ଭିତରକନିକା ଜୈବ ବିବିଧତାକୁ ସଙ୍କଟ

କେନ୍ଦ୍ରାପଡା ଅଫିସ,୯ା୧୧: ଖରସ୍ରୋତା ନଦୀରୁ ଭଦ୍ରକ ଜିଲା ୪ ବ୍ଲକର ୯୧ ପଞ୍ଚାୟତକୁ ପନୀୟଜଳ ଯୋଗାଣ ହେବ। ଏଥିପାଇଁ କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପକୁ ନେଇ ବିବାଦ ବଢୁଛି। ମୁହାଣ ଦେଇ ଖରସ୍ରୋତାର ଜଳ ପ୍ରବାହ ହ୍ରାସ ପାଇଲେ ଲୁଣା ଓ ମଧୁର ପାଣିର ସମିଶ୍ରଣରେ ସୃଷ୍ଟି ହୋଇଥିବା ବିଶ୍ୱର ବିରଳ ଭିତରକନିକା ଅଭୟାରଣ୍ୟର ଜୈବ ବିବିଧତା ଗଭୀର ଭାବେ ପ୍ରଭାବିତ ହେବ। ଏଥିସହ ଭୂତଳ ଜଳ ସ୍ତର ଦ୍ରୁତଗତିରେ ହ୍ରାସ ପାଇବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଖରସ୍ରୋତା ନଦୀର ଅବବାହିକାରେ ବସବାସ କରୁଥିବା ଲୋକେ ଆଗାମୀଦିନରେ ଗୁରୁତର ପାନୀୟ ଜଳ ସଙ୍କଟରେ ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଇବ। କେନ୍ଦ୍ରାପଡା ଜିଲାର ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଅମରବର ବିଶ୍ୱାଳ, ମୀର ଅବୁ ଓବେଦା, ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢୀ, ସୁନୀଲ କୁମାର ଗନ୍ତାୟତ ପ୍ରମୁଖ ଖରସ୍ରୋତାରୁ ଭଦ୍ରକକୁ ପାନୀୟ ଜଳ ଯୋଗାଣକୁ ନେଇ ବିରୋଧ କରିଛନ୍ତି। ହେଲେ ଏକ ନିର୍ଦ୍ଦିଷ୍ଟ ମହିଳା ସଙ୍ଗଠନ ଏଥିରେ ସମସ୍ୟା ନ ଥିବା ଦର୍ଶାଉଛନ୍ତି।
ବୁଦ୍ଧିଜୀବୀମାନଙ୍କ କହିବା କଥା, ଆଳି, ରାଜକନିକା ଓ ରାଜନଗରର ୬୧ ପଞ୍ଚାୟତବାସୀ ଭବିଷ୍ୟତର କୃଷି ଏବଂ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନସ୍ଥ ଜୈବବିବିଧତାର ସୁରକ୍ଷା ପାଇଁ ଖରସ୍ରୋତାରୁ ଭଦ୍ରକ ଜିଲାକୁ ଜଳ ଯୋଗାଣକୁ ବିରୋଧ କରାଯାଉଛି। ଏଥିପାଇଁ ସେମାନେ କିଛିଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି। ଏହି ପାନୀୟ ଜଳ ପ୍ରକଳ୍ପ ଯୋଗୁ ଅଣମୌସୁମୀ ସମୟରେ ଖରସ୍ରୋତାରେ ଜଳାଭାବ ଦେଖାଦେବ। ଅପରପକ୍ଷରେ କେନ୍ଦ୍ରାପଡା ଜିଲାର ୬୧ ପଞ୍ଚାୟତରେ ଲୁଣା ଜଳ ସମସ୍ୟା ରହିଥିବା ବିଭିନ୍ନ ସରକାରୀ ରିପୋର୍ଟରେ ଉପସ୍ଥାପନା କରାଯାଇଛି। ଅଦ୍ୟାବଧି ଖରସ୍ରୋତା ନଦୀର ମଧୁର ପାଣି ଉଠାଇ ଜିଲାର ଜଳସେଚନ ଓ ପାନୀୟଜଳ ଯୋଗାଣକୁ ସୁନିଶ୍ଚିତ କରାଯାଇନାହିଁ। ତେଣୁ ଭଦ୍ରକ ଜିଲାରେ ଥିବା ଚିରସ୍ରୋତା ମଧୁର ଜଳ ପୂର୍ଣ୍ଣ ବୈତରଣୀ, ସାଳନ୍ଦୀ, ମନ୍ତେଇ ପ୍ରଭୃତି ନଦୀରୁ ଜିଲାବାସୀଙ୍କୁ ଜଳ ଯୋଗାଇ ଦେବାକୁ ସରକାର ପଦକ୍ଷେପ ନିୟନ୍ତୁ। ରାଜକନିକା ପାନୀୟ ଜଳ ପ୍ରକଳ୍ପରୁ ସରକାର ଓହରିଯିବାକୁ ବିଭିନ୍ନ ମହଲରୁ ଦାବି ମଧ୍ୟ ହେଉଛି। ଏହି ଦାବି ଜିଲାବାସୀଙ୍କ ପାଇଁ ଆବଶ୍ୟକ। କେନ୍ଦ୍ରାପଡା ଜିଲା ପାଇଁ ପ୍ରସ୍ତାବିତ ୨୬୮.୧୧ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏହାକୁ ଅଞ୍ଚଳବାସୀ ସ୍ବାଗତ କରିବା ସହ ସରକାର ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ମହିଳା ସଙ୍ଗଠନ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ଜଳଯୋଗାଣକୁ ସମର୍ଥନ ଜଣାଇବା ପଛରେ ଥିବା ରହସ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନଦୀଜଳକୁ ନେଇ ବିବାଦ ସୃଷ୍ଟି ନ କରି ଜିଲାର ଭବିଷ୍ୟତ ପାଇଁ ଭଦ୍ରକ ଜିଲାକୁ ପାଣି ଦେବା ବନ୍ଦ ହେବା ଦରକାର ବୋଲି ଜିଲାର ବୁଦ୍ଧଜୀବୀ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri