କେନ୍ଦୁଝର ପାଲଟିଛି ମୁକ୍ତାକାଶ ହାତୀ ସଫାରୀ

କେନ୍ଦୁଝର,୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବର୍ଷ ତମାମ ଲାଗି ରହିଛି। ଏକଦା ଜଙ୍ଗଲରେ ରହୁଥିବା ହାତୀପଲ ଗତ କିଛିବର୍ଷ ହେଲା ଜଙ୍ଗଲ ବାହାରେ ମୁକ୍ତାକାଶରେ ବୁଲୁଛନ୍ତି। ଅବାଧରେ ରାସ୍ତା ପାର୍‌ ହେଉଛନ୍ତି। ରାସ୍ତା ପାର୍‌ ସମୟରେ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଉଛି। ରାସ୍ତା ପାର୍‌ ହେବା ସମୟରେ ହାତୀପଲଙ୍କ ଧାଡ଼ି ଦେଖିବାକୁ ଭିଡ଼ ଜମିଯାଏ। ପଥଚାରୀମାନେ ଗାଡ଼ିରୁ ଓହ୍ଲାଇ ଦୂରରୁ ହାତୀମାନଙ୍କୁ ଦେଖି ବେଶ ଆନନ୍ଦ ନେଇଥାନ୍ତି। ସେହିପରି ଚାଷଜମିରେ ହାତୀମାନଙ୍କ ବିଚରଣ ମଧ୍ୟ ଏକ ନିଆରା ଦୃଶ୍ୟ ସୃଷ୍ଟି କରିଥାଏ। ଯଦିଓ ହାତୀମାନେ ଫସଲ ନଷ୍ଟ କରୁଥିବାରୁ ଚାଷୀ କ୍ଷତିଗ୍ରସ୍ତ ହୋଇଥାଆନ୍ତି ଏବଂ ଉପଯୁକ୍ତ କ୍ଷତିପୂରଣ ମିଳୁ ନ ଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।

ସେହିପରି ଧନ ଓ ଜୀବନର ସୁରକ୍ଷା ପାଇଁ ଗ୍ରାମବାସୀ ହାତୀମାନଙ୍କୁ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମ ଓ ଜଙ୍ଗଲକୁ ଘଉଡ଼ାଇଥାନ୍ତି। ତେବେ ହାତୀପଲଙ୍କ ଦୌଡ଼ିବା ଦୃଶ୍ୟକୁ ଦୂରରୁ ଦେଖି ଅନେକ ଉପଭୋଗ କରିଥାନ୍ତି। ଏପରିକି ସହରାଞ୍ଚଳର ଲୋକମାନେ ହାତୀ ଦେଖିବାକୁ ଗ୍ରାମାଞ୍ଚଳକୁ ଧାଇଁ ଯାଆନ୍ତି। ଅନେକ ଫଟୋ ଓ ଭିଡିଓ ଉଠାଇ ଏବଂ କେତେକ ହାତୀ ସହ ସେଲ୍‌ଫି ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡ଼ିଥାନ୍ତି। ଅନେକ ଅଞ୍ଚଳରେ ହାତୀମାନଙ୍କ ନଦୀ, ପୋଖରୀ, ଡ୍ୟାମ୍‌ ଆଦିରେ ସ୍ନାନ କରିବାର ନିଆରା ଦୃଶ୍ୟ ଦେଖିବାକୁ ହାତଛଡ଼ା କରି ନ ଥାଆନ୍ତି। ହାତୀମାନେ ଦଳଦଳ ହୋଇ ବୁଲନ୍ତି ଓ ଗାଧୋଇ ଥାଆନ୍ତି। ବିଶେଷ ଦଳରେ ଥିବା ଛୁଆହାତୀ ଅନେକଙ୍କ ପାଇଁ ଅନ୍ୟତମ ପ୍ରମୁଖ ଆକର୍ଷଣ ହୋଇଥାଏ। ହାତୀଛୁଆକୁ ଧରି ମା ଓ ଅନ୍ୟ ହାତୀମାନେ ଯେଉଁ ଭଳି ଭାବରେ ଚାଲିଥାନ୍ତି ତାହାର ଦୃଶ୍ୟ ବିମୋହିତ କରିଥାଏ। ଏଣୁ ଏହି ସବୁ ଦୃଶ୍ୟ ଦେଖିବାକୁ ଜିଲା ବାହାରୁ ମଧ୍ୟ ଅନେକ ଧାଇଁ ଆସୁଛନ୍ତି। ସତେ ଯେପରି ସମଗ୍ର ଜିଲା ପାଲଟିଛି ମୁକ୍ତାକାଶ ହାତୀ ସଫାରୀ। ବନ ବିଭାଗ ହାତୀ ଚଳପ୍ରଚଳ ଉପରେ ନଜର ରଖି ସମସ୍ତଙ୍କୁ ସଜାଗ କରିବା ସହ ରାସ୍ତା ପାର୍‌ ସମୟ ରେ ରାସ୍ତାରେ ଗାଡ଼ି ଅଟକାଇ ସେମାନଙ୍କୁ ସୁରକ୍ଷିତ ପାର କରିବା, ହାତୀ ପାଖକୁ ଯାଆନ୍ତୁ ନାହିଁ କିମ୍ବା ସେମାନଙ୍କୁ ହଇରାଣ ନ କରିବାକୁ ସଚେତନ କରୁଛନ୍ତି, ତେବେ ଅନେକ ସମୟରେ ଲୋକେ ହାତୀମାନଙ୍କ ପାଖକୁ ଯାଇ ହଇରାଣ କରି ମଜା ନେଇଥାନ୍ତି। ଫଳରେ ଆକ୍ରମଣର ଶିକାର ହୋଇଥାନ୍ତି। ବାରମ୍ବାର ହାତୀ ଦେଖି ଅନେକ ଆଉ ଭୟ ନ କରି ଅତି ନିକଟକୁ ଯାଇ ଫଟୋ ଉଠାଇ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରୁଛନ୍ତି। ଯାହାକୁ ନେଇ ବନ ବିଭାଗ ଚିନ୍ତା ବ୍ୟକ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଜିଲାରେ ପାଖାପାଖି ଦେଢ଼ ଶହ ହାତୀ ବିଭିନ୍ନ ଅଞ୍ଚଳରେ ଦଳଦଳ ହୋଇ ବୁଲୁଛନ୍ତି। କେଉଁଠି ହାତୀ ଗ୍ରାମ ଭିତରେ ପଶି ଗାଁ ଦାଣ୍ଡରେ ବୁଲୁଛନ୍ତି, ତ କେଉଁଠି ଖାଦ୍ୟ ପାଇଁ ଚାଷଜମିରେ ପଶୁଛନ୍ତି ଓ ପିଇବା ଓ ଗାଧୋଇବା ପାଇଁ ଜଳାଶୟରେ ପଶୁଛନ୍ତି। କେତେକ ସ୍ଥାନରେ ରାତିରେ ନିଆଁହୁଳା ଧରି, ବାଜା ବଜାଇ କିମ୍ବା ବାଣ ଫୁଟାଇ ହାତୀପଲଙ୍କୁ ଘଉଡ଼ାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?