କେନ୍ଦୁଝରର ନିଆରା ସ୍ନାନ ପୂର୍ଣ୍ଣିମା: ଅଁଳା-ତୁଳସୀ ପତ୍ରରେ ସଜେଇ ହୁଅନ୍ତି ଶ୍ରୀ ଜୀଉ, ପିନ୍ଧନ୍ତି ତାଳ ମୁକୁଟ

କେନ୍ଦୁଝର,୨୧।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉ। ତାଙ୍କର ରଥକୁ ସର୍ବୋଚ୍ଚ ରଥ ଭାବେ ଗିନିଜ ୱାଲର୍‌ଡ ରେକର୍ଡରେ ସ୍ଥାନ ମିଳିଛି। ଚାରିଶହ ବର୍ଷରୁ ଉଦ୍ଧର୍‌ବ ଏଠାକାର ଶ୍ରୀଜୀଉଙ୍କ ମନ୍ଦିରକୁ ଦ୍ୱିତୀୟ ବୃହତ ବିଷ୍ଣୁ ମନ୍ଦିର ବୋଲି କୁହାଯାଇଥାଏ। ଏଠାରେ ରଥ ଯାତ୍ରା ନିଆରା ଢଙ୍ଗରେ ପାଳନ ହୋଇ ଆସୁଥିଲେ ହେଁ ପାରମ୍ପରିକ ରୀତି ନୀତି ବଜାୟ ରହିଛି। ଚଳିତ ବର୍ଷ ପବିତ୍ର ସ୍ନାନ ପୂର୍ଣ୍ଣିମା ଲାଗି ପ୍ରସ୍ତୁତି ଶେଷ ହୋଇଛି।

ତେବେ ନୀତି ଅନୁଯାୟୀ ଦେବ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏଠାରେ ଶ୍ରୀ ଜୀଉଙ୍କର ମାସେ ବ୍ୟାପୀ ଚନ୍ଦନ ଯାତ୍ରା ଓ ଚାପ ଖେଳ ହୋଇଥାଏ। ପୂର୍ଣ୍ଣିମା ଦିନ ସକାଳୁ ପ୍ରାତଃ ଅବକାଶ ପରେ ପୂଜାନୀତି ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହୁଏ। ଏହା ପରେ ଚକା ଭିଡ଼ା ହୋଇ ଠାକୁରମାନେ ସିଂହାସନ ଛାଡନ୍ତି। ଶ୍ରୀ ଜୀଉଙ୍କୁ ପୂର୍ବାହ୍ନରେ ଧାଡ଼ି ପହଣ୍ଡିରେ ସ୍ନାନ ବେଦୀକୁ ପାହାଡିଆ ସେବାୟତ ମାନେ ନେଇଥାନ୍ତି। ସ୍ନାନ ମଣ୍ଡପରେ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥାଏ। ପଞ୍ଚାମୃତ ସ୍ନାନ, ନାରିକେଳ ସ୍ନାନ, ଗନ୍ଧ ଧୂପ ସ୍ନାନ ଆଦି ନୀତି ହୁଏ। ପରେ ଶ୍ରୀଜୀଉଙ୍କ ପୂଜା, ଲୁଗା ଲାଗି, ଚନ୍ଦନ ଲାଗି ଇତ୍ୟାଦି କରାଯାଏ। ସେଠାରେ ନୀତିକାନ୍ତି ସରିବା ପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥାଏ। ତା’ପରେ ଶ୍ରୀ ଜୀଉଙ୍କୁ ହାତୀ ବେଶରେ ସୁସଜ୍ଜିତ କରାଯାଏ। ତେବେ ଏଠାରେ ଶାଳପତ୍ରରେ ତୁଳସୀ ସହ ଶ୍ରୀ ଜଗନ୍ନାଥଙ୍କ ବେଶ ହୁଏ। ଶାଳ ପତ୍ରରେ ଅଁଳା ରଖାଯାଇ ଶ୍ରୀ ବଳଦେବଜୀଉଙ୍କ ବେଶ ହୁଏ। ଏହାପରେ ଶ୍ରୀ ଜୀଉ ମାନଙ୍କୁ ତାଳ ମୁକୁଟ ପିନ୍ଧା ଯାଏ। ଏହାହିଁ ଏଠାକାର ନିଆରା ପରମ୍ପରା। ତାପରେ ପୂଜାର୍ଚ୍ଚନା ଓ ପୁଷ୍ପାଞ୍ଜଳି ପରେ ସନ୍ଧ୍ୟାରେ ଶ୍ରୀ ଜୀଉଙ୍କୁ ଗୋଟି ପହଣ୍ଡିରେ ମନ୍ଦିରକୁ ବିଜେ କରାଯାଇଥାଏ ବୋଲି ମନ୍ଦିରର ବରିଷ୍ଠ ପୂଜକ ସୁଜିତ ଦାଶ କହିଛନ୍ତି। ଆମର ଶ୍ରୀଜୀଉ ଙ୍କ ନୀତିକାନ୍ତି , ପୂଜାର୍ଚ୍ଚନା ନିଆରା। ଏଭଳି ଅଲୌକିକ ବେଶ ଓ ଦୃଶ୍ୟ ଦେଖିବାକୁ ଏଠାର ଭକ୍ତଙ୍କ ଭିଡ ଜମେ ବୋଲି ସ୍ଥାନୀୟ ବରିଷ୍ଠ ସେବକ ନିମାଇଁ ଚରଣ ଦାଶ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ରୋଟାରୀ କ୍ଲବର ୧୮ ତମ ବାର୍ଷିକ ଉତ୍ସବ: ଜନହିତକର କାର୍ଯ୍ୟ ପାଇଁ ସଂକଳ୍ପ, ଜୁଲାଇ ୧ରୁ ଦାୟିତ୍ୱ ନେବେ…

ଭଞ୍ଜନଗର, ୨୫।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବର ୧୮ ତମ ବାର୍ଷିକ ଉତ୍ସବ ଗୁରୁବାର ରାତିରେ ବେଶ୍‌ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

ଅଭିନବ ବିକାଶ ମେଳାରେ ଚରମ ଅବ୍ୟବସ୍ଥା: ପ୍ରକୃତ ହିତାଧିକାରୀ ବଞ୍ଚିତ, ଅଧାରୁ ସଭା ଛାଡ଼ିଲେ…

ଥୁଆମୂଳ ରାମପୁର, ୨୫।୬ (ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ “ବିକାଶର ଧାରା ଓଡ଼ିଶା ସାରା” ଅଭିଯାନର ବ୍ଲକ ସ୍ତରୀୟ ସମ୍ବୀଳନୀ ଗୁରୁବାର…

ସ୍କୁଲକୁ ବିଳମ୍ବରେ ଆସିବା ପଡ଼ିଲା ମହଙ୍ଗା

ଉମରକୋଟ, ୨୫।୬(ସନ୍ତୋଷ ଶତପଥୀ): ଜଣେ ଶିକ୍ଷକ ସ୍କୁଲକୁ ପ୍ରତିଦିନ ବିଳମ୍ବରେ ଆସୁଥିବା ଅଭିଯୋଗ ହେବା ପରେ ଗୁରୁବାର ଉମରକୋଟ ବିଇଓ ତାଙ୍କର ଦରମା ବନ୍ଦ କରିଛନ୍ତି। ଏଥିସହ…

ଇଚ୍ଛାମୃତ୍ୟୁ ଆବେଦନ ପରେ ଚେତିଲା ପ୍ରଶାସନ: ଯୁବଚାଷୀ ଗୋପାଳକୃଷ୍ଣଙ୍କ ପରିବାରକୁ ୨୦ ହଜାର ଟଙ୍କାର ଚିକିତ୍ସା ସହାୟତା

ବରଗଡ଼,୨୫।୬(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରି ଟୋକନ ପାଇବାରୁ ବଞ୍ଚିତ ହେବା ପରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଗ୍ରାମର ଯୁବଚାଷୀ ଗୋପାଳକୃଷ୍ଣ ସାହୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ…

ମେଡିକାଲରୁ ଚମ୍ପଟ ମାରିଲେ ଅଭିଯୁକ୍ତ

ମାଲକାନଗିରି,୨୫।୬(ଦୁର୍ଯ୍ୟୋଧନ ପାତ୍ର): ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ମେଡିକାଲ ଚେକ୍‌ଅପ୍‌ ପାଇଁ ନେଉଥିବା ବେଳେ ଚିକିତ୍ସାଳୟ ନିକଟରୁ ସେ…

Ketan Murder Case:ପିତାଙ୍କ ଗୁହାରି, କହିଲେ ଝିଅକୁ ଦିଆଯାଉ ଫାଶୀ!

ପୁଣେ,୨୫।୬: ପୁଣେରେ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାର ତଦନ୍ତ ଆଗକୁ ବଢ଼ିବା ସହିତ, ମାମଲାର ନୂତନ ଦିଗ ସାମ୍ନାକୁ ଆସୁଛି। ଏବେ, ମାମଲାର ମୁଖ୍ୟ ଅଭିଯୁକ୍ତ…

ପାଣି ଦେବାକୁ ଯାଇଥିଲେ, ଛାତରୁ ଖସି ପଡ଼ି ଚାଲିଗଲା ସୁଜାତାଙ୍କ ଜୀବନ; କାନ୍ଦବୋବାଳିରେ…

ଛତ୍ରପୁର,୨୫|୬(ଦିଲ୍ଲୀପ ସାମଲ): ଘର ଛାତ ଉପରେ କାମ କରୁଥିବା ସମୟରେ ଅସାବଧାନତା ଯୋଗୁଁ ତଳକୁ ଖସି ପଡ଼ି ଜଣେ ମହିଳାଙ୍କର ଅକାଳ ମୃତ୍ୟୁ ଘଟିଛି। ଏହି ଦୁଃଖଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri