ଅବ୍ୟବସ୍ଥାରେ କେରେଡାଙ୍ଗ ଉଚ୍ଚ ବିଦ୍ୟାଳୟ

ନୂଆଗଡ଼,୧୦ା୪: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଛାତ୍ରୀଛାତ୍ରମାନଙ୍କୁ ଉନ୍ନତ ମାନର ପାଠପଢା ସହିତ ଅନ୍ୟାନ୍ୟ ଜ୍ଞାନକୌଶଳର ଅଭିବୃଦ୍ଧି ପାଇଁ ବିଦ୍ୟାଳୟଗୁଡିକର ରୂପାନ୍ତରଣ କାର୍ଯ୍ୟ କରୁଛନ୍ତି। ଏଥିସହ ବିଭିନ୍ନ ଯୋଜନାମାନ ପ୍ରଣୟନ କରି ସରକାରୀ ବିଦ୍ୟାଳୟଗୁଡିକ ରୂପାନ୍ତରଣ କାର୍ଯ୍ୟ କରିବା ପାଇଁ ୫-ଟି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଆଦିବାସୀ ଉପାନ୍ତ ଅଞ୍ଚଳରେ ସରକାରୀ ବିଦ୍ୟାଳୟର ସଫଳ ରୂପାୟନ କରିବାଲାଗି ଉପଯୁକ୍ତ ଦେଖାରଖା ତଥା ଦୂରଦୃଷ୍ଟି ଅଭାବରୁ ଉନ୍ନତ ମାନର ଏବଂ ଠିକ ଭାବେ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ ହେଉଛି। ଗଜପତି ଜିଲା ନୂଆଗଡ଼ ବ୍ଲକ ଆଦିବାସୀ ଦୁର୍ଗମ କେରେଡାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ। ଅଚଳ ଅବସ୍ଥାରେ ଶୌଚାଳୟ ଥିବାବେଳେ ପାଣିର ବ୍ୟବସ୍ଥା ନାହିଁ। ବିଦ୍ୟାଳୟ ପରିସର ବାହାରେ ଥିବା ନଳକୂଅରୁ ମଟର ସଂଯୋଗ କରାଯାଇଛି ହେଲେ ସେଥିରୁ ମଧ୍ୟ ପାଣି ବାହାରୁ ନାହିଁ। ଛାତ୍ରୀଛାତ୍ର ବାହାରେ ଯାଇ ପରିସ୍ରା କରୁଥିବା ସହ ପିଇବା ପାଇଁ ପାଣି ମୁନ୍ଦେ ନ ଥିବା କହିଛନ୍ତି। ବିଦ୍ୟୁତର ଠିକ୍‌ ସଂଯୋଗ ହୋଇ ନ ଥିବାରୁ ଗ୍ରୀଷ୍ମ ଋତୁରେ ଫ୍ୟାନ ସବୁ ଅଚଳ ଅବସ୍ଥାରେ ଏବଂ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରୀଛାତ୍ର। ବିଦ୍ୟାଳୟ ପରିସରର ଦୁଇଟି ବଖରା କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବାରୁ ଅଫିସ କାର୍ଯ୍ୟାଳୟ ହୋଇନାହିଁ। ପଡ଼ିଆରେ ଗଦା ଗଦା ହୋଇ ମାଟି ପଡ଼ି ରହିଥିବା ବେଳେ ପଡି଼ଆର ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଅଧାପନ୍ତରା ଭାବେ ରହିଛି। କେଉଁଠି କାନ୍ଥ ଫାଟିଛି ତ କେଉଁଠି ତଳର ଟାଇଲ ଅଧା ପଡି଼ନି। କମ୍ପ୍ୟୁଟର ଲାବ୍‌ର ଝରକା କବାଟ ଚତୁଃପାର୍ଶ୍ୱରେ ଲାଗିଥିବା ଟାଇଲ ଗୋଟି ଗୋଟି ହୋଇ ଖସି ପଡୁଥିବା ବେଳେ କବାଟ ଠିକ୍‌ ଭାବେ ପଡୁନି। ଫଳରେ ବିଦ୍ୟାର୍ଥୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟ ନବମ, ଦଶମ ଶ୍ରେଣୀ ନିମନ୍ତେ ୨୦୦୯ରେ ସ୍ଥାପିତ ହୋଇଛି। ଏହାକୁ ଏକ ବର୍ଷ ପୂର୍ବେ ଦ୍ୱିତୀୟ ପର୍ଯ୍ୟାୟରେ ୫-ଟି ଯୋଜନାରେ ରୂପାନ୍ତରିତ କରାଯାଇଛି। କନିଷ୍ଠ ଯନ୍ତ୍ରୀଙ୍କ ନାମରେ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟର କାର୍ଯ୍ୟାଦେଶ ଦିଆଯାଇଥିଲା। ସ୍ଥାନୀୟ ପ୍ରଶାସନର ଅବହେଳାରୁ ବିଦ୍ୟାଳୟର ଅବସ୍ଥା ଏଭଳି ସ୍ଥିତିରେ ରହିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବିଦ୍ୟାଳୟର ସମସ୍ୟା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବରଙ୍କୁ ପଚାରି ବୁଝିବାରୁ ଏହାର ତଦନ୍ତ କରିଛି, ଶୀଘ୍ର ବିଦ୍ୟାଳୟର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri