ଭିତରକନିକା ଜୈବ ବିବିଧତାକୁ ସଙ୍କଟ

କେନ୍ଦ୍ରାପଡା ଅଫିସ,୯ା୧୧: ଖରସ୍ରୋତା ନଦୀରୁ ଭଦ୍ରକ ଜିଲା ୪ ବ୍ଲକର ୯୧ ପଞ୍ଚାୟତକୁ ପନୀୟଜଳ ଯୋଗାଣ ହେବ। ଏଥିପାଇଁ କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପକୁ ନେଇ ବିବାଦ ବଢୁଛି। ମୁହାଣ ଦେଇ ଖରସ୍ରୋତାର ଜଳ ପ୍ରବାହ ହ୍ରାସ ପାଇଲେ ଲୁଣା ଓ ମଧୁର ପାଣିର ସମିଶ୍ରଣରେ ସୃଷ୍ଟି ହୋଇଥିବା ବିଶ୍ୱର ବିରଳ ଭିତରକନିକା ଅଭୟାରଣ୍ୟର ଜୈବ ବିବିଧତା ଗଭୀର ଭାବେ ପ୍ରଭାବିତ ହେବ। ଏଥିସହ ଭୂତଳ ଜଳ ସ୍ତର ଦ୍ରୁତଗତିରେ ହ୍ରାସ ପାଇବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଖରସ୍ରୋତା ନଦୀର ଅବବାହିକାରେ ବସବାସ କରୁଥିବା ଲୋକେ ଆଗାମୀଦିନରେ ଗୁରୁତର ପାନୀୟ ଜଳ ସଙ୍କଟରେ ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଇବ। କେନ୍ଦ୍ରାପଡା ଜିଲାର ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଅମରବର ବିଶ୍ୱାଳ, ମୀର ଅବୁ ଓବେଦା, ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢୀ, ସୁନୀଲ କୁମାର ଗନ୍ତାୟତ ପ୍ରମୁଖ ଖରସ୍ରୋତାରୁ ଭଦ୍ରକକୁ ପାନୀୟ ଜଳ ଯୋଗାଣକୁ ନେଇ ବିରୋଧ କରିଛନ୍ତି। ହେଲେ ଏକ ନିର୍ଦ୍ଦିଷ୍ଟ ମହିଳା ସଙ୍ଗଠନ ଏଥିରେ ସମସ୍ୟା ନ ଥିବା ଦର୍ଶାଉଛନ୍ତି।
ବୁଦ୍ଧିଜୀବୀମାନଙ୍କ କହିବା କଥା, ଆଳି, ରାଜକନିକା ଓ ରାଜନଗରର ୬୧ ପଞ୍ଚାୟତବାସୀ ଭବିଷ୍ୟତର କୃଷି ଏବଂ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନସ୍ଥ ଜୈବବିବିଧତାର ସୁରକ୍ଷା ପାଇଁ ଖରସ୍ରୋତାରୁ ଭଦ୍ରକ ଜିଲାକୁ ଜଳ ଯୋଗାଣକୁ ବିରୋଧ କରାଯାଉଛି। ଏଥିପାଇଁ ସେମାନେ କିଛିଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି। ଏହି ପାନୀୟ ଜଳ ପ୍ରକଳ୍ପ ଯୋଗୁ ଅଣମୌସୁମୀ ସମୟରେ ଖରସ୍ରୋତାରେ ଜଳାଭାବ ଦେଖାଦେବ। ଅପରପକ୍ଷରେ କେନ୍ଦ୍ରାପଡା ଜିଲାର ୬୧ ପଞ୍ଚାୟତରେ ଲୁଣା ଜଳ ସମସ୍ୟା ରହିଥିବା ବିଭିନ୍ନ ସରକାରୀ ରିପୋର୍ଟରେ ଉପସ୍ଥାପନା କରାଯାଇଛି। ଅଦ୍ୟାବଧି ଖରସ୍ରୋତା ନଦୀର ମଧୁର ପାଣି ଉଠାଇ ଜିଲାର ଜଳସେଚନ ଓ ପାନୀୟଜଳ ଯୋଗାଣକୁ ସୁନିଶ୍ଚିତ କରାଯାଇନାହିଁ। ତେଣୁ ଭଦ୍ରକ ଜିଲାରେ ଥିବା ଚିରସ୍ରୋତା ମଧୁର ଜଳ ପୂର୍ଣ୍ଣ ବୈତରଣୀ, ସାଳନ୍ଦୀ, ମନ୍ତେଇ ପ୍ରଭୃତି ନଦୀରୁ ଜିଲାବାସୀଙ୍କୁ ଜଳ ଯୋଗାଇ ଦେବାକୁ ସରକାର ପଦକ୍ଷେପ ନିୟନ୍ତୁ। ରାଜକନିକା ପାନୀୟ ଜଳ ପ୍ରକଳ୍ପରୁ ସରକାର ଓହରିଯିବାକୁ ବିଭିନ୍ନ ମହଲରୁ ଦାବି ମଧ୍ୟ ହେଉଛି। ଏହି ଦାବି ଜିଲାବାସୀଙ୍କ ପାଇଁ ଆବଶ୍ୟକ। କେନ୍ଦ୍ରାପଡା ଜିଲା ପାଇଁ ପ୍ରସ୍ତାବିତ ୨୬୮.୧୧ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏହାକୁ ଅଞ୍ଚଳବାସୀ ସ୍ବାଗତ କରିବା ସହ ସରକାର ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ମହିଳା ସଙ୍ଗଠନ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ଜଳଯୋଗାଣକୁ ସମର୍ଥନ ଜଣାଇବା ପଛରେ ଥିବା ରହସ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନଦୀଜଳକୁ ନେଇ ବିବାଦ ସୃଷ୍ଟି ନ କରି ଜିଲାର ଭବିଷ୍ୟତ ପାଇଁ ଭଦ୍ରକ ଜିଲାକୁ ପାଣି ଦେବା ବନ୍ଦ ହେବା ଦରକାର ବୋଲି ଜିଲାର ବୁଦ୍ଧଜୀବୀ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri