କେସିଙ୍ଗା ଏନଏସିରୁ ମ୍ୟୁନିସିପାଲଟି ଗଠନକୁ ଦୃଢ଼ ବିରୋଧ:ଗର୍ଜିଲେ ପଞ୍ଚାୟତବାସୀ

କେସିଙ୍ଗା,୧୯।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ତହସିର ଗ୍ରାମ ପଞ୍ଚାୟତର କୁର୍ଲୁପଡା ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ୱାର୍ଡ ସଭ୍ୟ ଯୋଗେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ପଲ୍ଲିସଭା ସୋମବାର ଅନୁଷ୍ଠିତ ହୋଇଥିଲା। ୱାର୍ଡ ନମ୍ବର ୧୨ସ୍ଥିତ ନୂଆପଡା ଓ ୧୩ନମ୍ବର ୱାର୍ଡର କୁର୍ଲୁପଡା ଗ୍ରାମର ଭୋଟର ସଂଖ୍ୟା ୮୩୨ଜଣଙ୍କୁ ନେଇ ନୂତନ ଭାବେ ଗଠନ ହେବାକୁ ଥିବା ମୁନ୍‌ସିପାଲଟି ସାମିଲ ହେବା ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ପଲ୍ଲିସଭା ଅନୁଷ୍ଠିତ ହୋଇଥିଲା।

କିନ୍ତୁ ଗ୍ରାମପଞ୍ଚାୟତବାସୀ ନୂତନ ମୁନ୍‌ସିପାଲଟି ଗଠନକୁ ସାମିଲ ନ ହେବା ପାଇଁ ଦୃଢ଼ ବିରୋଧ କରିଥିଲେ।
କାରଣ ଏହି ଗ୍ରାମ ପଞ୍ଚାୟତ ଏକ ଆଦିବାସୀ, ହରିଜନ ଓ ପଛୁଆ ବର୍ଗର ଲୋକଙ୍କୁ ନେଇ ଗ୍ରାମ ପଞ୍ଚାୟତ ଗଠନ ହୋଇଛି। ବିରୋଧ କରିବାର ମୁଖ୍ୟ କାରଣ ହେଲା ୧୯୬୬ମସିହାରେ ସ୍ଥାପିତ ପ୍ରାଥମିକ ବିଦ୍ୟାଳୟର ଖେଳ ପଡିଆ,୧୯୮୩ ମସିହାରେ ଆଦିବାସୀ, ହରିଜନ ଓ ପଛୁଆ ବର୍ଗର ଲୋକଙ୍କ ଜମିରେ ସେବା ପେପର ମିଲ ନିର୍ମାଣ ହେବାପାଇଁ ୧୮୦ ଏକର ଜମି ଅଧିଗ୍ରହଣ କରି ଥିଲା। ଆଜିକୁ ଦୀର୍ଘ ୪୨ବର୍ଷ ବିତିଯାଇଥିଲେ ମଧ୍ୟ କାଗଜ କଳ ନ ହୋଇ ରାଜ୍ୟ ସରକାର ଇଡ୍‌କୋ କମ୍ପାନୀକୁ ଜମି ବିକ୍ରି କରି ଦେଇଛନ୍ତି।

ଗ୍ରାମଞ୍ଚଳର ନିରୀହ ଲୋକମାନେ ସହରରେ ଖାପ ଖାଇ ଚଳିବା ପାଇଁ କଷ୍ଟ ହେବ ବୋଲି ନୂତନ ମ୍ୟୁନିସିପାଲଟିରେ ସାମିଲ ହେବେ ନାହିଁ ବୋଲି ପଲ୍ଲି ସଭା ରେ ଦୃଡ଼ ବିରୋଧ କରିଛନ୍ତି।ଏହା ସହିତ ଜିଲାପାଳ ଙ୍କ ଜନ ଶୁଣାଣି ଶିବିରରେ ମଧ୍ୟ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି। ଯଦି ମ୍ୟୁନିସିପାଲଟି ଗଠନରେ ଖିଲାପି ଦେଖାଦେଲେ କିମ୍ବା ଅପ୍ରୀତିକର ଘଟଣା ଘଟିଲେ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟି ରହିବେ ଏବଂ ଯଦି ଲୋକଙ୍କୁ ଜବର ଦସ୍ତି ଜାଲ ଦସ୍ତଖତ କରି ମ୍ୟୁନିସିପାଲଟି ଗଠନ କରାଯାଏ,ତେବେ ଆଦିବାସୀ ମେଳି କରାଯିବା ସହିତ ଗଣ ଆନ୍ଦୋଳନ କରାଯିବ ବୋଲି ପଞ୍ଚାୟତ ବାସୀ ଦୃଢ଼ ବିରୋଧ କରି ପ୍ରଶାସନ କୁ ଚେତାବନୀ ଦେଇଛନ୍ତି ।ଏଥିରେ ତହସିର ଗ୍ରାମ ପଞ୍ଚାୟତ ର ସରପଞ୍ଚ ମମତା ରାଣୀ ନାଗଙ୍କୁ ପଚାରିବାରୁ ମୋତେ ଲୋକେ ଭୋଟ ଦେଇ ବିଜୟୀ କରାଇଛନ୍ତି। ମୁଁ ଜନସାଧାରଣ ଯାହା ନିଷ୍ପତ୍ତି ନେବେ ତାଙ୍କ କଥା ରେ ରାଜି ହେବି ବୋଲି ପ୍ରକାଶ କରିଥିଲେ। ଉକ୍ତ ଗ୍ରାମ ପଞ୍ଚାୟତର ସମିତି ସଦସ୍ୟା ପିଙ୍କି ମାଝୀ,ପୂର୍ବତନ ସରପଞ୍ଚ ଯୋଗେନ୍ଦ୍ର ସାହୁ, ଯୁବରାଜ ସାହୁ,ସୁଲପାଣି ସାହୁ,ପ୍ରମୁଖ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?