Posted inଜାତୀୟ

ଆରଏସ୍‌ଏସ୍‌ ପ୍ରମୁଖଙ୍କୁ ଭେଟିଲେ କେରଳ ରାଜ୍ୟପାଳ, କଂଗ୍ରେସ କହିଲା ମତଭେଦ ଦୂର କରୁ ଭାଜପା…

ଥିରୁଭାନନ୍ତପୁରମ୍‌, ୧୮।୯ : କେରଳ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ନିଯୁକ୍ତିକୁ ନେଇ ରାଜ୍ୟପାଳ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ସରକାରଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଛି। ରାଜ୍ୟପାଳ ସ୍ପଷ୍ଟ ଭାବରେ କହିଥିଲେ ଯେ ରାଜ୍ୟ ସରକାରଙ୍କୁ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିବାର ଅଧିକାର ଦିଆଯାଇପାରିବ ନାହିଁ। ଇତି ମଧ୍ୟରେ ଶନିବାର ବିଳମ୍ବିତ ରାତିରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତଙ୍କୁ ଭେଟିଥିଲେ।

ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ ଖାନ ରାତି ପ୍ରାୟ ୮ ଟାରେ ଭାଗଓ୍ବତଙ୍କ ସହ ଅଳ୍ପ ସମୟର ବୈଠକ କରିଥିଲେ। ଏହି ବୈଠକ ଆରଏସଏସ ନେତାଙ୍କ ଘରେ ହୋଇଥିଲା। ଏହା ଏକ ସୌଜନ୍ୟମୂଳକ ବୈଠକ ଥିଲା ଏବଂ ଏହାର ପୂର୍ବ ବ୍ୟବସ୍ଥା କରାଯାଇଥିଲା ।
ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବଢୁଥିବା ମତଭେଦର ସମାଧାନ ପାଇଁ ବିରୋଧୀ କଂଗ୍ରେସ କେନ୍ଦ୍ର ଓ ଭାଜପାର ହସ୍ତକ୍ଷେପ ଲୋଡ଼ିଛି। ଏହା ପରେ ଭାଜପା କହିଛି ଯେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ସାମ୍ବିଧାନିକ ମୂଲ୍ୟବୋଧକୁ ପାଳନ କରି ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି ଏବଂ ତାଙ୍କୁ ନୀରବ କରିବାକୁ ଚେଷ୍ଟା କଲେ କିଛି ଲାଭ ହେବ ନାହିଁ।

ଶନିବାର ସକାଳେ ରାଜ୍ୟପାଳ ଗଣମାଧ୍ୟମକୁ ଭେଟି ସିପିଆଇ (ଏମ) ସରକାରଙ୍କୁ ୨୦୧୯ ରେ କଂଗ୍ରେସ ସମୟରେ କନ୍ନୁର ବିଶ୍ୱବିଦ୍ୟାଳୟରେ ତାଙ୍କ ଉପରେ ଆକ୍ରମଣ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗରେ ପୋଲିସ ମାମଲା ରୁଜୁ ନକରିବାକୁ ରୋକା ଯାଇଥିବା ସେ ଅଭିଯୋଗ କରିଛନ୍ତି।

ପରବର୍ତ୍ତୀ ସମୟରେ, ସିପିଆଇ (ଏମ) ରାଜ୍ୟ ୟୁନିଟ ସଚିବ ଏମ.ଭି ଗୋବିନ୍ଦ ତିରୁଭାନନ୍ତପୁରମର ଏକେଜି କେନ୍ଦ୍ରରେ ଏକ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ବିରୋଧ ହଠାତ ହୋଇଥିଲା ଏବଂ ଏହା ପଛରେ କୌଣସି ଷଡଯନ୍ତ୍ର ନଥିଲା।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଖାନଙ୍କ ଆଚରଣ ରାଜ୍ୟପାଳ ପଦ ପାଇଁ ଅନୁକୂଳ ନୁହେଁ ବୋଲି ବାମପନ୍ଥୀ ନେତା ଅଭିଯୋଗ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଖାନଙ୍କୁ ରାଜ୍ୟ ବିଶ୍ୱବିଦ୍ୟାଳୟରେ ନିଯୁକ୍ତିରେ ବଂଶବାଦ ସମ୍ପର୍କରେ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିବୃତ୍ତିକୁ ଖାନ୍‌ ଭିତ୍ତିହୀନ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri