ନୂଆଦିଲ୍ଲୀ,୨୧।୭: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର କହିଛନ୍ତି , ସେ ନିଜର ଜନ୍ମଦିନ ପାଳନ କରିବେ ନାହିଁ। ଖାର୍ଗେଙ୍କ କହିବା କଥା ହେଉଛି ଏହା ଉତ୍ସବ ପାଳନ କରିବାର ଦିନ ନୁହେଁ, ବରଂ ଉତ୍ତରଦାୟିତ୍ୱ ମାଗିବାର ଦିନ ଅଟେ। ସେ ଯୁବବର୍ଗଙ୍କ ପ୍ରଦର୍ଶନ ଉପରେ ହୋଇଥିବା ଲାଠିଚାର୍ଜକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଦେଶର ପିଲାମାନଙ୍କୁ ଦମନ ନୁହେଁ, ନ୍ୟାୟ ଦରକାର।
ଖାର୍ଗେ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହା ମାଧ୍ୟମରେ ସେ କହିଛନ୍ତି,‘ଆଜି ଉତ୍ସବ ପାଳନ କରିବାର ଦିନ ନୁହେଁ। ଏହା ଉତ୍ତରଦାୟିତ୍ୱ ମାଗିବାର ଦିନ। ରାଜ୍ୟସଭାରେ ବିରୋଧୀ ଦଳର ନେତା କହିଛନ୍ତି ଯେ ସେ କଂଗ୍ରେସର ନେତା, କର୍ମକର୍ତ୍ତା, ସମର୍ଥକ, ଶୁଭଚିନ୍ତକ ଏବଂ ସେହି ସମସ୍ତ ନାଗରିକଙ୍କ ପ୍ରତି କୃତଜ୍ଞ ଯେଉଁମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଲୋକମାନଙ୍କର ସ୍ନେହ ତାଙ୍କ ପାଇଁ ବହୁତ ମୂଲ୍ୟବାନ ଏବଂ ସେଥିପାଇଁ ସେ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛନ୍ତି।
ଖାର୍ଗେ କହିଛନ୍ତି ଯେ ଗୋଟିଏ ଦିନ ପୂର୍ବରୁ ଦେଶ ଲାଠିଚାର୍ଜ, ଗ୍ୟାସ ଗୋଳା ଏବଂ ଶାନ୍ତୂପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରଦର୍ଶନକୁ ଦଳିମାଡ଼ି ଦିଆଯାଉଥିବାର ଦେଖିଛି। ସେ ଏଥିପାଇଁ କେନ୍ଦ୍ର ସରକାର ସ୍ବରର ଜବାବ ଦେବା ପରିବର୍ତ୍ତେ ସେମାନଙ୍କ ବିରୋଧରେ ବଳ ପ୍ରୟୋଗ କରାଯାଇଛି।
Odisha’s No.1 Odia Daily

