Posted inଫୁରସତ

କି-ବୋର୍ଡ ପଫର୍‌ ଜ୍ୟାକେଟ୍‌

ଫ୍ୟାଶନ୍‌ ନାଁରେ ବେଳେବେଳେ କିଛି କମ୍ପାନୀ ଏଭଳି ପୋଷାକ ତିଆରି କରନ୍ତି ଯେ, ତାହା ବେଶ୍‌ ଅଜବ ଲାଗେ। ଆଉ ବେଳେ ବେଳେ ଏଭଳି ଅଜବ ପୋଷାକ ଟ୍ରେଣ୍ଡ ବି ପାଲଟିଯାଏ। ଯେମିତିକି ଏବେ ଏକ ଅଜବ ଜ୍ୟାକେଟ୍‌ ଟ୍ରେଣ୍ଡରେ ଅଛି। ଏହା ଏକ ପଫର୍‌ ଜ୍ୟାକେଟ ଓ ଦେଖିବାକୁ କମ୍ପ୍ୟୁଟରର କି-ବୋର୍ଡ ପରି। କାରଣ ଏଥିରେ କମ୍ପ୍ୟୁଟର କି-ବୋର୍ଡର କି’ ଗୁଡିକ ରହିଛି। ତେଣୁ ଏହାକୁ ପିନ୍ଧିଥିବା ବ୍ୟକ୍ତି ଦୂରରୁ ଜଣେ କି-ବୋର୍ଡ ପରି ଲାଗିବେ। ଲିମିନାଲ ଓ୍ବାର୍କଶପ ନାମକ ଗାରମେଣ୍ଟ କମ୍ପାନୀ ଏହି ଜ୍ୟାକେଟ୍‌କୁ ପ୍ରସ୍ତୁତ କରିଛି। ଉକ୍ତ କି-ବୋର୍ଡ ପଫର୍‌ ଜ୍ୟାକେଟ୍‌ର ପ୍ରତ୍ୟେକ କି’ ତଳେ ପାଉଚ୍‌ ତିଆରି କରାଯାଇଛି। ଯାହାଫଳରେ ତା’ ଭିତରେ ଜିନିଷ ରଖିହେବ। ସେଥିରେ ଚେନ୍‌ ବି ଲାଗିଛି, ଯଦ୍ୱାରା ଜିନିଷ ରଖିବା ପରେ ସେହି କି’ବୋର୍ଡ ପାଉଚ୍‌କୁ ବନ୍ଦ କରିହେବ। ଉକ୍ତ ଜ୍ୟାକେଟ୍‌କୁ ଓ୍ବାଟର ରେଜିଷ୍ଟାଣ୍ଟ ନାଇଲନ୍‌ରେ ତିଆରି କରାଯାଇଛି। କମ୍ପାନୀ ଏହି ଜ୍ୟାକେଟ୍‌ ଦୁଇଟି କଲର୍‌ରେ ଆଣିଛି । ଗୋଟିଏ କଳା ଓ ଧୁସର ରଙ୍ଗ କମ୍ବିନେସନ୍‌ର ଓ ଅନ୍ୟଟି ଧଳା ରଙ୍ଗର। ଏହାର ମୂଲ୍ୟ ୨୬୯.୯୯ ଡଲାର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?