍‌ ଦଳ ଭାବେ ଓଡ଼ିଶା ନିଜର ଉପସ୍ଥିତି ଜାହିର କରିଥିଲା। ଅଗଷ୍ଟ ୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଜଗରନଟ୍ସ ଦଳର ଜର୍ସି ଉନ୍ମୋଚନ କରିଥିଲେ। ଖୋ ଖୋ ଭଳି ସ୍ବଦେଶୀ ଖେଳକୁ ପ୍ରୋତ୍ସାହନ ଉପରେ ଓଡ଼ିଶା ଫୋକସ୍‌ କରୁଛି। ରାଜ୍ୟ ଦଳ ମଧ୍ୟ ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିଆସୁଛି। ଏପରି ପଦକ୍ଷେପ ଗ୍ରାମାଞ୍ଚଳ ସ୍ତରରେ ଅଧିକରୁ ଅଧିକ ଖେଳାଳିଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଏହାପରେ ପ୍ରତିଯୋଗିତାସ୍ଥଳ ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସକୁ ଓଡ଼ିଶା ଦଳ ଯାତ୍ରା କରିଥିଲା। ପ୍ରତିଯୋଗିତାରେ ଓଡ଼ିଶା ଜଗରନଟ୍ସ ମଧ୍ୟ ଅତି ଚମତ୍କାର ପ୍ରଦର୍ଶନ କରି ପ୍ଲେ-ଅଫ୍‌ରେ ପ୍ରବେଶ କରିଛି।

-ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri