ସିଇଓଙ୍କୁ ଫେରାଦ ହେଲେ ବିଜେଡି, ଭାଜପା

ଭୁବନେଶ୍ୱର,୨୬।୧୦(ବ୍ୟୁରେ): ଧାମନଗର ଉପନିର୍ବାଚନରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଉଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଟଙ୍କା ଓ ଅନ୍ୟାନ୍ୟ ଜନିଷ ଦେଇ ପ୍ରଲୋଭିତ କରାଯାଉଥିବା ନେଇ ଉଭୟ ଭାଜପା ଓ ବିଜେଡି ପରସ୍ପରକୁ ଦୋଷାରୋପ କରିଛନ୍ତି। ଏ ନେଇ ଉଭୟ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି।
ଭାଜପା ଅଭିଯୋଗ କରିଛି ଯେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜୁ ଜନତା ଦଳ ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଚାଲୁଛି। ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ବିଭିନ୍ନ ବେଆଇନ କାଯର୍‌ୟରେ ଶାସକ ବିଜେଡିକୁ ଘଣ୍ଟ ଘୋଡାଉଛନ୍ତି। ନିଜେ ସିଇଓ ବାଡ ସାଜି, କ୍ଷେତ ଖାଇବା ଭଳି କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଧାମନଗର ଉପନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ହେବା ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି। ଶାସକ ବିଜେଡି ନେତା, ମନ୍ତ୍ରୀ ଓ କର୍ମୀମାନଙ୍କ ଚାପରେ ସରକାରୀ କର୍ମଚାରୀମାନେ ବିଜେଡି ସପକ୍ଷରେ ଭୋଟ କରାଇବା ଦାୟିତ୍ୱରେ ନିୟୋଜିତ ଅଛନ୍ତି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି।
ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଭାଜପା ପକ୍ଷରୁ ସିଇଓ, ଭଦ୍ରକ ଜିଲାପାଳ ତଥା ରିଟର୍ନିଂ ଅଫିସରଙ୍କୁ ତଥ୍ୟ ଓ ପ୍ରମାଣ ସହିତ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ୱେ କୌଣସି କାଯର୍‌ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏସ୍‌ଏଚ୍‌ଜି ଜରିଆରେ ଟଙ୍କା ବାଣ୍ଟିବାର ପ୍ରମାଣ ଦିଆଯିବା ସତ୍ତ୍ୱେ ସିଇଓ କିମ୍ବା ଜିଲାପାଳ କୌଣସି କାଯର୍‌ୟାନୁଷ୍ଠାନ ନେଉନାହାନ୍ତି। ଧାମନଗର ଉପନିର୍ବାଚନ ପାଇଁ ବିଜେଡି ପ୍ରତ୍ୟେକ ପଞ୍ଚାୟତ ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି। ଏହାର ଭିଡିଓ ହାଟରେ ପଡ଼ି ଦାଣ୍ଡରେ ବୁଲୁଛି। ତଥାପି ସିଇଓ ଏବଂ ଜିଲାପାଳ ନୀରବଦ୍ରଷ୍ଟା ସାଜିଛନ୍ତି। ଉଭୟ ପ୍ରଶାସକ ବିଜେଡି ସପକ୍ଷରେ କାଯର୍‌ୟ କରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଆଇନ ବିରୋଧୀ ବୋଲି ସମୀର ମହାନ୍ତି କହିଛନ୍ତି। ତାଙ୍କ ନେତୃତ୍ୱରେ ଏକ ଉଚ୍ଚ ପ୍ରତିନିଧି ଦଳ ଏ ନେଇ ସିଇଓଙ୍କୁ ଫେରାଦ ହୋଇଛି। ଗଣମାଧ୍ୟମରେ ପ୍ରସାରିତ ଭିଡିଓ ସମେତ ସମସ୍ତ ତଥ୍ୟ ଓ ପ୍ରମାଣ ସିଇଓଙ୍କୁ ପ୍ରଦାନ କରାଯାଇଛି। ସିଇଓ ନିଜ କ୍ଷମତାର ବ୍ୟବହାର କରି ଆଇପିସି ଧାରା ୧୭୧-ବି, ୧୭୧-ସି, ୧୭୧-ଇ, ୧୭୧-ଏଫ୍‌ ଏବଂ ଲୋକପ୍ରତିନିଧି ଆଇନ ୧୯୫୧ର ଧାରା ୧୨୩ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାଯର୍‌ୟାନୁଷ୍ଠାନ ପାଇଁ ଭାଜପା ପକ୍ଷରୁ ଦାବି କରାଯାଇଛି। ଆସନ୍ତା ୪୮ ଘଣ୍ଟା ଭିତରେ ସିଇଓ କୌଣସି କାଯର୍‌ୟାନୁଷ୍ଠାନ ଗ୍ରହଣ ନ କଲେ ଭାଜପା ପକ୍ଷରୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବା ସହିତ ଭାରତର ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମହାନ୍ତି କହିଛନ୍ତି।
ଅନ୍ୟପକ୍ଷରେ ଧାମନଗର ଉପନିର୍ବାଚନରେ ଭାଜପା ପକ୍ଷରୁ ଟଙ୍କା ବଣ୍ଟାଯାଉଥିବା ନେଇ ବିଜେଡିର ୭ ଜଣିଆ ପ୍ରତିନିଧି ଦଳ ଭାଜପା ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି। ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଭାଜପା ନେତାମାନେ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଦେଉଥିବା ବିଜେଡି ନେତା ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନ ଏବଂ ବିଭିନ୍ନ ଉପନିର୍ବାଚନରେ ଭାଜପା ଏଭଳି କରୁଥିବା ଦୃଷ୍ଟାନ୍ତ ରହିଛି। ନିର୍ବାଚନ ହାରିଯିବା ଭୟରେ ଭାଜପା ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛି ବୋଲି ବିଜେଡି ଅଭିଯୋଗ କରିଛି। ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସିଇଓଙ୍କୁ ବିଜେଡି ପକ୍ଷରୁ ଅନୁରୋଧ କରାଯାଇ ଦାବିପତ୍ର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ବାପ, ଝିଅଙ୍କ ଜୀବନ

ବାଲିଗୁଡା,୬।୭(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଜକିକିଆ ନିକଟ ୫୯ନଂ. ଜାତୀୟ ରାଜପଥରେ ସୋମବାର ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକରେ ବସିଥିବା...

ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ

ରାୟଗଡ଼ା ଅଫିସ,୧୭ା୧: ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ ଘଟିଛି। ରବିବାର ବିଳମ୍ବିତ ରାତିରେ ରାୟଗଡ଼ା ଜିଲା ଗୁଣୁପୁର ସେବାସମାଜ ପରିସରରେ ୮୮ ବର୍ଷ ବୟସରେ ସେ...

ଫେରାର ନିର୍ବାହୀ ଯନ୍ତ୍ରୀଙ୍କୁ ଭୁବନେଶ୍ୱରରୁ ଗିରଫ କଲା ଭିଜିଲାନ୍ସ

ଭଦ୍ରକ ଅଫିସ,୧୮।୨- ଲାଞ୍ଚ ନେବା ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ମାସେ ହେଲା ଫେରାର ଥିବା ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ(୧)ର ନିର୍ବାହୀ ଯନ୍ତ୍ରୀ ମାନସ କୁମାର...

ପୋଲିସକୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର,୨୪ା୧୦ (ବ୍ୟୁରୋ): ଭୁବନେଶ୍ୱର ସାଲିଆସାହିରେ ଦାଦାବଟି ମାଗୁଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ନୟାପଲ୍ଲୀ ଥାନାର ପୋଲିସ ଟିମ୍‌ ଉପରେ ଆକ୍ରମଣ ହୋଇଛି। ଅଭିଯୁକ୍ତର...

ସମସ୍ତ ଭାରତୀୟ ଭାଷାରେ ଲକ୍ଷ୍ମଣ ନାୟକଙ୍କ ଜୀବନୀ ପ୍ରକାଶ କରାଯାଉ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଶହୀଦ ଲକ୍ଷ୍ମଣ ନାୟକ ଥିଲେ ସରଳତା, ନିର୍ଭୀକତା ଓ ସଂଗ୍ରାମର ପ୍ରତୀକ। ଜନଜାତି ଅସ୍ମିତା ଓ ସ୍ବାଭିମାନର ସେ ଥିଲେ ପରିଚୟ। ମହାତ୍ମା ଗାନ୍ଧୀଙ୍କ...

ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲା ସୁରଟ ଟ୍ରେନ: ଆସିଲେ ୯ ଜିଲାର ୧୭୩୪ ପ୍ରବାସୀ

ଛତ୍ରପୁର, ୨୬।୫(ଡି.ଏନ୍‌.ଏ.): ଦୀର୍ଘ ୯ ଦିନ ପରେ ମଙ୍ଗଳବାର ଗଞ୍ଜାମ ଜ଼ିଲା ଜଗନ୍ନାଥପୁର ଷ୍ଟେଶନରେ ସୁରଟରୁ ଆଉ ଏକ ଟ୍ରେନ ଆସି ପହଞ୍ଚିଛି। ଏଥିରେ ରାଜ୍ୟର...

ପାହାଡ଼, ନଈଘେରରେ କଟୁଛି ବିଚ୍ଛିନ୍ନାଞ୍ଚଳ ଜୀବନ

ଦଶମନ୍ତପୁର,୧୩।୧(ଡି.ଏନ୍‌.ଏ.) ଚାରିପାଖେ ପାହାଡ଼, ପର୍ବତ ଓ ୩ଟି ନଦୀ। ତାହାରି ଘେର ଭିତରେ ବନ୍ଦୀ ଗୋଟିଏ ଗାଁ। ଯୋଗାଯୋଗ ନାହିଁ। ତେଣୁ ବିକାଶର ଛାଇ ବି ଗାଁ...

ବେଗରେ ଲଗାଯାଉନି ବ୍ରେକ୍‌

ଅନୁଗୋଳ ଅଫିସ, ୨୪।୫ ଅନୁଗୋଳ ସହରକୁ ଦୁଇଭାଗ କରୁଥିବା ୫୫ନଂ. ଜାତୀୟ ରାଜପଥକୁ ନେଇ ପୂର୍ବରୁ ଡର ଥିଲା। ଦୈନିକ ସହସ୍ରାଧିକ ଭାରିଯାନ ଚଳାଚଳ କରୁଥିବାରୁ...

Advertisement
Archives

Model This Week