କେନ୍ଦ୍ରାପଡ଼ାରେ ଡେରା ପକାଇଛି କେରଳ ବସ୍‌

କେନ୍ଦ୍ରାପଡ଼ା ଅଫିସ, ୨୬ା୧୦: ଦୀପାବଳି ପର୍ବ ଶେଷ ହୋଇନାହିଁ। କେନ୍ଦ୍ରାପଡ଼ା ଜିଲାର ଗଣପର୍ବରେ ସାମିଲ ହେବାକୁ ପ୍ରବାସରୁ ଆସିଥିବା ଶ୍ରମିକ କର୍ମସ୍ଥଳକୁ ବାହୁଡିଲେଣି। ଏଥିପାଇଁ ବିଭିନ୍ନ ରାଜ୍ୟରୁ ବସ ଆସି ଜିଲାର ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା ଆଦି ବ୍ଲକ ଅଞ୍ଚଳରେ ଡେରା ପକାଇଛନ୍ତି। ଏ ସମ୍ପର୍କରେ ରାଜନଗର ବ୍ଲକ ସାତଭାୟାର ସୁଦର୍ଶନ ରାଉତ କହିଛନ୍ତି, କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲା ଏବେ ଭିତ୍ତିଭୂମି ଅଭାବରୁ କୃଷି କ୍ଷେତ୍ର ପଡିଆ ପଡୁଛି। ଜିଲାରେ ଖଣି ଓ ଶିଳ୍ପ ନାହିଁ। ୫୭ ହଜାରରୁ ଅଧିକ ଗ୍ରାଜୁଏଟ ଓ ବୈଷୟିକ ଜ୍ଞାନଧାରୀ ଜିଲା କର୍ମ ନିୟୋଜନ ବିଭାଗରେ ନିଜର ନାମ ପଞ୍ଜୀକରଣ କରିଥିଲେ ମଧ୍ୟ ନିଯୁକ୍ତି ନାହିଁ। ଜୀବନଧାରଣ ଓ ପରିବାର ପୋଷଣ ପାଇଁ ଜିଲା ବାହାରକୁ ଯୁବବର୍ଗଙ୍କୁ ଯିବାକୁ ପଡୁଛି। ଏହି ବାକ୍ୟଗୁଡ଼ିକ କେବଳ ସୁଦର୍ଶନଙ୍କର ନୁହେଁ, ବରଂ କେରଳ ବସରେ ଚଢ଼ୁଥିବା ବହୁ ଯୁବତୀଯୁବକଙ୍କ ମନର କଥା। ସାତଭାୟାର ଭରତ ବେହେରା କହିଛନ୍ତି, ସମୁଦ୍ର ତଟରେ ଘର ସହିତ ଚାଷ ଜମି ଥିଲା। ତଟକ୍ଷୟ ଯୋଗୁ ଏଠାରେ ଥିବା ୭ ଗ୍ରାମ ସମୁଦ୍ରରେ ମିଶିଯାଇଛି। ଗ୍ରାମରେ ଥିବା ୫୭୧ ପରିବାର ନିକଟସ୍ଥ ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି। ପ୍ରତି ପରିବାରର ଥିବା ଚାଷ ଜମି କି୨ଛି ସମୁଦ୍ରରେ ମିଶିଯାଇଛି। ଅନ୍ୟ ଜମି ସାତଭାୟାରେ ଥିଲେ ମଧ୍ୟ ବଗପାଟିଆକୁ ସ୍ଥାନାନ୍ତର ପରେ ଚାଷ ଜମି ବାବଦ ଅଦ୍ୟାବଧି କୌଣସି ଜମି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇନାହିଁ। ସରକାରଙ୍କ ପକ୍ଷରୁ ମିଳୁଥିବା ରାଶନ ସାମଗ୍ରୀ ହୁଏତ ମାସକ ମଧ୍ୟରୁ ୧୫ ଦିନ ପେଟ ପୂରାଇବାରେ ସକ୍ଷମ। ତେବେ ଗରିବୀ ହଟାଇବାକୁ ପର୍ଯ୍ୟାପ୍ତ ନୁହେଁ। ଅହେତୁକ ଦରବୃଦ୍ଧି ସାଧାରଣ ଜୀବନଯାପନ ପ୍ରଣାଳୀକୁ ପ୍ରଭାବିତ କରିଛି। ପିଲାଙ୍କ ଆବଶ୍ୟକତା ଏଠାରେ ରହି ପୂରଣ କରି ହେଉନାହିଁ। କିଛି ଭଲ ରୋଜଗାର ଆଶାରେ ପ୍ରଥମଥର ପାଇଁ କେରଳ ଯାଉଥିବା ସେ ପ୍ରକାଶ କରିଛନ୍ତି। ଗୁପ୍ତିର ସରୋଜକାନ୍ତ ସ୍ବାଇଁ କହିଛନ୍ତି, ଏର୍ଣ୍ଣାକୁଲମ ଜିଲା ପେରୁମଭୁରଠାରେ ଗୋଟିଏ ପ୍ଲାଇଉଡ କମ୍ପାନୀରେ ଚାକିରି କରନ୍ତି। ପ୍ରତିବର୍ଷ ଗଣେଶ ପୂଜା ପୂର୍ବରୁ ଘରକୁ ଫେରନ୍ତି। ଜିଲାର ଗଣପର୍ବ ଗଜଲକ୍ଷ୍ମୀ ଓ କାଳୀ ପୂଜା ପରେ କର୍ମସ୍ଥଳୀକୁ ଫେରନ୍ତି। ଜିଲାର କର୍ମ ନିୟୋଜନ ସମ୍ପର୍କରେ ସେ କୁହନ୍ତି, ପ୍ରାକୃତିକ ବିପର୍ଯ୍ୟୟ କୃଷି କ୍ଷେତ୍ର ପାଇଁ ବିପଦ ହୋଇଥିବା ବେଳେ ସରକାରୀ ପ୍ରୋତ୍ସାହନର ଅଭାବ ଅଛି। ଏଠାରେ ଅର୍ଥକରୀ ଫସଲ ଉତ୍ପାଦନ ହେଲେ ମଧ୍ୟ ବଜାର ମଣ୍ଡି ଓ ଶୀତଳ ଭଣ୍ଡାର ଅଭାବରୁ ଅଭାବୀ ବିକ୍ରି କରିବାକୁ ପଡେ। ସେହିପରି ଜିଲାରେ କୌଣସି କଳକାରଖାନା ନ ଥିବାରୁ ଯୁବବର୍ଗ କର୍ମନିଯୁକ୍ତି ପାଇଁ କେରଳ, ତାମିଲନାଡୁ, ସୁରଟ ଆଦି ଅଞ୍ଚଳକୁ ଯାଇଥାନ୍ତି। ଶ୍ରମିକଙ୍କ ସଂଖ୍ୟା ଏଠାରେ ଅଧିକ ଥିବାରୁ କମ୍ପାନୀ ପକ୍ଷରୁ ସେଠାକୁ ଯିବା ପାଇଁ ବସ୍‌ ବ୍ୟବସ୍ଥା କରାଯାଇଛି। ଜିଲାରେ ପର୍ଯ୍ୟାପ୍ତ କର୍ମ ନିଯୁକ୍ତି ମିଳିଲେ ଯୁବବର୍ଗ ୨୦୦୦ କିଲୋମିଟର ଦୂରକୁ କାହିଁକି ଯାଉଥାନ୍ତୁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବୁଦ୍ଧିଜୀବୀ ରାଜନଗରର ଜଗନ୍ନାଥ ଦାସ କହିଛନ୍ତି, ପୂଜା ପରବର୍ତ୍ତୀ ସମୟରେ ବ୍ଲକ ଅଞ୍ଚଳରୁ ୬୦ରୁ ଊର୍ଦ୍ଧ୍ୱ ବସ କେରଳ, ତାମିଲନାଡୁ, ସୁରଟ ଆଦି ଅଞ୍ଚଳକୁ ଯାଉଛି। ପ୍ଲାଇଉଡ, ସୂତାକଳ, ମାଛ ଚାଷ ଆଦିରେ ଏମାନେ କାର୍ଯ୍ୟ କରୁଛନ୍ତି। ଦଶମ ପରୀକ୍ଷା ପରେ କର୍ମନିଯୁକ୍ତି ପାଇଁ ଘରୁ ଗୋଡ କାଢୁଥିବା ବେଳେ ଏଥିରେ ନାବାଳିକାଠାରୁ ମହିଳାଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ରାଜନଗର ସହିତ ମହାକାଳପଡ଼ା, ଆଳି, ପଟ୍ଟାମୁଣ୍ଡାଇ ଓ ରାଜକନିକା ବ୍ଲକ ଅଞ୍ଚଳରେ କର୍ମ ନିଯୁକ୍ତି ପାଇଁ ପ୍ରାୟ ୫୧ ପ୍ରତିଶତ ପରିବାର ଜିଲା ବାହାରକୁ ଯାଉଥିବା ଏକ ବେସରକାରୀ ସଂସ୍ଥା ଆକଳନ କରିଛି। ବହୁ ସମୟରେ ଏମାନଙ୍କ ନିର୍ଯାତନା କାହାଣୀ ଶୁଣିବାକୁ ମିଳୁଛି। ଜିଲାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ହେଲେ ଏହାର ସମାଧାନ ହୋଇପାରିବ। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସହଣୀ ଅର୍ଥକରୀ ଚାଷ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ବାବଲମ୍ବୀ କରିପାରିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri