Posted inଜାତୀୟ

ତିହାର ଜେଲ୍‌ରେ ଖଲିସ୍ତାନୀ ସକ୍ରିୟ, ସହାୟତା ଯୋଗାଇ ଦେଉଛନ୍ତି ଗ୍ୟାଙ୍ଗଷ୍ଟର- ଜେଲ୍‌ କର୍ମଚାରୀ…

ତିହାର, ୨।୬ : ପଞ୍ଜାବରେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ରାଜ୍ୟରେ ସୁରକ୍ଷା ପ୍ରସଙ୍ଗ ଉପରେ ପୁଣି ଥରେ ପ୍ରଶ୍ନ ଉଠାଇଛି। ଅପରପକ୍ଷରେ, ଖଲିସ୍ତାନୀ ଗୋଷ୍ଠୀର ସକ୍ରିୟତା ମଧ୍ୟ ଚିନ୍ତାର କାରଣ ପାଲଟିଛି। ପ୍ରକାଶ ଯେ, ଏହି ଗୋଷ୍ଠୀମାନେ ସେମାନଙ୍କ କାର୍ଯ୍ୟ ପାଇଁ ତିହାରରେ ରହୁଥିବା ଅପରାଧୀଙ୍କ ସାହାଯ୍ୟ ନେଉଛନ୍ତି। କେବଳ ଏତିକି ନୁହେଁ ଜେଲ କର୍ମଚାରୀଙ୍କ ସହାୟତା ମିଳୁଥିବା ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସିଛି। ରବିବାର ଜବାହରକେ ଗାଁରେ ମୁସୱାଲାଙ୍କୁ ହତ୍ୟା କରାଯାଇଥିଲା। ନ୍ୟୁଜ ୧୮ ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀର ତିହାର ଜେଲରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଖଲିସ୍ତାନୀ ଗୋଷ୍ଠୀ ବ୍ୟବହାର କରୁଛନ୍ତି।

ତାଙ୍କ କହିବାନୁସାରେ, ଏହି ଅପରାଧୀମାନେ ଜେଲ ପରିସରରୁ ନିଜର କାର୍ଯ୍ୟକଳାପ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ସୂତ୍ରରୁ ଜଣାପଡିଛି ଯେ ତିହାରରେ ପ୍ରାୟ ୧୭-୧୮ ଗ୍ୟାଙ୍ଗଷ୍ଟର ଅଛନ୍ତି, ଯେଉଁମାନେ ସେମାନଙ୍କ କାର୍ଯ୍ୟକୁ ସୁରୁଖୁରୁରେ ଜେଲରେ ରହି ମଧ୍ୟ ଫିଲ୍ମ ଷ୍ଟାଇଲରେ ଚଳାଉଛନ୍ତି।

ଟଙ୍କା ବଦଳରେ ଅପରାଧୀଙ୍କୁ ସାହାଯ୍ୟ କରୁଥିବା ଜେଲ କର୍ମଚାରୀଙ୍କ ଭୂମିକା ନେଇ ମଧ୍ୟ ଅନୁସନ୍ଧାନ ଚାଲିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିଛି ଜେଲ କର୍ମଚାରୀ ଜେଲ ଭିତରେ ଫୋନ ଏବଂ ସିମ କାର୍ଡ ବିତରଣ ପାଇଁ ବିପୁଳ ପରିମାଣର ଟଙ୍କା ଲୁଟି ନେଉଥିବାର ଅଭିଯୋଗ ହୋଇଛି।

ସୂତ୍ରରୁ ପ୍ରକାଶ ଯେ କାନାଡାର ଖଲିସ୍ତାନୀ ଗୋଷ୍ଠୀ ଏହି ଗ୍ୟାଙ୍ଗଷ୍ଟରମାନଙ୍କୁ ଅପରାଧିକ ତଥା ଭାରତ ବିରୋଧୀ କାର୍ଯ୍ୟକଳାପରେ ବ୍ୟବହାର କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ଗୋଷ୍ଠୀଗୁଡିକ ଟଙ୍କା ଆଦାୟ ପାଇଁ ଗାୟକମାନଙ୍କୁ ଚିହ୍ନଟ କରିଛନ୍ତି । ସମ୍ପ୍ରତି ପଞ୍ଜାବୀ ଗାୟକ ମାନକିରାଟ ଅଲାଖ ସୁରକ୍ଷା ଦାବି କରିଛନ୍ତି। ମୁସୱାଲାଙ୍କ ହତ୍ୟା ପାଇଁ କାନାଡାର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଦାୟୀ ବୋଲି ରିପୋର୍ଟରେ କୁହାଯାଇଛି। ବିଶେଷ କଥା ହେଉଛି ସେ ତିହାର ଜେଲାରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କ ନିକଟତର।

ତିହାର ଜେଲରେ ରହୁଥିବା ଅଧିକାଂଶ ଗ୍ୟାଙ୍ଗଷ୍ଟର ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ବାସିନ୍ଦା। ରିପୋର୍ଟ ଅନୁଯାୟୀ, ଜେଲ ଅଧିନିୟମ ଅନୁଯାୟୀ ସେମାନଙ୍କୁ ବିଭିନ୍ନ ଜେଲକୁ ପଠାଇବା ପାଇଁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଛି ବୋଲି ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

୨୦୨୯ ନିର୍ବାଚନ ପାଇଁ BJPର ମାଷ୍ଟରପ୍ଲାନ୍‌, କାଲି ଘୋଷଣା ହେବ ନୂଆ ଟିମ୍‌! ଏହି ନେତାଙ୍କୁ ମିଳିବ ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୬।୮: ଭାଜପାରେ ଖୁବ୍‌ଶୀଘ୍ର ଏକ ବଡ଼ ସାଂଗଠନିକ ପୁନର୍ଗଠନ ହେବାକୁ ଯାଉଛି । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନେତୃତ୍ୱରେ ଦଳର ନୂଆ ଟିମ୍‌ ଘୋଷଣା…

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

‘ଯଦି ତୁମର ଲଜ୍ଜା ଅଛି, ତେବେ ହାତ ଯୋଡି ୧୪୦ କୋଟି ଜନତାଙ୍କୁ କ୍ଷମା ମାଗ’, କାହିଁକି ସୋନିଆଙ୍କୁ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୬।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ରାଜସ୍ଥାନ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ମନ୍ତବ୍ୟ ଦେଇଥିଲେ ଯେ କଂଗ୍ରେସ ଦଳର ମୁଖ୍ୟାଳୟରେ ‘ବନ୍ଦେ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri