ଭାଲେଣ୍ଟାଇନ୍ସ ଡେ’ରେ ସ୍ବାମୀଙ୍କୁ ଲିଭର ଉପହାର ଦେଲେ ପତ୍ନୀ

ଥିରୁଭାନନ୍ତପୁରମ,୧୫।୨: ପ୍ରେମର ପ୍ରତୀକ ଭାବେ ଭାଲେଣ୍ଟାଇନ୍ସ ଡେ’କୁ ଜଣାଯାଏ। ପ୍ରେମୀଯୁଗଳମାନେ ଏହି ଦିନକୁ ବେଶ୍‌ ଉଲ୍ଲାସ ସହ ପାଳନ କରିବା ସହ ନିଜର ମନର ଭାବନାକୁ ପରିପ୍ରକାଶ କରିଥାନ୍ତି। କିଏ ଗିଫ୍ଟ ତ ଆଉ କିଏ ଫୁଲ ଦେଇ ନିଜର ପ୍ରେମର ଭାବନାକୁ ପରିପ୍ରକାଶ କରିଥାନ୍ତି। କିନ୍ତୁ ଭାଲେଣ୍ଟାଇନ୍ସ ଡେ’ କେରଳର ଜଣେ ମହିଳା ନିଜ ସ୍ବାମୀଙ୍କୁ ଏକ ନିଆରା ଉପହାର ଦେଇଛନ୍ତି। ଯାହା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। କେରଳର କୋଟାୟାମରେ ଜଣେ ପତ୍ନୀ ଭାଲେଣ୍ଟାଇନ୍ସ ଡେ’ରେ ନିଜ ସ୍ବାମୀଙ୍କୁ ଲିଭର ଦାନ କରି ପ୍ରକୃତ ପ୍ରେମର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସରକାରୀ ହସ୍ପିଟାଲରେ ଏହା ରାଜ୍ୟର ଦ୍ୱିତୀୟ ଥର ଲିଭର ପ୍ରତିରୋପଣ କରାଯାଇଛି। ସୂଚନା ମୁତାବକ କୁନ୍ନାମକୁଲମର ଭେଲୁର କୋଟାପାଡିରେ ରହୁଥିବା ୩୯ବର୍ଷୀୟ ପ୍ରବିଜ୍ଞା ୪୩ବର୍ଷୀୟ ସ୍ବାମୀ ସୁବିଶଙ୍କୁ ଲିଭର ଦାନ କରିଛନ୍ତି। କୋଟ୍ଟୟମ ମେଡିକାଲ କଲେଜରେ ସୋମବାର ସକାଳ ୬ଟାରେ ଏହି ସର୍ଜରୀ ଆରମ୍ଭ ହୋଇଥିବା ବେଳେ ଏହା ପ୍ରାୟ ୧୭ ଘଣ୍ଟା ଧରି ଚାଲିଥିଲା। ସର୍ଜରୀର ପ୍ରଥମ ପର୍ଯ୍ୟାୟ ସନ୍ଧ୍ୟା ୫ଟାରେ ଶେଷ ହୋଇଥିବା ବେଳେ ପୁଣିଥରେ ସାଢ଼େ ୫ଟାରୁ ସର୍ଜରୀ ଆରମ୍ଭ ହୋଇଥିଲା। ଦୀର୍ଘ ୫ଘଣ୍ଟା ଧରି ଏହି ଅପ୍‌ରେସନ ଚାଲିଥିଲା। ତେବେ ଡକ୍ଟର ଆର.ଏସ୍‌ ସିନ୍ଧୁଙ୍କ ନେତୃତ୍ୱରେ ୯ଜଣ ଟେକ୍ନିସିଆନଙ୍କ ସହାୟତାରେ ଅନ୍ୟ ୨୯ଜଣ ଡାକ୍ତରଙ୍କ ଏକ ଟିମ ଦ୍ୱାରା ଏହି ଅପରେସନ ସଫଳ ହୋଇଥିଲା। ଏବେ ବି ସୁବିଶ ଭେଣ୍ଟିଲେଟରରେ ଥିବା ବେଳେ ଆଗାମୀ ୪୮ଘଣ୍ଟା ତାଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପଟେ କେରଳର ଅଙ୍ଗ ପ୍ରତିରୋପଣ ସର୍ଜରୀ କ୍ଷେତ୍ରରେ ଏହା ଏକ ବଡ଼ ମାଇଲଖୁଣ୍ଟ ବୋଲି କେରଳର ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

ଝଡବର୍ଷା ସମ୍ଭାବନା: ୯ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୭ା୧୦ (ବନ୍ଦନା ସେଠୀ):ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି। ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୧୦(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚଳିତମାସ ୧୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

ଅଭାବ ଆଗରେ ହାର୍‌ ମାନିଲାନି ସ୍ବପ୍ନ: ଶାଢ଼ି ପିନ୍ଧି ଖାଲିପାଦରେ ୧,୬୦୦ ମିଟର ଦୌଡ଼ିଲେ ମହିଳା

ରାଞ୍ଚି, ୭ା୧୦:ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ମନରେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଥିଲେ କୌଣସି ବି ବାଧାବିଘ୍ନ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚତ୍ବାରୁ ଅଟକାଇ ପାରିବନାହିଁ।…

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?