କେନ୍ଦ୍ରାପଡ଼ାରେ ଡେରା ପକାଇଛି କେରଳ ବସ୍‌

କେନ୍ଦ୍ରାପଡ଼ା ଅଫିସ, ୨୬ା୧୦: ଦୀପାବଳି ପର୍ବ ଶେଷ ହୋଇନାହିଁ। କେନ୍ଦ୍ରାପଡ଼ା ଜିଲାର ଗଣପର୍ବରେ ସାମିଲ ହେବାକୁ ପ୍ରବାସରୁ ଆସିଥିବା ଶ୍ରମିକ କର୍ମସ୍ଥଳକୁ ବାହୁଡିଲେଣି। ଏଥିପାଇଁ ବିଭିନ୍ନ ରାଜ୍ୟରୁ ବସ ଆସି ଜିଲାର ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା ଆଦି ବ୍ଲକ ଅଞ୍ଚଳରେ ଡେରା ପକାଇଛନ୍ତି। ଏ ସମ୍ପର୍କରେ ରାଜନଗର ବ୍ଲକ ସାତଭାୟାର ସୁଦର୍ଶନ ରାଉତ କହିଛନ୍ତି, କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲା ଏବେ ଭିତ୍ତିଭୂମି ଅଭାବରୁ କୃଷି କ୍ଷେତ୍ର ପଡିଆ ପଡୁଛି। ଜିଲାରେ ଖଣି ଓ ଶିଳ୍ପ ନାହିଁ। ୫୭ ହଜାରରୁ ଅଧିକ ଗ୍ରାଜୁଏଟ ଓ ବୈଷୟିକ ଜ୍ଞାନଧାରୀ ଜିଲା କର୍ମ ନିୟୋଜନ ବିଭାଗରେ ନିଜର ନାମ ପଞ୍ଜୀକରଣ କରିଥିଲେ ମଧ୍ୟ ନିଯୁକ୍ତି ନାହିଁ। ଜୀବନଧାରଣ ଓ ପରିବାର ପୋଷଣ ପାଇଁ ଜିଲା ବାହାରକୁ ଯୁବବର୍ଗଙ୍କୁ ଯିବାକୁ ପଡୁଛି। ଏହି ବାକ୍ୟଗୁଡ଼ିକ କେବଳ ସୁଦର୍ଶନଙ୍କର ନୁହେଁ, ବରଂ କେରଳ ବସରେ ଚଢ଼ୁଥିବା ବହୁ ଯୁବତୀଯୁବକଙ୍କ ମନର କଥା। ସାତଭାୟାର ଭରତ ବେହେରା କହିଛନ୍ତି, ସମୁଦ୍ର ତଟରେ ଘର ସହିତ ଚାଷ ଜମି ଥିଲା। ତଟକ୍ଷୟ ଯୋଗୁ ଏଠାରେ ଥିବା ୭ ଗ୍ରାମ ସମୁଦ୍ରରେ ମିଶିଯାଇଛି। ଗ୍ରାମରେ ଥିବା ୫୭୧ ପରିବାର ନିକଟସ୍ଥ ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି। ପ୍ରତି ପରିବାରର ଥିବା ଚାଷ ଜମି କି୨ଛି ସମୁଦ୍ରରେ ମିଶିଯାଇଛି। ଅନ୍ୟ ଜମି ସାତଭାୟାରେ ଥିଲେ ମଧ୍ୟ ବଗପାଟିଆକୁ ସ୍ଥାନାନ୍ତର ପରେ ଚାଷ ଜମି ବାବଦ ଅଦ୍ୟାବଧି କୌଣସି ଜମି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇନାହିଁ। ସରକାରଙ୍କ ପକ୍ଷରୁ ମିଳୁଥିବା ରାଶନ ସାମଗ୍ରୀ ହୁଏତ ମାସକ ମଧ୍ୟରୁ ୧୫ ଦିନ ପେଟ ପୂରାଇବାରେ ସକ୍ଷମ। ତେବେ ଗରିବୀ ହଟାଇବାକୁ ପର୍ଯ୍ୟାପ୍ତ ନୁହେଁ। ଅହେତୁକ ଦରବୃଦ୍ଧି ସାଧାରଣ ଜୀବନଯାପନ ପ୍ରଣାଳୀକୁ ପ୍ରଭାବିତ କରିଛି। ପିଲାଙ୍କ ଆବଶ୍ୟକତା ଏଠାରେ ରହି ପୂରଣ କରି ହେଉନାହିଁ। କିଛି ଭଲ ରୋଜଗାର ଆଶାରେ ପ୍ରଥମଥର ପାଇଁ କେରଳ ଯାଉଥିବା ସେ ପ୍ରକାଶ କରିଛନ୍ତି। ଗୁପ୍ତିର ସରୋଜକାନ୍ତ ସ୍ବାଇଁ କହିଛନ୍ତି, ଏର୍ଣ୍ଣାକୁଲମ ଜିଲା ପେରୁମଭୁରଠାରେ ଗୋଟିଏ ପ୍ଲାଇଉଡ କମ୍ପାନୀରେ ଚାକିରି କରନ୍ତି। ପ୍ରତିବର୍ଷ ଗଣେଶ ପୂଜା ପୂର୍ବରୁ ଘରକୁ ଫେରନ୍ତି। ଜିଲାର ଗଣପର୍ବ ଗଜଲକ୍ଷ୍ମୀ ଓ କାଳୀ ପୂଜା ପରେ କର୍ମସ୍ଥଳୀକୁ ଫେରନ୍ତି। ଜିଲାର କର୍ମ ନିୟୋଜନ ସମ୍ପର୍କରେ ସେ କୁହନ୍ତି, ପ୍ରାକୃତିକ ବିପର୍ଯ୍ୟୟ କୃଷି କ୍ଷେତ୍ର ପାଇଁ ବିପଦ ହୋଇଥିବା ବେଳେ ସରକାରୀ ପ୍ରୋତ୍ସାହନର ଅଭାବ ଅଛି। ଏଠାରେ ଅର୍ଥକରୀ ଫସଲ ଉତ୍ପାଦନ ହେଲେ ମଧ୍ୟ ବଜାର ମଣ୍ଡି ଓ ଶୀତଳ ଭଣ୍ଡାର ଅଭାବରୁ ଅଭାବୀ ବିକ୍ରି କରିବାକୁ ପଡେ। ସେହିପରି ଜିଲାରେ କୌଣସି କଳକାରଖାନା ନ ଥିବାରୁ ଯୁବବର୍ଗ କର୍ମନିଯୁକ୍ତି ପାଇଁ କେରଳ, ତାମିଲନାଡୁ, ସୁରଟ ଆଦି ଅଞ୍ଚଳକୁ ଯାଇଥାନ୍ତି। ଶ୍ରମିକଙ୍କ ସଂଖ୍ୟା ଏଠାରେ ଅଧିକ ଥିବାରୁ କମ୍ପାନୀ ପକ୍ଷରୁ ସେଠାକୁ ଯିବା ପାଇଁ ବସ୍‌ ବ୍ୟବସ୍ଥା କରାଯାଇଛି। ଜିଲାରେ ପର୍ଯ୍ୟାପ୍ତ କର୍ମ ନିଯୁକ୍ତି ମିଳିଲେ ଯୁବବର୍ଗ ୨୦୦୦ କିଲୋମିଟର ଦୂରକୁ କାହିଁକି ଯାଉଥାନ୍ତୁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବୁଦ୍ଧିଜୀବୀ ରାଜନଗରର ଜଗନ୍ନାଥ ଦାସ କହିଛନ୍ତି, ପୂଜା ପରବର୍ତ୍ତୀ ସମୟରେ ବ୍ଲକ ଅଞ୍ଚଳରୁ ୬୦ରୁ ଊର୍ଦ୍ଧ୍ୱ ବସ କେରଳ, ତାମିଲନାଡୁ, ସୁରଟ ଆଦି ଅଞ୍ଚଳକୁ ଯାଉଛି। ପ୍ଲାଇଉଡ, ସୂତାକଳ, ମାଛ ଚାଷ ଆଦିରେ ଏମାନେ କାର୍ଯ୍ୟ କରୁଛନ୍ତି। ଦଶମ ପରୀକ୍ଷା ପରେ କର୍ମନିଯୁକ୍ତି ପାଇଁ ଘରୁ ଗୋଡ କାଢୁଥିବା ବେଳେ ଏଥିରେ ନାବାଳିକାଠାରୁ ମହିଳାଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ରାଜନଗର ସହିତ ମହାକାଳପଡ଼ା, ଆଳି, ପଟ୍ଟାମୁଣ୍ଡାଇ ଓ ରାଜକନିକା ବ୍ଲକ ଅଞ୍ଚଳରେ କର୍ମ ନିଯୁକ୍ତି ପାଇଁ ପ୍ରାୟ ୫୧ ପ୍ରତିଶତ ପରିବାର ଜିଲା ବାହାରକୁ ଯାଉଥିବା ଏକ ବେସରକାରୀ ସଂସ୍ଥା ଆକଳନ କରିଛି। ବହୁ ସମୟରେ ଏମାନଙ୍କ ନିର୍ଯାତନା କାହାଣୀ ଶୁଣିବାକୁ ମିଳୁଛି। ଜିଲାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ହେଲେ ଏହାର ସମାଧାନ ହୋଇପାରିବ। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସହଣୀ ଅର୍ଥକରୀ ଚାଷ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ବାବଲମ୍ବୀ କରିପାରିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

ଘୁଞ୍ଚିଲା ଏସିଆନ ଗେମ୍ସ ରିଭ୍ୟୁ ବୈଠକ, କେବେ ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଦେଶର ପ୍ରଦର୍ଶନକୁ ରିଭ୍ୟୁ କରିବା ପାଇଁ ଜାତୀୟ କ୍ରୀଡ଼ା ଫେଡେରେଶନମାନଙ୍କ ସହ କ୍ରୀଡ଼ା ମନ୍ତ୍ରଣାଳୟର ଦିନିକିଆ ବୈଠକକୁ ଆସନ୍ତା…

ଶୀତଦିନେ ରୁମ୍‌ ହିଟର କିଣିବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା, ନଚେତ୍‌ ପସ୍ତାଇବେ

ଶୀତଦିନେ ସକାଳୁ ବିଛଣାରୁ ଉଠିବା କଷ୍ଟକର ହୋଇପଡ଼େ। ଘର ଭିତରେ ଥଣ୍ଡା ଯୋଗୁଁ ହାତ ଓ ପାଦ ମଧ୍ୟ ବରଫ ଭଳି ଥଣ୍ଡା ହୋଇଯାଏ। ଏଭଳି ସମୟରେ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?