Posted inଫୁରସତ

ଦାମୀ ବ୍ରେଡ ‘ଗୋଲ୍ଡ ଲିଫ୍‌ ବ୍ରେଡ’, ମୂଲ୍ୟ ୧୦ ହଜାର ଟଙ୍କା

ବ୍ରେଡ୍‌ ବା ପାଉଁରୁଟି ଗରିବରୁ ଧନୀ ଯାଏ ସମସ୍ତେ ଖାଆନ୍ତି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ବି ଏକ ବ୍ରେଡ ଅଛି, ଯାହାକୁ ଖାଇବା ସାଧାରଣ ମଣିଷ ଲାଗି ସାତ ସପନ। କାରଣ ଏହା ହେଉଛି ପୃଥିବୀର ସବୁଠାରୁ ଦାମୀ ବ୍ରେଡ; ଯାହାର ନାଁ ଗୋଲ୍ଡ ଲିଫ୍‌ ବ୍ରେଡ। ଏହାର ମୂଲ୍ୟ ୧୨୦.୭୩ ଡଲାର ବା ୧୦ ହଜାର ଟଙ୍କା । ସ୍ପେନ, ଆଣ୍ଡାଲୁସିଆର ବେକର୍‌ ମୋରେନୋ ଏହାକୁ ତିଆରି କରିଛନ୍ତି। ୭୦ ବର୍ଷର ତାଙ୍କର ଏହି ଫ୍ୟାମିଲି ବେକେରୀରେ ସେମାନେ ୫୦ ଭିନ୍ନ ଭିନ୍ନ ପ୍ରକାରର ବ୍ରେଡ ତିଆରି କରନ୍ତି। ତେବେ ଏହି ଗୋଲ୍ଡ ଲିଫ୍‌ ବ୍ରେଡ୍‌ରେ ମୋରେନୋ ୨୫୦ ମି.ଗ୍ରା.ର ଗୋଲ୍ଡ ଡଷ୍ଟ ବ୍ୟବହାର କରିଥାନ୍ତି; ଯାହାକି ଏହି ବ୍ରେଡକୁ ସ୍ବତନ୍ତ୍ର କରେ। ଆଉ ଏହାର ମୂଲ୍ୟ ଆକାଶ ଛୁଆଁ କରାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri