Posted inଖେଳ

ଆଧୁନିକ ଅଲିମ୍ପିକ୍ସରେ ଭାରତ

ପ୍ରଥମ ଆଧୁନିକ ଅଲିମ୍ପିକ୍‌ କ୍ରୀଡ଼ା ୧୮୯୬ ଏଥେନ୍ସରେ ଅନୁଷ୍ଠିତ ହୋଇଥିବାବେଳେ ୧୯୦୦ରେ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରଥମଥର ପାଇଁ ନର୍ମାନ୍‌ ପ୍ରିଚାର୍ଡ (ଆଙ୍ଗ୍ଲୋ ଇଣ୍ଡିଆନ୍‌) ପ୍ରତିନିଧିତ୍ୱ କରିଥିଲେ। ଦେଶରେ ଅଲିମ୍ପିକ୍‌ ଆନ୍ଦୋଳନ ଏବଂ ୧୯୨୮ ଆମ୍‌ଷ୍ଟରଡାମ୍‌ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଭାରତର ପ୍ରଦର୍ଶନକୁ ନେଇ ଏହି ଉପସ୍ଥାପନା।
ଆଲୋଚକମାନଙ୍କ ମତରେ, କେବଳ ଦୁଇଟି ସ୍ଥାନରେ ବିଶ୍ୱର ପ୍ରାୟ ଅଧିକାଂଶ ଦେଶର ପ୍ରତିନିଧି ଏକତ୍ରିତ ହୁଅନ୍ତି। ଗୋଟିଏ ହେଲା ମିଳିତ ଜାତିସଂଘ ଓ ଦ୍ୱିତୀୟଟି ହେଲା ଅଲିମ୍ପିକ୍‌ କ୍ରୀଡ଼ା। ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ହେଉଛି ଅଲିମ୍ପିକ୍‌। ପ୍ରତ୍ୟେକ କ୍ରୀଡ଼ାବିତ୍‌ ସ୍ବପ୍ନ ଦେଖନ୍ତି ଯେ, ସେ କିପରି ଅଲିମ୍ପିକ୍‌ରେ ନିଜ ଦେଶକୁ ପ୍ରତିନିଧିତ୍ୱ କରିବେ ଓ ପଦକ ହାସଲ କରି ଦେଶକୁ ମହିମାମଣ୍ଡିତ କରିବେ। ପ୍ରତ୍ୟେକ ଦେଶ ମଧ୍ୟ ଅଲିମ୍ପିକ୍‌ ସଫଳତା ପାଇଁ ଗ୍ରହଣ କରିଥା’ନ୍ତି ଯୋଜନାବଦ୍ଧ ପଦକ୍ଷେପ। ଏହି ପରିପ୍ରେକ୍ଷୀରେ ସ୍ବତଃ ଆମ ଦେଶର କଥା ମନକୁ ଆସିଯାଏ। ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଭାରତ। କିନ୍ତୁ ଦୀର୍ଘ ସମୟ ଧରି ବ୍ରିଟିଶ୍‌ ଶାସନାଧୀନ ରହିବା କାରଣରୁ ଆମର ଯେଉଁଭଳି ସାମୂହିକ ଉନ୍ନତି ହେବା କଥା ସେଥିରେ ବିଳମ୍ବ ହୋଇଛି।
ପ୍ରଥମ ଆଧୁନିକ ଅଲିମ୍ପିକ୍‌ କ୍ରୀଡ଼ା ୧୮୯୬ରେ ଗ୍ରୀସ୍‌ର ଏଥେନ୍ସରେ ଅନୁଷ୍ଠିତ ହୋଇଥିଲା ଏପ୍ରିଲ ୬ରୁ ୧୫ ପର୍ଯ୍ୟନ୍ତ। ୧୩ଟି ଦେଶର ୩୧୧ଜଣ ପୁରୁଷ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଭାରତର କୌଣସି ପ୍ରତିଯୋଗୀ ଏଥିରେ ଭାଗ ନେଇ ନ ଥିଲେ। ଦ୍ୱିତୀୟ ଅଲିମ୍ପିକ୍‌ କ୍ରୀଡ଼ା ୧୯୦୦ରେ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ରେ ହୋଇଥିଲା। ଯଦିଓ ଭାରତ ୧୯୪୭ ପର୍ଯ୍ୟନ୍ତ ବ୍ରିଟିଶ୍‌ ଶାସନାଧୀନ ଥିଲା, ତଥାପି ଏହି ଅଲିମ୍ପିକ୍‌ କ୍ରୀଡ଼ାକୁ ଏକମାତ୍ର କ୍ରୀଡ଼ାବିତ୍‌ ଭାବେ ଆଙ୍ଗ୍ଲୋ ଭାରତୀୟ ନର୍ମାନ୍‌ ପ୍ରିଚାର୍ଡଙ୍କୁ ଅଂଶ ଗ୍ରହଣ ପାଇଁ ପଠାଇଥିଲା। ସେ ପୁରୁଷ ୨୦୦ ମିଟର ଦୌଡ଼ ଓ ୨୦୦ ମିଟର ହର୍ଡଲ୍ସରେ ୨ଟି ରୌପ୍ୟ ପଦକ ହାସଲ କରିଥିଲେ। ତେଣୁ ସେ ହେଉଛନ୍ତି ଭାରତର ପ୍ରଥମ ଅଲିମ୍ପିକ୍‌ ଅଂଶ ଗ୍ରହଣକାରୀ, ପଦକ ବିଜେତା, ବ୍ୟକ୍ତିଗତ ପଦକ ବିଜେତା ଓ ଏକାଧିକ ଅଲିମ୍ପିକ୍‌ ପଦକର ଅଧିକାରୀ।
୧୯୦୪ର ସେଣ୍ଟ ଲୁଇସ୍‌ ଅଲିମ୍ପିକ୍‌, ୧୯୦୮ର ଲଣ୍ଡନ ଓ ୧୯୧୨ର ଷ୍ଟକ୍‌ହୋମ୍‌ ଅଲିମ୍ପିକ୍‌ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ ନ ଥିଲା। ଜର୍ମାନୀର ବର୍ଲିନ୍‌ରେ ୧୯୧୬ରେ ହେବାକୁ ଥିବା ଅଲିମ୍ପିକ୍‌ କ୍ରୀଡ଼ା ପ୍ରଥମ ବିଶ୍ୱଯୁଦ୍ଧର ପ୍ରଭାବରେ ବନ୍ଦ ହୋଇଯାଇଥିଲା। ୧୯୨୦ରେ ବେଲ୍‌ଜିୟମ୍‌ର ଆଣ୍ଟ୍ବେର୍ପରେ ପରବର୍ତ୍ତୀ ଅଲିମ୍ପିକ୍‌ କ୍ରୀଡ଼ା ଅନୁଷ୍ଠିତ ହେଲା। ବ୍ରିଟିଶ୍‌ ଶାସନାଧୀନ ଥିଲେ ମଧ୍ୟ ଭାରତର ଜାତୀୟ ଦଳ ଇଂଲଣ୍ଡ ଦଳଠାରୁ ପୃଥକ୍‌ ହୋଇ ଅଂଶ ଗ୍ରହଣ କଲା ଏହି ଅଲିମ୍ପିକ୍‌ରେ। ଏଥିନିମନ୍ତେ ୧୯୨୦ କ୍ରୀଡ଼ା ପୂର୍ବରୁ ସାର୍‌ ଦୋରାବ୍‌ଜୀ ଟାଟା ଓ ବମ୍ବେର ରାଜ୍ୟପାଳ ଜର୍ଜ ଲଏଡ୍‌ ପ୍ରଗାଢ଼ ଉଦ୍ୟମ ଚଳାଇଥିଲେ ଓ ଏଥିପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟିରେ ଭାରତର ପ୍ରତିନିଧିତ୍ୱ ରହିଲା। ଫଳସ୍ବରୂପ ଭାରତର ଜାତୀୟ ଦଳ ଭାଗ ନେବା ପାଇଁ ଅନୁମତି ପାଇଲା ଏବଂ ତିନିଜଣ ଆଥ୍‌ଲେଟ୍‌, ଦୁଇଜଣ କୁସ୍ତି ଯୋଦ୍ଧା ଓ ମ୍ୟାନେଜର ଭାବେ ସୋରାବ୍‌ ଭୁତ୍‌ ଏବଂ ଏ.ଏଚ୍‌.ଏ. ଫୈଜି ଆଣ୍ଟ୍ବେର୍ପ ଯାତ୍ରା କଲେ। ଅବଶ୍ୟ ଭାରତୀୟ ଦଳ କୌଣସି ପଦକ ହାସଲ କରି ପାରି ନ ଥିଲା। ସେହିବର୍ଷ ଭାରତରେ ଅଲିମ୍ପିକ୍‌ ଆନ୍ଦୋଳନ ଆରମ୍ଭ ହେଲା। ସାର୍‌ ଦୋରାବଜୀ ଟାଟା, ମାଡ୍ରାସ୍‌ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଏ.ଜି. ନୋରିନ୍‌ ଓ ଏଚ୍‌.ସି. ବକ୍‌, ବିହାର ସ୍ପୋଟର୍‌ସ ଆସୋସିଏଶନର ମୋଇନୁଲ୍‌ ହକ୍‌, ବମ୍ବେ ଅଲିମ୍ପିକ୍‌ ଆସୋସିଏଶନର ସୋରାବ ଭୁତ୍‌, ଡେକାନ୍‌ ଜିମ୍‌ଖାନାର ଏ.ଏସ୍‌. ଉଗ୍‌ଓ୍ବତ୍‌, ପଞ୍ଜାବ ଅଲିମ୍ପିକ୍‌ ସଂଘର ଗୁରୁଦତ୍ତ ସୋଦ୍ଧି, ସରକାରୀ ମହାବିଦ୍ୟାଳୟ ଲାହୋରର ଲ୍ୟୁଟ୍‌ନାଣ୍ଟ କଲୋନେଲ୍‌ ଏଚ୍‌.ଏଲ୍‌.ଓ. ଗ୍ୟାରେଟ୍‌, ସେଣ୍ଟ ଷ୍ଟିଫେନ୍ସ ସ୍କୁଲ୍‌ର ସାଗ୍‌ନିକ ପୋଦାର ପ୍ରମୁଖଙ୍କ ନିଷ୍ଠାପର ଉଦ୍ୟମରେ ଜାତୀୟ କ୍ରୀଡ଼ାର ଆୟୋଜନ କରାଗଲା। ପୃଷ୍ଠପୋଷକତା କରିବାକୁ ମଧ୍ୟ ଆଗେଇ ଆସିଲେ ପଟିଆଲାର ମହାରାଜା ଭୂପିନ୍ଦର ସିଂ, ନଓ୍ବା ନଗରର ରଣଜିତ୍‌ ସିଂହଜୀ, କପୁରଥାଲା ଓ ବର୍ଦ୍ଧମାନର ମହାରାଜାଙ୍କ ଭଳି ଅନେକ ରାଜା ମହାରାଜା ଏବଂ ଯୁବରାଜଗଣ। ନିଷ୍ଠାପର ଉଦ୍ୟମ କେବେ ବି ବ୍ୟର୍ଥ ଯାଏ ନାହିଁ। ଫଳ ସ୍ବରୂପ, ୧୯୨୩ରେ ଅସ୍ଥାୟୀ ଅଖିଳ ଭାରତୀୟ ଅଲିମ୍ପିକ୍‌ ସଂଘ ଗଠିତ ହେଲା ଏବଂ ୧୯୨୪ ଫେବୃୟାରୀ ମାସରେ ସର୍ବଭାରତୀୟ ଅଲିମ୍ପିକ୍‌ କ୍ରୀଡ଼ା ଆୟୋଜିତ ହେଲା (ପରେ ଏହା ଭାରତୀୟ ଜାତୀୟ କ୍ରୀଡ଼ା ନାମରେ ନାମିତ ହେଲା)। ଏହି କ୍ରୀଡ଼ା ପ୍ରତିଯୋଗିତାରୁ ମନୋନୀତ ହୋଇ ୧୪ଜଣ ଖେଳାଳି ୧୯୨୪ରେ ପ୍ୟାରିସ୍‌ ଅଲିମ୍ପିକ୍‌ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଏମାନଙ୍କ ମଧ୍ୟରେ ଥିଲେ ୭ଜଣ ଲେଖାଏ ଆଥଲେଟ୍‌ ଓ ଟେନିସ୍‌ ଖେଳାଳି। ପ୍ରଥମ ଥର ପାଇଁ ୨ଜଣ ମହିଳା ଏଥିରେ ଅଂଶ ଗ୍ରହଣ କରିଥିଲେ।
୧୯୨୭ ମସିହାରେ ଅସ୍ଥାୟୀ ଭାରତୀୟ ଅଲିମ୍ପିକ୍‌ ସଂଘ ସ୍ଥାୟୀ ଭାବେ ଭାରତୀୟ ଅଲିମ୍ପିକ୍‌ ସଂଘ (IOA)ରେ ପରିଣତ ହୋଇ ମାନ୍ୟତା ପାଇଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭାରତରେ କ୍ରୀଡ଼ାର ଉନ୍ନତି କରିବା, ଜାତୀୟ କ୍ରୀଡ଼ାର ଆୟୋଜକ ପାଇଁ ପ୍ରଦେଶ ଓ ସ୍ଥାନ ଚୟନ କରିବା ଏବଂ ଜାତୀୟ କ୍ରୀଡ଼ାରୁ ମନୋନୀତ ଖେଳାଳିମାନଙ୍କୁ ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ ପାଇଁ ପ୍ରସ୍ତୁତ କରି ପ୍ରେରଣ କରିବା। ଏହି କାରଣରୁ ୧୯୨୮ରେ ଆୟୋଜିତ ଜାତୀୟ କ୍ରୀଡ଼ାରେ ୭ଜଣ ଆଥ୍‌ଲେଟଙ୍କୁ ପରବର୍ତ୍ତୀ (୧୯୨୮ ଆମ୍‌ଷ୍ଟରଡାମ୍‌) ଅଲିମ୍ପିକ୍‌ରେ ଭାଗ ନେବା ପାଇଁ ଚୟନ କରାଗଲା।
ଏହି ସମୟ ମଧ୍ୟରେ ଭାରତରେ ହକି ଖେଳର ପ୍ରଚାର ପ୍ରସାର ଆରମ୍ଭ ହୋଇ ଯାଇଥାଏ ଏବଂ ଭାରତୀୟ ହକି ଫେଡେରେଶନ୍‌ (ଆଇଏଚ୍‌ଏଫ୍‌) ମଧ୍ୟ ଗଠିତ ହୋଇ ସାରିଥାଏ। ସେମାନେ ମଧ୍ୟ ୧୯୨୮ ଆମ୍‌ଷ୍ଟରଡାମ୍‌ ଅଲିମ୍ପିକ୍‌ ପାଇଁ ଗୋଟିଏ ହକି ଦଳ ପ୍ରେରଣ କଲେ। ତେଣୁ ମୋଟ ୨୨ ଜଣ ଖେଳାଳି ଆମଷ୍ଟରଡାମ୍‌ରେ ଅଂଶ ଗ୍ରହଣ କରିଥିଲେ। ହକି ଯାଦୁରେ ଧ୍ୟାନଚାନ୍ଦଙ୍କର ଅଦ୍ଭୁତ ଷ୍ଟିକ୍‌ଚାଳନା ଓ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖି ପ୍ରତିପକ୍ଷ ଦଳକୁ ପରାଜୟ ଆଡ଼କୁ ଠେଲିଦେବାର କଳା କୌଶଳ ଏହି ଅଲିମ୍ପିକ୍‌ରେ ଦେଖିବାକୁ ମିଳିଲା। ହକି ଫାଇନାଲରେ ଭାରତ ୩-୦ ଗୋଲରେ ହଲାଣ୍ଡକୁ ପରାସ୍ତ କରି ସ୍ବର୍ଣ୍ଣପଦକ ଲାଭ କଲା। ଏହା ଏସିଆ ମହାଦେଶର ଯେକୌଣସି ଦେଶ ପାଇଁ ଅଲିମ୍ପିକ୍‌ କ୍ରୀଡ଼ାରେ ପ୍ରଥମ ସ୍ବର୍ଣ୍ଣ ପଦକ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?