ପୁରୀ ବଡ଼ଦାଣ୍ଡରେ ଭୟଙ୍କର ବିସ୍ଫୋରଣ: ୪ ଗୁରୁତର

ପୁରୀ,୧୩।୧୧(ଅଜିତ୍‌ କୁମାର ମହାନ୍ତି): ପୁରୀ ବଡ଼ଦାଣ୍ଡରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଡ଼ଦାଣ୍ଡରେ ଥିବା ଟିପି ହୋଟେଲରେ ଭୟଙ୍କର ବିସ୍ଫୋରଣ ଘଟି ୪ଜଣ ଗୁରୁତର ଆହତ ହୋଇଛନ୍ତି। ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ସଂଯୋଗ କରାଯିବା ସମୟରେ ଫ୍ଲାସ ଫାୟାର ଯୋଗୁ ଏହି ଅଘଟଣ ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି।

ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ହୋଟେଲର ତଳ ମହଲାରେ ଥିବା ରେଷ୍ଟୁରାଣ୍ଟଟି ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଘଟଣାରେ ଗ୍ୟାସ ଏଜେନ୍ସିର ଜଣେ କର୍ମଚାରୀଙ୍କ ସମେତ ହୋଟେଲର ଦୁଇଜଣ କର୍ମଚାରୀ ଓ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ହୋଟେଲର ଉପର ମହଲାକୁ ରହିବା ପାଇଁ ବ୍ୟବହାର କରାଯାଉଥିବା ବେଳେ ତଳ ମହଲାରେ ରେଷ୍ଟୁରାଣ୍ଟ ରହିଛି। ପାଣି ନିଷ୍କାସନର ସୁବିଧା ନ ଥିବାରୁ ଗତ ଦୁଇମାସ ହେଲା ରେଷ୍ଟୁରାଣ୍ଟଟି ବନ୍ଦ ରହିଥିଲା। ଆସନ୍ତା ତିନିଦିନ ପରେ ଏହାର ପୁନଃ ଉଦ୍‌ଘାଟନ ହେବାକୁ ଥିବାରୁ ଶୁକ୍ରବାର ସକାଳେ ହୋଟେଲରେ ହୋମଯଜ୍ଞ ଓ ପୂଜାର୍ଚ୍ଚନା ହୋଇଥିଲା। ଏହାପରେ ରେଷ୍ଟୁରାଣ୍ଟରେ ଗ୍ୟାସ ସଂଯୋଗ କରିବା ପାଇଁ ଗ୍ୟାସ ଏଜେନ୍ସିର କର୍ମଚାରୀ ପହଞ୍ଚି ଥିଲେ। ଗ୍ୟାସ ସଂଯୋଗ କରାଯିବା ସମୟରେ ହଠାତ୍‌ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଥିରେ ଗ୍ୟାସ ଏଜେନ୍ସିର କର୍ମଚାରୀଙ୍କ ସହ ହୋଟେଲର ଦୁଇଜଣ କର୍ମଚାରୀ ଆହତ ହୋଇଥିଲେ।

ବିସ୍ଫୋରଣରେ ହୋଟେଲ କାଚ ଝରକା ଭାଙ୍ଗି ଏହାର ଖଣ୍ଡଗୁଡ଼ିକ ବଡ଼ଦାଣ୍ଡର ଅପର ପାର୍ଶ୍ୱ ପର୍ଯ୍ୟନ୍ତ ବିଛୁରିତ ହୋଇପଡ଼ିଥିଲା। ଉଦ୍ଧାର କାର୍ଯ୍ୟ ସମୟରେ ଲିଫ୍ଟର ପ୍ଲେଟ କାଟି ଜଣେ ବ୍ୟକ୍ତିଙ୍କୁ ବାହାର କରାଯାଉଥିବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ଅଗ୍ନିଶମ ବିଭାଗର ପ୍ରାଥମିକ ସୂଚନା ଅନୁଯାୟୀ, ଗ୍ୟାସ ସଂଯୋଗ ସମୟରେ ଫ୍ଲାସ ଫାୟାର ଘଟିବାରୁ ଏଭଳି ବିସ୍ଫୋରଣ ହୋଇ ଥାଇପାରେ। ତେବେ ଆହତ ୪ଜଣଙ୍କ ସ୍ବାସ୍ଥ୍ୟଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ବିସ୍ଫୋରଣର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ପରାଜୟ ପଛରେ ୩ଟି ବଡ଼ କାରଣ, ଗମ୍ଭୀରଙ୍କ ଏହି ଭୁଲ ବଦଳାଇଦେଲା ମ୍ୟାଚର ମୋଡ଼

ନୂଆଦିଲ୍ଲୀ, ୧୩।୧୧: କୌଣସି ଦିନିକିଆ ମ୍ୟାଚରେ ୨୦୦ ରନରେ ପରାଜୟ ଏକ ଲଜ୍ଜାଜନକ ରେକର୍ଡ। ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ…

ଗଞ୍ଜାମ ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା ଦାବି: ଚାଷୀଙ୍କୁ ବୀମା ରାଶି ସହ କୃଷି ଋଣ ଛାଡ଼ ନେଇ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ…

କାଠ ଚୁଲିରୁ ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ରେ ଲାଗିଲା ନିଆଁ, ବିସ୍ଫୋରଣ ହେବାରୁ…

ଭଞ୍ଜନଗର,୧୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଅଗଝୋଳ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। କାଠ ଚୁଲିର ନିଆଁରୁ ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ରେ…

ପିସି କାରବାର: ପୁଣି ଗର୍ଜିଲେ ବରଗଡ଼ ଏମ୍‌ପି, ଅଧିକାରୀଙ୍କୁ ତାଗିଦ୍‌ କରି କହିଲେ…

ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ପି.ସି କାରବାରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଖୋଦ ବରଗଡ଼ ଲୋକ ସଭା ଏମ୍‌ପି(MP) ପ୍ରଦୀପ ପୁରୋହିତ…

ହନୁମାନ ମନ୍ଦିରରୁ ଚୋରି, ଦେଢ଼ଲକ୍ଷ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଭଞ୍ଜନଗର,୧୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ମଳାସପଦର ରାସ୍ତାରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ବିଳମ୍ବିତ ରାତିରେ…

ଭାରତୀୟ ବ୍ୟାଟରଙ୍କ ଉପରେ ଗମ୍ଭୀରଙ୍କ ରାଗ: ପରାଜୟର କାରଣ ନେଇ ଖୋଲିଲେ ମୁହଁ, କହିଲେ ଏହାର ପରିଣାମ…

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର କହିଛନ୍ତି ଯେ, ଅନ୍ତର୍ଜାତୀୟ କ୍ରିକେଟରେ ଏପରି…

ଜଷ୍ଟିସ୍‌ ବିଭୂପ୍ରସାଦ ରାଉତରାୟଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ, ଆସନ୍ତା…

କଟକ,୧୩।୧୧: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ବିଭୂପ୍ରସାଦ ରାଉତରାୟଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ଆଇନ…

ଟିମ୍‌ଇଣ୍ଡିଆ ସହ ହୋଇଛି ବଡ଼ ଧୋକା: ୩୩୩ ରନ ହୋଇଥିବା ପିଚ୍‌ରେ ଭାରତ ୮୯ରେ ଅଲଆଉଟକୁ ନେଇ ମୁହଁ ଖୋଲିଲେ ଶ୍ରେୟସ ଆୟର

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଯେଉଁ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୩୩ ରନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?