Posted inଜାତୀୟ

କଲେଜ ଛାତ୍ରଙ୍କୁ ପ୍ରେମ ପରେ ଶିକ୍ଷୟିତ୍ରୀ କହିଲେ- Marry Me… ଜବାବ ଶୁଣି ନେଇଗଲେ ଚରମ ନିଷ୍ପତ୍ତି

ଭୋପାଳ,୨୯।୬: ପ୍ରେମ ଉପରେ କାହାର ନିୟନ୍ତ୍ରଣ ନଥାଏ। ଏହା ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଏବଂ ଯେକୌଣସି ବ୍ୟକ୍ତିଙ୍କ ସହିତ ହୋଇପାରେ। ମଧ୍ୟପ୍ରଦେଶର ଖଣ୍ଡୱାରେ, ଜଣେ ଶିକ୍ଷୟିତ୍ରୀ ତାଙ୍କ ନିଜ ଛାତ୍ରଙ୍କ ପ୍ରେମରେ ପଡ଼ିଗଲେ। ପରେ ସେ ଛାତ୍ରଙ୍କୁ ବିବାହ କରିବ କି ବୋଲି ପ୍ରପୋଜ୍‌ କରିଥିଲେ। ହେଲେ ଛାତ୍ରଜଣଙ୍କ ଏପରି ଉତ୍ତର ଦେଲେ ଯେ ଶିକ୍ଷୟିତ୍ରୀଙ୍କୁ ବଡ଼ ଆଘାତ ଲାଗିଥିଲା। ଏଥିରେ ଶିକ୍ଷୟିତ୍ରୀ ଭାଙ୍ଗି ପଡ଼ି ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇ ଛାତ୍ରଙ୍କୁ ହେପାଜତକୁ ନେଇଛିା। ବର୍ତ୍ତମାନ ତାଙ୍କୁ ପଚରାଉଚରା କରାଯାଉଛି।

ଘଟଣାଟି ପୁନାସା ଚୌକି ଅଞ୍ଚଳର, ଯେଉଁଠାରେ ଆଇଟିଆଇ କଲେଜରେ ପାଠ ପଢ଼ାଉଥିବା ୨୪ ବର୍ଷୀୟ ଶିକ୍ଷୟିତ୍ରୀ ପ୍ରିୟା ଯାଦବ ତାଙ୍କ ଛାତ୍ର ସପନ ଯାଦବଙ୍କ ପ୍ରେମରେ ପଡ଼ିଯାଇଥିଲେ। ସପନ ମଧ୍ୟ ୨୪ ବର୍ଷ ହୋଇଥିଲା। ସପନ ବିବାହ କରିବାକୁ ମନା କରିବାରୁ ପ୍ରିୟା ବହୁତ ଦୁଃଖିତ ହୋଇ ଶୁକ୍ରବାର ଦିନ ତାଙ୍କ ଘରେ ରଶି ଲଗାଇ ଝୁଲି ପଡ଼ିଥିଲେ। ସପନ ଆଖପାଖ ଲୋକଙ୍କ ସହାୟତାରେ ପ୍ରିୟାଙ୍କୁ ଓହ୍ଲାଇ ଡାକ୍ତରଖାନା ନେଇଯାଇଥିଲେ, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ପଚରାଉଚରା ସମୟରେ ସପନ କହିଥିଲେ ଯେ ସେ ନର୍ମଦା ନଗରରେ ଆଇଟିଆଇ ପଢ଼ନ୍ତି। ପ୍ରିୟା କିଛି ବର୍ଷ ଧରି ସେଠାରେ ଅତିଥି ଶିକ୍ଷକ ଭାବରେ ପାଠ ପଢ଼ାଉଥିଲେ। ପାଠପଢ଼ା ସମୟରେ ସେମାନେ ପ୍ରେମରେ ପଡିଯାଇଥିଲେ। ସେମାନେ ମୋବାଇଲରେ କଥାବାର୍ତ୍ତା କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ସମ୍ପର୍କ ଗଭୀର ହେଲା। ଗତ ଗୋଟିଏ ବର୍ଷ ଧରି ସେମାନଙ୍କର ପ୍ରେମ ସମ୍ପର୍କ ଥିଲା। ଉଭୟ ସମାନ ଜାତିର ଥିଲେ ଏବଂ ସେମାନଙ୍କ ପରିବାର ମଧ୍ୟ ଏହି ସମ୍ପର୍କ ବିଷୟରେ ଅବଗତ ଥିଲେ।

ଶୁକ୍ରବାର ପ୍ରିୟା ସପନଙ୍କୁ ତାଙ୍କ ଘରକୁ ଡାକିଥିଲେ। ଘରେ ପ୍ରିୟା ସପନଙ୍କୁ ବିବାହ କରିବା ବିଷୟରେ କହିଥିଲେ। ଏହା ଉପରେ ସପନ କହିଥିଲେ ଯେ ସେ ପ୍ରଥମେ ନିଜ ଗୋଡ଼ରେ ଠିଆ ହେବାକୁ ଚାହାଁନ୍ତି। ସେ କିଛି କାମ କରିବାକୁ ଚାହାଁନ୍ତି। ତା’ପରେ ହିଁ ସେ ବିବାହ କରିବେ। ଏହା ଶୁଣି ପ୍ରିୟା ରାଗି ଯାଇଥିଲେ। ସେ ତାଙ୍କ ମୋବାଇଲ ଫୋନ୍‌କୁ ତଳେ ଫିଙ୍ଗି ଭାଙ୍ଗିଦେଇଥିଲେ। ତା’ପରେ ସେ ନିଜ ରୁମ୍‌କୁ ଚାଲିଯାଇଥିଲେ। ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ସେ କୋଠରୀରୁ ବାହାରକୁ ଆସି ନ ଥିଲେ। ତା’ପରେ ସପନ ଛାତ ଉପରକୁ ଯାଇ କୋଠରୀର ଝରକା ଦେଇ ଚାହିଁଥିଲେ। ପରେ ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ପ୍ରିୟା କୋଠରୀରେ ଆତ୍ମହତ୍ୟା କରିଥିଲେ।

କହାଯାଉଛି ଯେ ପ୍ରିୟା ଏକ ସୁଇସାଇଡ୍‌ ନୋଟ ମଧ୍ୟ ଲେଖିଥିଲେ। ଏଥିରେ ସେ ଜୀବନରୁ ଆଶା ହରାଇବା ବିଷୟରେ କହିଥିଲେ। ହେଲେ ସେ କାହାରି ନାମ ଲେଖି ନ ଥିଲେ। ବର୍ତ୍ତମାନ, ପୋଲିସ ଏହି ମାମଲାରେ ସପନକୁ ପଚରାଉଚରା କରୁଛି। ଏହି ମାମଲାରେ ଅଧିକ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ, ପରିବାରଲୋକେ ପ୍ରିୟାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?